ମନୋରଂଜନ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଆଜି ଇଡିରେ ହାଜର ହେବେନାହିଁ ରିୟା, ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାରୁ ମାଗିଲେ ସମୟ

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ତନାଘନା ଆରମ୍ଭ କରିଛି ଇଡି । ତାଙ୍କ ନିକଟତମ ବ୍ୟକ୍ତି ବିଶେଷ ମାନଙ୍କୁ ପଚରାଉଚରା କରୁଥିବା ବେଳେ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍‌ସଆପ୍‌ ଚାଟ୍‌କୁ ଯାଞ୍ଚ କରିଛି । ତେବେ ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଛି ଖୁବ୍‌ କମ୍‌ ଇନ୍‌କମ୍‌ରେ ରିୟା ମୁମ୍ବାଇରେ ଦୁଇଟି ଫ୍ଲାଟ କିଣିଛନ୍ତି । ତେବେ ଏବେ ସୁଦ୍ଧା ଜଣାପଡ଼ିନାହିଁ, ଏହି ସମ୍ପତ୍ତି କିଣିବାକୁ କିଏ ଟଙ୍କା ଦେଇଥିଲା । ତଦନ୍ତ ଜାରି ରଖିଛି ଇଡି । ଏନେଇ ତାଙ୍କ ବୟାନ ରେକର୍ଡ କରିବାକୁ ଆଜି ଇଡିରେ ହାଜର ହେବାକୁ ସମନ୍‌ ହୋଇଛି । ହେଲେ ରିୟା ହାଜର ହେବେନାହିଁ, ବୋଲି ତାଙ୍କ ଓକିଲ କହିଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାରୁ ଇଡିକୁ ସମୟ ମାଗିଛନ୍ତି ରିୟା ।

ଅନ୍ୟପଟେ, ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ନିଜ ହାତକୁ ନେଇଛି ସିବିଆଇ । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ବାପା ଇନ୍ଦରଜିତ ଚକ୍ରବର୍ତ୍ତୀ, ମା’ ସନ୍ଧ୍ୟା ଚକ୍ରବର୍ତ୍ତୀ, ସହାୟକ ସାମୁଏଲ ମିରାଣ୍ଡା ଓ ଶ୍ରୁତି ମୋଦିଙ୍କ ନାଁରେ ସିବିଆଇ ଏଫଆଇଆର ରୁଜୁ କରିଛି । ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ ।

ଏଥିସହ ଏହି ମାମଲାର ତଦନ୍ତ କରୁଥିବା ବିହାର ପୋଲିସ ସହ ସିବିଆଇ ଆଲୋଚନା କରିଛି । ଏସବୁ ଭିତରେ ସିବିଆଇ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଖୋଳତାଡ଼ ଆରମ୍ଭ କରିଛି । ଏହି ଟିମର ନେତୃତ୍ୱ ଗୁଜରାଟ ଆଇପିଏସ କ୍ୟାଡର ମନୋଜ ଶଶିଧର ନେଉଛନ୍ତି । ଏହି ଟିମ୍‌ରେ ଅଛନ୍ତି ମହିଳା ଆଇପିଏସ ଅଫିସର ଗଗନଦୀପ ଗମ୍ଭୀର । ବିଜୟ ମାଲ୍ୟା ଘଟଣାର ତଦନ୍ତ ସିବିଆଇର ଯେଉଁ ଟିମ୍‌ କରୁଥିଲା, ଏବେ ସମାନ ଟିମ୍‌ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବ ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago