ମନୋରଂଜନ

ଦର୍ଶକଙ୍କ ମନ ଜିଣିପାରିଥିଲେ ‘ଛୋଟି ବୋହୂ’, ଆଜି ସମସ୍ତଙ୍କ ହୃଦୟରେ ରାଜ୍‌ କରୁଛନ୍ତି ରୁବିନା

ରୁବିନା ଦିଲାଏକ ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି । ସେ ପ୍ରାୟତଃ ଟିଭି ସୋ ମାନଙ୍କରେ ସଂସ୍କାରୀ ବୋହୂ ଏବଂ ଝିଅ ରୂପରେ ନଜର ଆସିଛନ୍ତି । ହେଲେ ରୁବିନା ତାଙ୍କ ରିୟଲ ଲାଇଫରେ ବହୁତ ବୋଲ୍ଡ ଓ ବିନ୍ଦାସ ରୁହନ୍ତି । ରୁବିନାଙ୍କ ଜନ୍ମ ହିମାଚଳ ପ୍ରଦେଶ ଶିମଲାରେ ହୋଇଥିଲା । ସେ ଶିମଲା ପବ୍ଲିକ୍‌ ସ୍କୁଲ ଓ ସେଣ୍ଟ ବେଡେ କଲେଜରେ ନିଜ ପାଠପଢା ଶେଷ କରିଥିଲେ । ତାଙ୍କ ବାପା ଜଣେ ରାଇଟର ଏବଂ ସେ ହିନ୍ଦୀରେ ଅନେକ ବହି ଲେଖିଛନ୍ତି ।

ରୁବିନା ଦିଲାଏକ ଟିଭି ସୋରେ ଆସିବା ପୂର୍ବରୁ ପ୍ରଥମେ ଏକ ବିୟୁଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପରେ ସେ ଟିଭି ସୋ ‘ଛୋଟି ବୋହୂ’ରୁ ଟିଭି ଦୁନିଆରେ ରାଜ କରିଛନ୍ତି । ତାଙ୍କ ସିରିଏଲେ ‘ଛୋଟି ବୋହୁ’ ଏବଂ ‘ଶକ୍ତି ଅସ୍ତିତ୍ୱ କେ ଏହେସାସ୍‌ କି’ ରୁ ତାଙ୍କୁ ପରିଚୟ ମିଳିଥିଲା । ରୁବିନା ଦିଲାଏକ ଆଜି ତାଙ୍କ ୩୪ତମ ଜନ୍ମ ଦିନ ପାଳନ କରୁଛନ୍ତି । ତେବେ ଏହି ଅବସରରେ ତାଙ୍କ ଲାଇଫ୍‌ ବିଷୟରେ କିଛି ଜାଣିବା ।

ରୁବିନା ଅଭିନେତ୍ରୀ ନୁହେଁ ଆଇଏଏସ ଅଫିସର ହେବାକୁ ଚାହୁଁ ଥିଲେ :

ଅଗଷ୍ଟ ୨୬, ୧୯୮୭ ରେ ହିମାଚଳ ପ୍ରଦେଶରେ ରୁବିନା ଦିଲାଏକ ଜନ୍ମ ନେଇଥିଲେ । ସେ ଜଣେ ଛୋଟ ପରଦାର ବଡ ଷ୍ଟାର । ରୁବିନା ୨୦୦୬ ରେ ମିସ୍‌ ଶିମଲା ପ୍ରତିଯୋଗିତାରେ ଭାଗ ନେଇ ଜିତିଥିଲେ । ସେ ଏକ ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ଏବଂ ସେ ଏହା ପାଇଁ ପ୍ରସ୍ତୁତି ମଧ୍ୟ କରିଥିଲେ । ହେଲେ କୁହାଯାଏ ନା ଭାଗ୍ୟ ରେ ଯାହା ଲେଖା ହୋଇଥାଏ ତାହା ହିଁ ହୁଏ । ସେହିପରି ରୁବିନାଙ୍କ ଭାଗ୍ୟ ଥିଲା ସେ ଜଣେ ଅଭିନେତ୍ରୀ ହେବାର । ଏବେ ସେ ଜଣେ ଟିଭି ଦୁନିଆର  ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ।

ରୁବିନା ‘ଛୋଟି ବୋହୂ’ ସିରିଏଲ ରୁ ଟିଭି ଦୁନିଆରେ ପାଦ ଦେଇଥିଲେ :

ରୁବିନା ଦିଲାଏକ ଛୋଟ ପରଦାରେ ସିରିଏଲ ‘ଛୋଟି ବୋହୂ’ ଜରିଆରେ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ । ଏହି ସୋ ରେ ତାଙ୍କୁ ଫ୍ୟାନ୍ସ ବହୁତ କରିଥିଲେ । ଏହା ପରେ ସେ ଅନେକ ସୋ କରିଥିଲେ । ଯେପରି ‘ଶାସ ବିନା ଶସୁରାଲ’, ‘ପୂର୍ଣ୍ଣବିବାହ’, ‘ଦେବୋ କେ ଦେବ ମହାଦେବ’, ‘ତୁ ଆସିକି’ ଓ ‘ଶକ୍ତି ଅସ୍ତିତ୍ୱ କେ ଏହେସାସ୍‌ କି’ ଭଳି ସୋ ରେ କାମ କରିଛନ୍ତି । ରୁବିନାଙ୍କୁ ତାଙ୍କ ସମସ୍ତ ସୋରେ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏତିକି ନୁହେଁ ବରଂ ସେ ‘ଅର୍ଦ୍ଧ’ ରୁ ବଲିଉଡ ରେ ମଧ୍ୟ ଡେବ୍ୟୁ କରିଛନ୍ତି । ଏହା ସହ ରୁବିନା ବିଗ୍‌ ବସ୍‌ ୧୪ରେ ମଧ୍ୟ ନଜର ଆସିଥିଲେ । ରୁବିନା ବିଗ୍‌ ବସ୍‌ ସିଜିନ୍‌ ୧୪ରେ ବିଜେତା ମଧ୍ୟ ହୋଇଥିଲେ ।

ରୁବିନାଙ୍କ ଲଭ୍‌ ଲାଇଫ :
ସିରିଏଲ ‘ଛୋଟି ବୋହୂ’ ରେ ରୁବିନା ଦିଲାଏକ ତାଙ୍କ କୋ-ଷ୍ଟାର ଅଭିନାଶ ସଚଦେବଙ୍କୁ ଡେଟ୍‌ କରିଥିଲେ । ସେହି ସୋ ଜରିଆରେ ଏହି ଦୁଇ କପଲ୍‌ ଅନେକ ବର୍ଷ ଧରି ଏକା ସହିତ ରହିଥିଲେ । ହେଲେ ସୋ ସରିବା ମାତ୍ରେ ଦୁଇ ଜଣ ଅଲଗା ହୋଇଯାଇଥିଲେ । ଅଭିନାଶ ସଚଦେବଙ୍କ ପରେ ରୁବିନାଙ୍କ ଲାଇଫରେ ଅଭିନବ ଶୁକ୍ଲାଙ୍କ ଏଣ୍ଟ୍ରି ହୋଇଥିଲା । ରୁବିନା ଓ ଅଭିନବ କିଛି ଦିନ ଡେଟ୍‌ କରିବା ପରେ ୨୦୧୮ ରେ ବିବାହ କରିଥିଲେ ।

ରୁବିନା ପଞ୍ଜାବୀ  ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ :
ରୁବିନା ଦିଲାଏକ ଏବେ ପଞ୍ଜାବୀ  ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ସେ କିଛି ଦିନ ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଥିଲେ । ସେହି ଫଟୋରେ ସେ ନୂଆ ବୋହୂ ରୂପରେ ନଜର ଆସିଥିଲେ । ରୁବିନା ପଞ୍ଜାବୀ  ଫିଲ୍ମ ‘ଚାଲ ଭାଜ ଚଲିଏ’ରେ ନଜର ଆସିବା ପାଇଁ ଯାଉଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀଙ୍କ ଅପୋଜିଟ୍‌ ସିଙ୍ଗର ଏବଂ ଅଭିନେତା ଇନ୍ଦର ଚହଲ ନଜର ଆସିବେ । ରୁବିନାଙ୍କ ଫ୍ୟାନ୍ସ ତାଙ୍କର ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହିତ ସହ ଅପେକ୍ଷା କରିଛନ୍ତି ।

 

KNews Bureau

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

6 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

20 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

26 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

56 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago