‘ପୁଷ୍ପା’ ଫିଲ୍ମର ଗୀତରେ ଡ୍ୟାନ୍ସ କଲେ ସୂର୍ଯ୍ୟକୁମାର ଯାଦବ ଏବଂ ଈଶାନ କିଶନ, ଦେଖନ୍ତୁ ଭିଡିଓ

ଟିମ୍ ଇଣ୍ଡିଆ ଏବେ ସାଉଥ ଆଫ୍ରିକାରେ ଦିନିକିଆ ସିରିଜ ପାଇଁ ରହିଛି। ସେଠାରେ ଟେଷ୍ଟ ସିରିଜ ସରିବା ପରେ ଏବେ ଦିନିକିଆ ମ୍ୟାଚ ଖେଳାଯିବ। ଆସନ୍ତା ୧୯ ତାରିଖରୁ ସେଠାରେ ଦିନିକିଆ ସିରିଜ ଖେଳାଯିବ। ଟିମ୍ ଇଣ୍ଡିଆର ଦିନିକିଆ ମ୍ୟାଚ ଖେଳିବା ପାଇଁ ଖେଳାଳି ସାଉଥ ଆଫ୍ରିକା ପହଞ୍ଚି ନିଜ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହା ମଧ୍ୟରେ ଖେଳାଳି ମଧ୍ୟ ନିଜ ପାଇଁ ସମୟ ବାହାର କରି ମସ୍ତି କରୁଥିବାର ନଜର ଆସିଛନ୍ତି। ଆଉ ଏହି ମଜାମସ୍ତି କରୁଥିବାର ଏକ ଭିଡିଓ ସୂର୍ଯ୍ୟକୁମାର ଯାଦବ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।
ସୂର୍ଯ୍ୟକୁମାର ଯାଦବ ପୋଷ୍ଟ କରିଥିବା ଭିଡିଓରେ ଫିଲ୍ମ ‘ପୁଷ୍ପା’ର ଏକ ଗୀତରେ ଡ୍ୟାନ୍ସ ଷ୍ଟେପ୍ କରୁଥିବା ନଜର ଆସିଛନ୍ତି। ଯେଉଁଥିରେ ତାଙ୍କ ସହିତ ଈଶାନ କିଶନ ମଧ୍ୟ ତାଳ ଦେଇ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓରେ ପ୍ରଥମେ ସୂର୍ଯ୍ୟକୁମାର ଡ୍ୟାନ୍ସ କରୁଥିବା ବେଳେ କିଛି ସମୟ ପରେ ଈଶାନ କିଶନ ଆସି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଦୁହେଁ ମିଳିମିଶି ଡ୍ୟାନ୍ସ ଷ୍ଟେପ କପି କରୁଛନ୍ତି। ଆଉ ଏହି ଭିଡିଓକୁ ସେୟାର କରି ସୂର୍ଯ୍ୟକୁମାର ଲେଖିଛନ୍ତି, ‘ମେରୀ ଅପନୀ ପୁଷ୍ପା କେ ସାଥ୍’।
View this post on Instagram
କେବଳ ସୂର୍ଯ୍ୟକୁମାର ଯାଦବ ନୁହଁନ୍ତି ଏହି ଫିଲ୍ମର ନକଲ ପୂର୍ବରୁ ରବୀନ୍ଦ୍ର ଜାଡେଜା ଏବଂ ଶିଖର ଧଓ୍ଵନ ମଧ୍ୟ କରିସାରିଛନ୍ତି। ଜାଡେଜା ପୂର୍ବରୁ ଅଲ୍ଲ ଅର୍ଜୁନଙ୍କ ଲୁକ୍ କପି କରିଥିଲେ ଏବଂ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହାଛଡା ଫିଲ୍ମର ଡାଇଲଗ ମଧ୍ୟ କପି କରି ଭିଡିଓ ପୋଷ୍ଟ କରିଥିଲେ।
ଭାରତ ଟେଷ୍ଟ ସିରିଜ ହାରିବା ପରେ ଏବେ ଦିନିକିଆ ସିରିଜକୁ ନିଜ ନାମରେ କରିବାକୁ ଚେଷ୍ଟା କରିବ। ଟିମ୍ ନୂଆ କ୍ୟାପଟେନ ସହିତ ଏହି ସିରିଜ ଖେଳିବ। କେଏଲ ରାହୁଲ ଦିନିକିଆ ସିରିଜର ନେତୃତ୍ୱ ନେବେ।