କ୍ରୀଡା

‘ପୁଷ୍ପା’ ଫିଲ୍ମର ଗୀତରେ ଡ୍ୟାନ୍ସ କଲେ ସୂର୍ଯ୍ୟକୁମାର ଯାଦବ ଏବଂ ଈଶାନ କିଶନ, ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆ ଏବେ ସାଉଥ ଆଫ୍ରିକାରେ ଦିନିକିଆ ସିରିଜ ପାଇଁ ରହିଛି। ସେଠାରେ ଟେଷ୍ଟ ସିରିଜ ସରିବା ପରେ ଏବେ ଦିନିକିଆ ମ୍ୟାଚ ଖେଳାଯିବ। ଆସନ୍ତା ୧୯ ତାରିଖରୁ ସେଠାରେ ଦିନିକିଆ ସିରିଜ ଖେଳାଯିବ। ଟିମ୍‌ ଇଣ୍ଡିଆର ଦିନିକିଆ ମ୍ୟାଚ ଖେଳିବା ପାଇଁ ଖେଳାଳି ସାଉଥ ଆଫ୍ରିକା ପହଞ୍ଚି ନିଜ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହା ମଧ୍ୟରେ ଖେଳାଳି ମଧ୍ୟ ନିଜ ପାଇଁ ସମୟ ବାହାର କରି ମସ୍ତି କରୁଥିବାର ନଜର ଆସିଛନ୍ତି। ଆଉ ଏହି ମଜାମସ୍ତି କରୁଥିବାର ଏକ ଭିଡିଓ ସୂର୍ଯ୍ୟକୁମାର ଯାଦବ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ସୂର୍ଯ୍ୟକୁମାର ଯାଦବ ପୋଷ୍ଟ କରିଥିବା ଭିଡିଓରେ ଫିଲ୍ମ ‘ପୁଷ୍ପା’ର ଏକ ଗୀତରେ ଡ୍ୟାନ୍ସ ଷ୍ଟେପ୍‌ କରୁଥିବା ନଜର ଆସିଛନ୍ତି। ଯେଉଁଥିରେ ତାଙ୍କ ସହିତ ଈଶାନ କିଶନ ମଧ୍ୟ ତାଳ ଦେଇ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓରେ ପ୍ରଥମେ ସୂର୍ଯ୍ୟକୁମାର ଡ୍ୟାନ୍ସ କରୁଥିବା ବେଳେ କିଛି ସମୟ ପରେ ଈଶାନ କିଶନ ଆସି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଦୁହେଁ ମିଳିମିଶି ଡ୍ୟାନ୍ସ ଷ୍ଟେପ କପି କରୁଛନ୍ତି। ଆଉ ଏହି ଭିଡିଓକୁ ସେୟାର କରି ସୂର୍ଯ୍ୟକୁମାର ଲେଖିଛନ୍ତି, ‘ମେରୀ ଅପନୀ ପୁଷ୍ପା କେ ସାଥ୍‌’।

କେବଳ ସୂର୍ଯ୍ୟକୁମାର ଯାଦବ ନୁହଁନ୍ତି ଏହି ଫିଲ୍ମର ନକଲ ପୂର୍ବରୁ ରବୀନ୍ଦ୍ର ଜାଡେଜା ଏବଂ ଶିଖର ଧଓ୍ଵନ ମଧ୍ୟ କରିସାରିଛନ୍ତି। ଜାଡେଜା ପୂର୍ବରୁ ଅଲ୍ଲ ଅର୍ଜୁନଙ୍କ ଲୁକ୍‌ କପି କରିଥିଲେ ଏବଂ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହାଛଡା ଫିଲ୍ମର ଡାଇଲଗ ମଧ୍ୟ କପି କରି ଭିଡିଓ ପୋଷ୍ଟ କରିଥିଲେ।

ଭାରତ ଟେଷ୍ଟ ସିରିଜ ହାରିବା ପରେ ଏବେ ଦିନିକିଆ ସିରିଜକୁ ନିଜ ନାମରେ କରିବାକୁ ଚେଷ୍ଟା କରିବ। ଟିମ୍‌ ନୂଆ କ୍ୟାପଟେନ ସହିତ ଏହି ସିରିଜ ଖେଳିବ। କେଏଲ ରାହୁଲ ଦିନିକିଆ ସିରିଜର ନେତୃତ୍ୱ ନେବେ।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

4 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

12 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

29 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago