ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଆଜି ଇଡିରେ ହାଜର ହେବେନାହିଁ ରିୟା, ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାରୁ ମାଗିଲେ ସମୟ

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ତନାଘନା ଆରମ୍ଭ କରିଛି ଇଡି । ତାଙ୍କ ନିକଟତମ ବ୍ୟକ୍ତି ବିଶେଷ ମାନଙ୍କୁ ପଚରାଉଚରା କରୁଥିବା ବେଳେ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍‌ସଆପ୍‌ ଚାଟ୍‌କୁ ଯାଞ୍ଚ କରିଛି । ତେବେ ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଛି ଖୁବ୍‌ କମ୍‌ ଇନ୍‌କମ୍‌ରେ ରିୟା ମୁମ୍ବାଇରେ ଦୁଇଟି ଫ୍ଲାଟ କିଣିଛନ୍ତି । ତେବେ ଏବେ ସୁଦ୍ଧା ଜଣାପଡ଼ିନାହିଁ, ଏହି ସମ୍ପତ୍ତି କିଣିବାକୁ କିଏ ଟଙ୍କା ଦେଇଥିଲା । ତଦନ୍ତ ଜାରି ରଖିଛି ଇଡି । ଏନେଇ ତାଙ୍କ ବୟାନ ରେକର୍ଡ କରିବାକୁ ଆଜି ଇଡିରେ ହାଜର ହେବାକୁ ସମନ୍‌ ହୋଇଛି । ହେଲେ ରିୟା ହାଜର ହେବେନାହିଁ, ବୋଲି ତାଙ୍କ ଓକିଲ କହିଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାରୁ ଇଡିକୁ ସମୟ ମାଗିଛନ୍ତି ରିୟା ।

riya-8ଅନ୍ୟପଟେ, ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ନିଜ ହାତକୁ ନେଇଛି ସିବିଆଇ । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ବାପା ଇନ୍ଦରଜିତ ଚକ୍ରବର୍ତ୍ତୀ, ମା’ ସନ୍ଧ୍ୟା ଚକ୍ରବର୍ତ୍ତୀ, ସହାୟକ ସାମୁଏଲ ମିରାଣ୍ଡା ଓ ଶ୍ରୁତି ମୋଦିଙ୍କ ନାଁରେ ସିବିଆଇ ଏଫଆଇଆର ରୁଜୁ କରିଛି । ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ ।

sushant and reahaଏଥିସହ ଏହି ମାମଲାର ତଦନ୍ତ କରୁଥିବା ବିହାର ପୋଲିସ ସହ ସିବିଆଇ ଆଲୋଚନା କରିଛି । ଏସବୁ ଭିତରେ ସିବିଆଇ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଖୋଳତାଡ଼ ଆରମ୍ଭ କରିଛି । ଏହି ଟିମର ନେତୃତ୍ୱ ଗୁଜରାଟ ଆଇପିଏସ କ୍ୟାଡର ମନୋଜ ଶଶିଧର ନେଉଛନ୍ତି । ଏହି ଟିମ୍‌ରେ ଅଛନ୍ତି ମହିଳା ଆଇପିଏସ ଅଫିସର ଗଗନଦୀପ ଗମ୍ଭୀର । ବିଜୟ ମାଲ୍ୟା ଘଟଣାର ତଦନ୍ତ ସିବିଆଇର ଯେଉଁ ଟିମ୍‌ କରୁଥିଲା, ଏବେ ସମାନ ଟିମ୍‌ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.