ଲାଇଫ୍ ଷ୍ଟାଇଲ୍

ପାଳନ୍ତୁ ମିଲେଟ ଦିବସ, ଆଉ ବନାନ୍ତୁ ସୁଆଦିଆ ମାଣ୍ଡିଆ ଉପମା

ଆଜି ମାଣ୍ଡିଆ ଦିବସ ବା ମିଲେଟ୍‌ ଦିବସ। ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ। ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବର୍ଷ ୨୦୧୭ରେ ମିଲେଟ ମିଶନ୍‌ ଆରମ୍ଭ କରିଥିଲେ। ମାଣ୍ଡିଆ ଚାଷୀଙ୍କ ପାଇଁ ଅନେକ ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି ସରକାର। ଏବେ ତ ମାଣ୍ଡିଆରେ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ମାର୍କେଟରେ ମିଳିଲାଣି। ଆଉ ଏହାର ଚାହିଦା ମଧ୍ୟ ଅନେକ। କାହିଁକିନା ଏହା ସ୍ୱାଦରେ ପୂରା ଜବରଦସ୍ତ। ତେବେ ଆଜି ଆପଣଙ୍କ ପାଇଁ ଆଣିଛୁ ମାଣ୍ଡିଆ ଉପମା। ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ମାଣ୍ଡିଆ ଅଟା – ୧ କପ୍‌
  • ତେଲ – ୧ ଚାମଚ୍‌
  • ବିରି ଡାଲି – ୨ ଚାମଚ୍‌
  • ଚଣା ଡାଲି – ୨ ଚାମଚ
  • ଗୋଟା ସୋରିଷ – ୨ ଚାମଚ୍‌
  • ପିଆଜ – ୧ (ଛୋଟ କଟା ହୋଇଥିବା)
  • ଲୁଣ – ସ୍ୱାଦାନୁସାରେ
  • ଲେମ୍ବୁ ରସ – ୧ ଚାମଚ୍‌
  • ହେଙ୍ଗୁ – ଗୋଟେ ଚିମୁଟା

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ ପାତ୍ର ନିଅନ୍ତୁ, ସେଥିରେ ମାଣ୍ଡିଆ ଅଟା ନେଇ ଅଳ୍ପ ପାଣି ପକାଇ ଏହାକୁ ଗୋଟେ ସାଇଡରେ ରଖିଦିଅନ୍ତୁ।
  2. ଏବେ ଗ୍ୟାସରେ କଡେଇ ରଖି ସେଥିରେ ଅଳ୍ପ ତେଲ ପକାଇ ଗରମ କରନ୍ତୁ।
  3. ତେଲ ଗରମ ହୋଇଗଲେ ସେଥିରେ ସୋରିଷ ପକାଇ ତଡକା ଲଗାନ୍ତୁ।
  4. ଏବେ ପିଆଜ, ଚଣା ଡାଲି ଏବଂ ବିରି ଡାଲିକୁ ଭଲଭାବେ ଭାଜି ଦିଅନ୍ତୁ।
  5. ଏବେ ଏଥିରେ ପ୍ରସ୍ତୁତ କରି ରଥିବା ମାଣ୍ଡିଆ ଅଟାକୁ ମିଶାଇ ଦିଅନ୍ତୁ।
  6. ଏହାପରେ ସ୍ୱାଦଅନୁସାରେ ଲୁଣ ପକାଇ ଏହାକୁ ଭଲଭାବେ ଫଟାଫଟ୍‌ ମିକ୍ସ କରିଦିଅନ୍ତୁ। ଏହାକୁ ୩ ରୁ ୪ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
  7. ଏବେ ଗ୍ୟାସ ବନ୍ଦ କରି ଦିଅନ୍ତୁ ଏବଂ ଏଥିରେ ଲେମ୍ବୁ ରସ ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  8. ଶେଷରେ ଏହାକୁ ଧନିଆ ପତ୍ରରେ ସଜାଇ ସର୍ଭ କରନ୍ତୁ।
Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

7 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

9 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

49 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago