Below header

ଧାର୍ଯ୍ୟ ଲକ୍ଷ ଠାରୁ ଟପିଲା ‘ତାନାଜୀ’ର ରୋଜଗାର, ଦୀପିକାଙ୍କ ‘ଛପାକ’ ବି କଲା ଏତିକି ଆୟ

ବର୍ଷ ଆରମ୍ଭରୁ ବକ୍ସ ଅଫିସର ଦୁଇ ବଡ ବ୍ୟାନର ଫିଲ୍ମ ‘ ତାନାଜୀ: ଦ ଅନସର ବାରିୟର’ ଓ ଦୀପିକା ପଡୁ଼କୋନ ଅଭିନୀତ ଫିଲ୍ମ ‘ଛପାକ’ ରିଲିଜ ହୋଇଛି ।ଜାନୁଆରୀ ୧୦ରେ ରିଲିଜ ହୋଇଥିବା ଏହି ଦୁଇ ଫିଲ୍ମର ପ୍ରଥମ ଦିନର ରୋଜଗାରର ତଥ୍ୟ ବାହାରକୁ ଆସିଛି । ରିଲିଜ ପୂର୍ବରୁ ହିଁ ଏହି ଦୁଇ ବିଗ ଷ୍ଟାର ସିନେମାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା । ଏମିତିକି ଏହି ବିବାଦରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ରାସ୍ତାକୁ ଓଲ୍ହାଇଥିଲେ । ଦୁଇ ଫିଲ୍ମର ପ୍ରମୋସନ ପାଇଁ କେତେକ ମଲ୍ଟିପ୍ଲେକ୍ସକୁ ଆଗୁଆ ବୁକ କରାଯାଇ ଫ୍ରିରେ ଟିକଟ ବଣ୍ଟାଯାଇଥିଲା ।

chapak new

ଏତେ ମାତ୍ରାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସମସ୍ତଙ୍କ ମନରେ ଏକ ଉତ୍କଣ୍ଠା ଥିଲା ଏହି ଦୁଇ ଫିଲ୍ମର ପ୍ରଥମ ଦିନର କଲେକ୍ସନ କେତେ ହେବ ତାହା ଜାଣିବା ପାଇଁ । ଯଦି ଏହି ଦୁଇ ସିନେମାର ସମୁଦାୟ କଲେକ୍ସନକୁ ଧରାଯାଏ ତେବେ ଏହା ଭିତରେ ଅଜୟ ଓ କାଜଲ ଅଭିନୀତ ‘ତନାଜୀ’ କିଛିଟା ବାଜି ମାରି ନେଇଛି । ଫିଲ୍ମଟି ପ୍ରଥମ ଦିନରେ ୧୫.୧୦ କୋଟି ଟଙ୍କାର ରୋଜଗାର କରିଛି । ଦୀପିକାଙ୍କ ଜେଏନୟୁ ବିଶ୍ୱବିଦ୍ୟାଳୟ ଚାଲିଥିବା ଗଣ୍ଡଗୋଳରେ ହସ୍ତକ୍ଷେପ ପରେ ଅଜୟଙ୍କ ‘ତନାଜୀ’ ସପକ୍ଷରେ ବିଜେପି ପକ୍ଷରୁ ଲୋକ ରାସ୍ତାକୁ ଓଲ୍ହାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ତନାଜୀ ହେଉଛି ଅଜୟଙ୍କ କ୍ୟାରିଅରର ୧୦୦ ତମ ସିନେମା ।

ତାଙ୍କ ବ୍ୟତୀତ କାଜଲ ଓ ସୈଫ ଅଲ୍ଲୀ ଖାନ ବି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଅନ୍ୟ ପକ୍ଷରେ ଦୀପିକାଙ୍କ ଅଭିନୀତ ଛପାକ ପ୍ରଥମ ଦିନରେ ୪.୭୭ କୋଟି ଟଙ୍କାର ଆୟ କରିଛି । ରାଜସ୍ଥାନ, ଛତିଶଗଡ଼, ମଧ୍ୟ ପ୍ରଦେଶ ପରି ରାଜ୍ୟ ଗୁଡିକରେ ଏହି ଫିଲ୍ମ ଉପରେ ସମ୍ପୂର୍ଣ ରୂପେ ଟ୍ୟାକ୍ସ ଛାଡ କରାଯାଇଥିଲା । ଏଥିରେ ଦୀପିକାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ବିକ୍ରନ୍ତ ମଇସି । କେତେକ ବିବାଦରେ ଫସିବା କାରଣରୁ ଏହି ସିନେମାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.