ପ୍ରାୟଶ୍ଚିତ ପାଇଁ ପୁରୀ ମହୋଦଧିରେ ବୁଡ଼ ପକାଇଲେ ବରଗଡ଼ ଧନୁଯାତ୍ରାର କଂସ କଳାକାର ଭୁବନେଶ୍ୱର କୁମାର ପ୍ରଧାନ

ପୁରୀ(କେନ୍ୟୁଜ୍): ପ୍ରାୟଶ୍ଚିତ ପାଇଁ ପୁରୀ ମହୋଦଧିରେ ବୁଡ଼ ପକାଇଲେ ଓ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ ବରଗଡ଼ ଧନୁଯାତ୍ରାର କଂସ କଳାକାର ଭୁବନେଶ୍ୱର ପ୍ରଧାନ । ପ୍ରଥମେ ସେ ଗୋବର୍ଦ୍ଧନ ମଠକୁ ଯାଇଥିଲେ ହେଁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଅନୁପସ୍ଥିତ ଥିବାରୁ ତାଙ୍କୁ ଦର୍ଶନ କରିପାରିନଥିଲେ । ଏହାପରେ ପାପମୋଚନ ପାଇଁ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ବୁଡ଼ ପକାଇବା ସହ ପଇତା ବିସର୍ଜନ କରିଥିଲେ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ । ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ ବେଳେ କୃଷ୍ଣବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ ମହାପ୍ରଭୁଙ୍କୁ କ୍ଷମା ଭିକ୍ଷା କରିଛନ୍ତି । ବରଗଡ଼ରେ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପରିବେଷଣ ହୋଇଥିଲା । ଏଥିରେ କଂସ ମହାରାଜ ମୁନିଋଷିଙ୍କ ପ୍ରତି ଅତ୍ୟାଚାର କରିବା ସହ କୃଷ୍ଣବଳରାମଙ୍କୁ କଟୁକ୍ତି କରିଥିଲେ । ସେମାନଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚିଥିଲେ । ଏଥିପାଇଁ ମହାପ୍ରଭୁଙ୍କ ନିକଟରେ ଭୁବନେଶ୍ୱର ପ୍ରଧାନ କ୍ଷମା ପ୍ରାର୍ଥନା କରିଛନ୍ତି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.