ମନୋରଂଜନ

ଝିଅକୁ ନେଇ ଘରକୁ ଫେରିଲେ ରଣବୀର-ଆଲିଆ, ସାମ୍ନାକୁ ଆସିଲା କାର ଭିତରର ଫଟୋ

ଝିଅକୁ ନେଇ ଘରକୁ ଫେରିଛନ୍ତି ବଲିଉଡ୍‌ର ସବୁଠୁ କ୍ୟୁଟ୍‌ କପଲ ରଣବୀର କପୁର ଓ ଆଲିଆ ଭଟ୍ଟ। ନିକଟରେ ଏହି ଯୋଡ଼ି ଏକ କନ୍ୟା ସନ୍ତାନର ପିତା ମାତା ହେବା ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଣୁ ଏବେ ଉଭୟ କପୁର ଓ ଭଟ୍ଟ ପରିବାରରେ ଖୁସିର ମାେହୋଲ୍ଲ। ସେଲିବ୍ରିଟି ମାନେ ମଧ୍ୟ ଏହି ନୂଆ ପ୍ୟାରେଣ୍ଟସ୍‌କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି। ତେବେ ଇତି ମଧ୍ୟରେ କୁନି ପରୀକୁ ଧରି ମମି ଆଲିଆ ଓ ପାପା ରଣବୀର ଘରକୁ ଫେରିଛନ୍ତି। ଆଜି ପ୍ରଥମ ଥର ପାଇଁ ଗୃହ ପ୍ରବେଶ କରିଛି ରଣବୀରଙ୍କ କୁନି ଝିଅ।

ରଣବୀର କପୁର ନିଜ ରେଞ୍ଜ ରୋଭର କାର୍‌ରେ ଅମ୍ବାନୀ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରୁ ସେ ଝିଅକୁ କୋଳରେ ଧରି ଆଲିଆ ଭଟ୍ଟଙ୍କ ସହ କାରରେ କପୁର ହାଉସ୍‌ ଫେରିଛନ୍ତି। ସେ କାରରେ ଝିଅକୁ କୋଳରେ ଅତି ସ୍ନେହରେ ଧରିଥିବା ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ରଣବୀର ବେଶ୍‌ ଯତ୍ନର ସହ ଝିଅକୁ କୋଳେଇ ଧରିଛନ୍ତି। ତେବେ ଏହି ସମୟରେ ରଣବୀର ଓ ଆଲିଆଙ୍କ କ୍ଲିୟର ଫଟୋ ସାମ୍ନାକୁ ଆସିନାହିଁ।

ସୂଚନାଯୋଗ୍ୟ ଝିଅକୁ ପ୍ରଥମ ଥର କୋଳରେ ଧରି ରଣବୀର ଭାବବିହ୍ଵଳ ହୋଇଯାଇଥିଲେ। ଡାକ୍ତରଖାନାରେ ଝିଅକୁ ରଣବୀର ଧରିବା ପରେ ଖୁସିରେ କାନ୍ଦି ପକାଇଥିଲେ। ଆଉ ରଣବୀର ଭାବବିହ୍ଵଳ ହେବା ଦେଖି ସମସ୍ତ ପରିବାର ସଦସ୍ୟ ମଧ୍ୟ କାନ୍ଦି ପକାଇଥିଲେ। ଆଲିଆ ମଧ୍ୟ କାନ୍ଦି ପକାଇଥିଲେ। ଏହା ମୁହୂର୍ତ୍ତ ରଣବୀର ଏବଂ ଆଲିଆଙ୍କ ପାଇଁ ସ୍ମୃତି ହୋଇରହିବ। ରଣବୀର ଝିଅକୁ କୋଳରେ ଧରି ତାଙ୍କ ମୁହଁକୁ ଦେଖି କାନ୍ଦି ପକାଇଥିଲେ। ଆଉ ଖୁସି ମଧ୍ୟ ଥିଲେ। ପୂର୍ବରୁ କେବେ ବି ଏମିତି ଅନୁଭବ କରିନଥିଲେ ବୋଲି ମଧ୍ୟ ରଣବୀର କହିଥିଲେ। ଝିଅକୁ ଦେଖି ବହୁତ ଉତ୍ସାହିତ, ଖୁସି ହୋଇ କାନ୍ଦକୁ ସମ୍ଭାଳି ପାରିନଥିଲେ ବୋଲି ସେତେବେଳେ ରଣବୀର କହିଥିଲେ।

ପ୍ରକାଶ ଯେ ଆଲିଆ ଏବଂ ରଣବୀର ଚଳିତବର୍ଷ ଏପ୍ରିଲରେ ବିବାହ କରିଥିଲେ। ବିବାହର ଦୁଇମାସ ପରେ ଆଲିଆ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ଆଲିଆ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଖୁସି ଖବର ଜଣାଇଥିଲେ।

ତେବେ ଦୁହେଁ ଶେଷ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ନଜର ଆସିଥିଲେ। ୨୦୧୮ ବେଳେ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପରର ନିକଟତର ଆସିଥିଲେ ଆଲିଆ ଏବଂ ରଣବୀର । ବିବାହ ପୂର୍ବରୁ ୩ ବର୍ଷ ପରସ୍ପରକୁ ଡେଟ୍‌ କରୁଥିଲେ ଦୁହେଁ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ମୌନୀ ରାୟ, ନାର୍ଗାଜୁନ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

Also Read: ହିମାଚଳର କାଙ୍ଗଡ଼ାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; କହିଲେ – କଂଗ୍ରେସ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଛି

WCW 11

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

13 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

15 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

55 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago