ମନୋରଂଜନ

ତେଲୁଗୁ ଫିଲ୍ମ ‘ପୁଷ୍ପା’ରେ ବରଗଡ଼ର ରାମକ୍ରିଷ୍ଣା, ପୋଲିସ ଇନିସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ଆସିଛନ୍ତି ନଜର

କେନ୍ଯୁଜ୍:ତେଲୁଗୁ ସିନେମା ‘ପୁଷ୍ପା’ରେ ବରଗଡ଼ର ରାମକ୍ରିଷ୍ଣା । ବକ୍ସ ଅଫିସରେ ବେଶ ଚର୍ଚ୍ଚାରେ ରହିଛି ତେଲୁଗୁ ମୁଭି ପୁଷ୍ପା । ମାତ୍ର ୨୬ ଦିନରେ ୩୨୫ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ସାବ୍ୟସ୍ତ ହୋଇଛି । ବଡ଼ କଥା ହେଲା, ଏଭଳି ଏକ ବ୍ଲକବ୍ଲଷ୍ଟର ଫିଲ୍ମରେ ଓଡ଼ିଶାର ବରଗଡ଼ ମାଟିର ପୁଅ ଏମ ରାମକ୍ରିଷ୍ଣା ଓରଫ ଶତ୍ରୁଙ୍କ ଅଭିନୟ ଦେଖିବାକୁ ମିଳିଛି ।

ତାଙ୍କର ଏହି ଉଚ୍ଚକୋଟୀର ଅଭିନୟ ଲାଗି ବିଭିନ୍ନ ସ୍ତରରୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ବରଗଡ଼ବାସୀଙ୍କୁ ଉତ୍ସାହିତ କରିଛି । ଶତ୍ରୁ ଫିଲ୍ମରେ ପୋଲିସ ଇନିସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଛନ୍ତି । ବରଗଡ଼ ସଦର ବ୍ଲକ ସର୍ଲା ଗାଁର ଚାଷୀ ପରିବାରରେ ଶତ୍ରୁଙ୍କ ଜନ୍ମ । ବାହୁବଳୀ-୨ରେ ପିଣ୍ଡାରା ଭୂମିକା ତାଙ୍କୁ ଷ୍ଟାର ବନାଇଥିଲା ।

ଅନ୍ୟପଟେ ‘ପୁଷ୍ପା:  ଦ ରାଇଜ୍‌’କୁ ନେଇ ଅଲ୍‌ଲୁ ଅର୍ଜୁନ୍‌ ଓ ରଶ୍ମିକା ମନ୍ଦାନା ଗତ କିଛି ଦିନ ହେଲାଣି ଚର୍ଚ୍ଚାରେ। ଶୁଣିବାକୁ ମିଳୁଛି କି, ଏହି ଫିଲ୍ମର ହିରୋଇନ୍‌ ରଶ୍ମିକା ମନ୍ଦାନା ଦ୍ୱିତୀୟ ପାର୍ଟ ‘ପୁଷ୍ପା: ଦ ରୁଲ୍‌’ ପାଇଁ ନିଜ ଫିସ୍‌ ବଢ଼ାଇ ଦେଇଛନ୍ତି। ଏହି ଫିଲ୍ମ ପାଇଁ ରଶ୍ମିକା ୨ କୋଟି ଟଙ୍କା ନେଇଥିବା ବେଳେ ଦ୍ୱିତୀୟ ପାର୍ଟ ପାଇଁ ୩ କୋଟି ଡିମାଣ୍ଡ କରିଛନ୍ତି।

ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ସଫଳତାକୁ ଦେଖି ଏହାର ସିକ୍ୱେଲ ତିଆରି କରିବା ନେଇ ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ ଅଲ୍‌ଲୁ ଅର୍ଜୁନୁଙ୍କ ଏହି ଫିଲ୍ମ ପାଇଁ ଫିସ୍‌ ବାବଦକୁ ୫୦ କୋଟି ଟଙ୍କା ମିଳିଛି। ପ୍ରକାଶ ଯେ ଅଲ୍‌ଲୁ ଅର୍ଜୁନ୍‌ ତେଲୁଗୁ ସିନେମାର କେବଳ ଜଣେ ଲୋକପ୍ରିୟ ନୁହେଁ, ଦାମୀ ଅଭିନେତା ମଧ୍ୟ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago