Categories: ମନୋରଂଜନ

ଏହି ବଡ଼ କାରଣରୁ ଉର୍ବଶୀ ରୋତେଲାଙ୍କୁ ବ୍ଲକ୍‌ କଲେ କ୍ରିକେଟିୟର ଋଷଭ ପନ୍ଥ

ବଲିଉଡ୍‌ ଜଗତର କ୍ରିକେଟ୍‌ ସହ ସମ୍ପର୍କ ବେଶ୍‌ ପୁରୁଣା। ପୁଣିଥରେ କ୍ରିକେଟର ଓ ବଲିଉଡ୍‌ର ନାମ ଏକାଠି ଯୋଡ଼ି ହୋଇଛି। କିନ୍ତୁ ଏଥରକ ମାମଲା ସମ୍ପୂର୍ଣ୍ଣ ଭିନ୍ନ। ରିପୋର୍ଟ ମୁତାବକ, ଭାରତୀୟ କ୍ରିକେଟ୍‌ ଟିମ୍‌ର ଓ୍ଵିକେଟ୍‌ କିପର ଋଷଭ ପନ୍ଥ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୋତେଲାଙ୍କୁ ବ୍ଲକ୍‌ କରିଦେଇଥିବା ଜଣାଯାଇଛି।

ମିଳିଥିବା ସୂଚନାନୁଯାୟୀ, ଗତ କିଛି ଦିନ ହେବ ଉର୍ବଶୀ ବାରମ୍ବାର ଋଷଭଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ। ଏଥିରେ ବିରକ୍ତ ହୋଇ ଋଷଭ ତାଙ୍କୁ ବ୍ଲକ୍‌ କରିବା ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ଉଭୟେ ପରସ୍ପରକୁ ଭଏସ୍‌ କଲ୍‌ ଓ ହ୍ଵାଟ୍ସଆପ୍‌ରେ ବ୍ଲକ୍‌ କରିଦେଇଛନ୍ତି।

ଉର୍ବଶୀ ଓ ଋଷଭ ପରସ୍ପରକୁ ଡେଟ୍‌ କରୁଥିବା କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା। କିନ୍ତୁ ନୂଆବର୍ଷରେ ଏହି କ୍ରିକେଟର ନିଜ ଗର୍ଲଫ୍ରେଣ୍ଡ ଈଶା ନେଗୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ରିପୋର୍ଟ ମୁତାବକ, ଉର୍ବଶୀ ବାରମ୍ବାର ଋଷଭଙ୍କୁ କଲ୍‌ କରୁଥିଲେ। ପରେ ଉଭୟେ ଉଭୟଙ୍କୁ ବ୍ଲକ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ମଧ୍ୟ ଉର୍ବଶୀଙ୍କ ସହ ଯୋଡ଼ାଯାଉଥିଲା।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago