ମନୋରଂଜନ

ରାନୁ ମଣ୍ଡଳଙ୍କୁ ମିଳିଲା ନୂଆ ପ୍ରୋଜେକ୍ଟ, ଏବେ ରାମାୟଣର ‘ସୀତା’ ଦୀପିକାଙ୍କ ଫିଲ୍ମରେ ଗାଇବେ ଗୀତ

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ରାନୁ ଏବେ ରାମାୟଣର ସୀତା ଦୀପିକା ଚିଖଲିୟାଙ୍କ ଫିଲ୍ମରେ ଗୀତ ଗାଇବେ। ଏନେଇ ଦୀପିକା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୀପିକାଙ୍କ ଫିଲ୍ମ ସରୋଜିନୀରେ ଗୀତ ଗାଇବେ ରାନୁ ମଣ୍ଡଳ। ଏହା ସ୍ୱାଧୀନତା ସଂଗ୍ରାମୀ ସରୋଜିନୀଙ୍କ ବାୟୋପିକ୍‌ ବୋଲି ଜଣାଯାଇଛି।

ଦୀପିକା ସୋସିଆଲ ମିଡିଆରେ ଭିଡିଓ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ‘ମୋ ଫିଲ୍ମ ସରୋଜିନୀ… ଧୀରଜ ମିଶ୍ରଙ୍କ ଲିଖିତ ଗୀତକୁ ରାନୁ ମଣ୍ଡଳ ଗାଉଛନ୍ତି’। ଭିଡିଓରେ ରାନୁ ମଣ୍ଡଳ ମଧ୍ୟ ଏହା କହୁଥିବା ଦେଖାଯାଇଛି। ଶେଷରେ ସେ କହୁଛନ୍ତି ‘ମୁଁ ଆଶା କରୁଛି ସେହି ଭଲ ପାଇବା ଓ ସମ୍ମାନ ମୋତେ ମିଳିବ ଯାହା ଲୋକମାନେ ମୋତେ ଦେଇ ଆସୁଛନ୍ତି’।

ପ୍ରକାଶ ଯେ ରାନୁ ମଣ୍ଡଳ ରେଳ ଷ୍ଟେସନ୍‌ରେ ଗୀତ ଗାଇ ଟଙ୍କା ରୋଜଗାର କରୁଥିଲେ। ତାଙ୍କର ଏକ ଗୀତ ଗାଉଥିବା ଭିଡିଓକୁ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ସେ ଭିଡିଓରେ ଲତା ମଙ୍ଗେସକରଙ୍କ ଏକ ପ୍ୟାର କା ନଗମା ହୈ ଗୀତ ଗାଉଥିଲେ। ତା’ପରେ ତାଙ୍କୁ ସମସ୍ତେ ଚିହ୍ନିବାକୁ ଲାଗିଲେ ଓ ହିମେଶ ରେଶମିଆଁ ତାଙ୍କୁ ବଲିଉଡ୍‌ରେ ବିଗ୍‌ ବ୍ରେକ୍‌ ଦେଇଥିଲେ।

WCW 11

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

46 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

3 hours ago