Below header

ଜମ୍ମୁ-କଶ୍ମୀରର ପୂର୍ବ ଉପରାଜ୍ଯପାଳ ଗିରିଶ ଚନ୍ଦ୍ର ମୁର୍ମୁ ହେବେ ନୂଆ CAG, ନେବେ ରାଜୀବ ମହର୍ଷିଙ୍କ ସ୍ଥାନ

ଜମ୍ମୁ ଏବଂ କଶ୍ମୀରର ପୂର୍ବତନ ଉପରାଜ୍ଯପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଦେଶର ନୂତନ CAG (Comptroller and Auditor General of India) ଭାବରେ ନିଯୁକ୍ତ କରାଯାଇଛି। ଏନେଇ କେନ୍ଦ୍ରର ମୋଦୀ ସରକାର ଗୁରୁବାର ଦିନ ଏହାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗିରିଶ ଚନ୍ଦ୍ର ମୁର୍ମୁ ରାଜୀବ ମହର୍ଷିଙ୍କ ସ୍ଥାନ ନେବେ। ରାଜୀବ ମହର୍ଷିଙ୍କୁଗି ୨୦୧୭ ମସିହାରେ CAG ଭାବରେ ନିଯୁକ୍ତ କରାଯାଇଥିଲା। ସୂଚନା ମୁତାବକ ଜିସି ମୁର୍ମୁ ରାଜ୍ଯରୁ କେନ୍ଦ୍ରଶାସିତ ପ୍ରଦେଶ ହୋଇଥିବା ଜମ୍ମୁ-କଶ୍ମୀରରେ ପ୍ରଥମେ ଉପରାଜ୍ଯପାଳ ଭାବେ କାର୍ଯ୍ଯରତ ଥିଲେ। ୬୦ ବର୍ଷିୟ ଗିରିଶ ଚନ୍ଦ୍ର ମୁର୍ମୁ ୧୯୮୫ ବ୍ୟାଚର IAS ଅଧିକାରୀ | ସେ ଗୁଜୁରାଟ କ୍ୟାଡରର ଜଣେ ଅଧିକାରୀ। ଜିସି ମୁର୍ମୁ ଅକ୍ଟୋବର ୩୧, ୨୦୧୯ ମସିହାରେ ଜମ୍ମୁ-କଶ୍ମରୀରେ ପ୍ରଥମ LG ରୂପେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ଯକାଳ ୯ମାସ ହେବା ପରେ ସେ ଗତ ବୁଧବାର ଦିନ ଇସ୍ତଫା ଦେଇଛନ୍ତି।

Murmu-2ଗିରିଶ ଚନ୍ଦ୍ର ମୁର୍ମୁ ଓଡ଼ିଶାର ମୟୁରଭଞ୍ଜ ମାଟିର ସନ୍ତାନ । ସେ ବର୍ମିଂହାମ ବିଶ୍ୱବିଦ୍ୟାଳୟରୁ ଏମବିଏ ଅଧ୍ୟୟନ କରିଥିଲେ। ଜିସି ମୁର୍ମୁ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେବା ପୂର୍ବରୁ ଅର୍ଥ ବିଭାଗରେ ବ୍ୟୟ ବିଭାଗର ସଚିବ ଥିଲେ। ଜିସି ମୁର୍ମୁଙ୍କୁ ନରେନ୍ଦ୍ର ମୋଦୀଙ୍କ ଅତି ଘନିଷ୍ଠ ଅଧିକାରୀଙ୍କ ମଧ୍ୟରେ ଗଣାଯାଏ। ଗୁଜୁରାଟରେ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ମୁଖ୍ୟ ସଚିବ ଥିଲେ।

ଅବସର ନେଉଛନ୍ତି ରାଜୀବ ମହର୍ଷି

Murmu-3ରାଜସ୍ଥାନ କ୍ୟାଡରର ୧୯୭୮ ବ୍ୟାଚର ଆଇଏଏସ୍ ଅଧିକାରୀ ରାଜୀବ ମହର୍ଷି ଗୃହ ସଚିବ ଭାବରେ କାର୍ଯ୍ୟ କରିଛନ୍ତି। ୨୦୧୭ ରେ ତାଙ୍କୁ CAG ଭାବରେ ନିଯୁକ୍ତି କରାଯାଇଥିଲା। ସେ ଶଶିକାନ୍ତ ଶର୍ମାଙ୍କ ସ୍ଥାନ ନେଇଥିଲେ। ରାଜୀବ ମହର୍ଷିଙ୍କ କାର୍ଯ୍ୟକାଳ ପ୍ରାୟ ତିନି ବର୍ଷ ଥିଲା। CAGରେ ନିଯୁକ୍ତି ଛଅ ବର୍ଷ ପାଇଁ ହୋଇଥାଏ କିମ୍ବା ସେ ପର୍ଯ୍ଯନ୍ତ ହୋଇଥାଏ ଯେ ପର୍ଯ୍ଯନ୍ତ ଏହି ପଦବୀରେ କାର୍ଯ୍ଯରତ ଥିବା ବ୍ଯକ୍ତିଙ୍କ ବୟସ ୬୫ ବର୍ଷ ହୋଇନଥିବ। ରିପୋର୍ଟ ଅନୁଯାୟୀ ରାଜୀବ ମହର୍ଷିଙ୍କୁ ଅଗଷ୍ଟ ୮ ତାରିଖ ଅର୍ଥାତ ଆସନ୍ତାକାଲି ୬୫ ବର୍ଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.