ଭାରତୀୟ ମହିଳା କ୍ରିକେଟ ଦଳ ପୂର୍ବତନ କ୍ୟାପଟେନ ଝୁଲଣ ଗୋସ୍ଵାମୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ, ଲିଡ଼ ରୋଲରେ ନଜର ଆସିବେ ଅନୁଷ୍କା

ଭାଗ ମୀଲଖା ଭାଗ, ମେରୀ କମ, ମହମଦ ଆଝରୁଧିନ, ମହେନ୍ଦ୍ର ସିଂ ଧୋନି ପରି ବାୟୋପିକ ନିର୍ମାଣ ହେବା ପରେ ଏବେ ମହିଳା କ୍ରିକେଟ ଟିମର ପୂର୍ବ କ୍ୟାପଟେନ ଝୁଲଣ ଗୋସ୍ୱାମୀଙ୍କ ଉପରେ ଏକ ଫିଲ୍ମ ହେବାକୁ ଯାଉଛି । ଆଉ ସବୁଠୁ ଆଶ୍ଚର୍ଯ୍ୟ କର କଥା ହେଉଛି ଗୋସ୍ଵାମୀଙ୍କ ବାୟୋପିକରେ ଆଉ କେହି ନୁହେଁ ବରଂ ଖୋଦ ଅନୁଷ୍କା ଶର୍ମା ହିଁ ମୁଖ୍ୟ ଭୂମିକାରେ ଅବତ୍ତୀର୍ଣ୍ଣ ହେବେ । ଏହି ଫିଲ୍ମ ଟିର ନାମ ରଖାଯିବ ‘ଚକଦେ ଏକ୍ସପ୍ରେସ’ । ଫିଲ୍ମର ପ୍ରଥମ ଭାଗର ସୁଟିଂ ପାଇଁ ଅନୁଷ୍କା କୋଲକାତା ସ୍ଥିତ ଇଡେନ ଗାର୍ଡେନକୁ ଯାଇଛନ୍ତି । ଇଡେନ ଗାର୍ଡେନର ଡ୍ରେସିଂ ରୁମ ଓ ପଡିଆରେ ଫିଲ୍ମର ପ୍ରଥମ ଭାଗର ସୁଟିଂ ଆରମ୍ଭ ହେବ । ସୁଟିଂ ସମୟରେ ଝୁଲଣ ବି ସେହି ସ୍ଥାନରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି ।

jhulan

ତାଙ୍କ ସମୟରେ ଝୁଲଣ ଭାରତୀୟ ମହିଳା କ୍ରିକେଟ ଦଳରେ ଜଣେ ଦକ୍ଷ ବ୍ୟାଟ୍ସ ମ୍ୟାନ ଥିଲେ । ୨୦୧୮ ମସିହାରେ ହିଁ ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ । ଝୁଲଣ ହେଉଛନ୍ତି ପ୍ରଥମ ମହିଳା ଖେଳାଳି ଯିଏ ପ୍ରଥମ ଥର ୨୦୦ ଵିକେଟ ନେଇଛନ୍ତି । ଏହି ମହିଳା ଖେଳାଳିଙ୍କୁ ଆଇଆଇସିସି ତରଫରୁ ୨୦୧୭ ମସିହାରେ ‘ବିମେନ୍ସ ପ୍ଲେୟାର ଅଫ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏମିତିକି ତାଙ୍କ ସମ୍ମାନରେ ପୋଷ୍ଟର ଷ୍ଟମ୍ପ ମଧ୍ୟ ଜାରି କରାଯାଇଛି ।୨୦୦୨ ମସିହାରେ ଝୁଲଣ ଅନ୍ତର୍ଜାତିୟ ଦିନିକିଆରେ ନିଜ କ୍ୟାରିଅର ଆରମ୍ଭ କରିଥିବା ବେଳେ ୧୮୨ ଟି ମ୍ୟାଚରୁ ୨୨୫ ଵିକେଟ ହାସଲ କରିଛନ୍ତି । ସେହିପରି ଟି ୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଗୋସ୍ୱାମୀ ୬୮ ଟି ମ୍ୟାଚରୁ ୫୬ ଟି ଵିକେଟ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.