ଏହି ବଡ଼ କାରଣରୁ ଉର୍ବଶୀ ରୋତେଲାଙ୍କୁ ବ୍ଲକ୍‌ କଲେ କ୍ରିକେଟିୟର ଋଷଭ ପନ୍ଥ

ବଲିଉଡ୍‌ ଜଗତର କ୍ରିକେଟ୍‌ ସହ ସମ୍ପର୍କ ବେଶ୍‌ ପୁରୁଣା। ପୁଣିଥରେ କ୍ରିକେଟର ଓ ବଲିଉଡ୍‌ର ନାମ ଏକାଠି ଯୋଡ଼ି ହୋଇଛି। କିନ୍ତୁ ଏଥରକ ମାମଲା ସମ୍ପୂର୍ଣ୍ଣ ଭିନ୍ନ। ରିପୋର୍ଟ ମୁତାବକ, ଭାରତୀୟ କ୍ରିକେଟ୍‌ ଟିମ୍‌ର ଓ୍ଵିକେଟ୍‌ କିପର ଋଷଭ ପନ୍ଥ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୋତେଲାଙ୍କୁ ବ୍ଲକ୍‌ କରିଦେଇଥିବା ଜଣାଯାଇଛି।

ମିଳିଥିବା ସୂଚନାନୁଯାୟୀ, ଗତ କିଛି ଦିନ ହେବ ଉର୍ବଶୀ ବାରମ୍ବାର ଋଷଭଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ। ଏଥିରେ ବିରକ୍ତ ହୋଇ ଋଷଭ ତାଙ୍କୁ ବ୍ଲକ୍‌ କରିବା ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ଉଭୟେ ପରସ୍ପରକୁ ଭଏସ୍‌ କଲ୍‌ ଓ ହ୍ଵାଟ୍ସଆପ୍‌ରେ ବ୍ଲକ୍‌ କରିଦେଇଛନ୍ତି।

ଉର୍ବଶୀ ଓ ଋଷଭ ପରସ୍ପରକୁ ଡେଟ୍‌ କରୁଥିବା କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା। କିନ୍ତୁ ନୂଆବର୍ଷରେ ଏହି କ୍ରିକେଟର ନିଜ ଗର୍ଲଫ୍ରେଣ୍ଡ ଈଶା ନେଗୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

हार्दिक पांड्या और उर्वशी रौतेला

ରିପୋର୍ଟ ମୁତାବକ, ଉର୍ବଶୀ ବାରମ୍ବାର ଋଷଭଙ୍କୁ କଲ୍‌ କରୁଥିଲେ। ପରେ ଉଭୟେ ଉଭୟଙ୍କୁ ବ୍ଲକ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ମଧ୍ୟ ଉର୍ବଶୀଙ୍କ ସହ ଯୋଡ଼ାଯାଉଥିଲା।