ଦର୍ଶକଙ୍କ ମନ ଜିଣିପାରିଥିଲେ ‘ଛୋଟି ବୋହୂ’, ଆଜି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି ରୁବିନା
ରୁବିନା ଦିଲାଏକ ଛୋଟ ପରଦାରେ ସିରିଏଲ ‘ଛୋଟି ବୋହୂ’ ଜରିଆରେ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ । ଏହି ସୋ ରେ ତାଙ୍କୁ ଫ୍ୟାନ୍ସ ବହୁତ କରିଥିଲେ । ରୁବିନା ଦିଲାଏକ ଆଜି ତାଙ୍କ ୩୪ତମ ଜନ୍ମ ଦିନ ପାଳନ କରୁଥିବାର ନଜର ଆସିଛନ୍ତି ।

ରୁବିନା ଦିଲାଏକ ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି । ସେ ପ୍ରାୟତଃ ଟିଭି ସୋ ମାନଙ୍କରେ ସଂସ୍କାରୀ ବୋହୂ ଏବଂ ଝିଅ ରୂପରେ ନଜର ଆସିଛନ୍ତି । ହେଲେ ରୁବିନା ତାଙ୍କ ରିୟଲ ଲାଇଫରେ ବହୁତ ବୋଲ୍ଡ ଓ ବିନ୍ଦାସ ରୁହନ୍ତି । ରୁବିନାଙ୍କ ଜନ୍ମ ହିମାଚଳ ପ୍ରଦେଶ ଶିମଲାରେ ହୋଇଥିଲା । ସେ ଶିମଲା ପବ୍ଲିକ୍ ସ୍କୁଲ ଓ ସେଣ୍ଟ ବେଡେ କଲେଜରେ ନିଜ ପାଠପଢା ଶେଷ କରିଥିଲେ । ତାଙ୍କ ବାପା ଜଣେ ରାଇଟର ଏବଂ ସେ ହିନ୍ଦୀରେ ଅନେକ ବହି ଲେଖିଛନ୍ତି ।
ରୁବିନା ଦିଲାଏକ ଟିଭି ସୋରେ ଆସିବା ପୂର୍ବରୁ ପ୍ରଥମେ ଏକ ବିୟୁଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପରେ ସେ ଟିଭି ସୋ ‘ଛୋଟି ବୋହୂ’ରୁ ଟିଭି ଦୁନିଆରେ ରାଜ କରିଛନ୍ତି । ତାଙ୍କ ସିରିଏଲେ ‘ଛୋଟି ବୋହୁ’ ଏବଂ ‘ଶକ୍ତି ଅସ୍ତିତ୍ୱ କେ ଏହେସାସ୍ କି’ ରୁ ତାଙ୍କୁ ପରିଚୟ ମିଳିଥିଲା । ରୁବିନା ଦିଲାଏକ ଆଜି ତାଙ୍କ ୩୪ତମ ଜନ୍ମ ଦିନ ପାଳନ କରୁଛନ୍ତି । ତେବେ ଏହି ଅବସରରେ ତାଙ୍କ ଲାଇଫ୍ ବିଷୟରେ କିଛି ଜାଣିବା ।
ରୁବିନା ଅଭିନେତ୍ରୀ ନୁହେଁ ଆଇଏଏସ ଅଫିସର ହେବାକୁ ଚାହୁଁ ଥିଲେ :
ଅଗଷ୍ଟ ୨୬, ୧୯୮୭ ରେ ହିମାଚଳ ପ୍ରଦେଶରେ ରୁବିନା ଦିଲାଏକ ଜନ୍ମ ନେଇଥିଲେ । ସେ ଜଣେ ଛୋଟ ପରଦାର ବଡ ଷ୍ଟାର । ରୁବିନା ୨୦୦୬ ରେ ମିସ୍ ଶିମଲା ପ୍ରତିଯୋଗିତାରେ ଭାଗ ନେଇ ଜିତିଥିଲେ । ସେ ଏକ ଆଇଏଏସ୍ ଅଫିସର ହେବାକୁ ଚାହୁଁଥିଲେ ଏବଂ ସେ ଏହା ପାଇଁ ପ୍ରସ୍ତୁତି ମଧ୍ୟ କରିଥିଲେ । ହେଲେ କୁହାଯାଏ ନା ଭାଗ୍ୟ ରେ ଯାହା ଲେଖା ହୋଇଥାଏ ତାହା ହିଁ ହୁଏ । ସେହିପରି ରୁବିନାଙ୍କ ଭାଗ୍ୟ ଥିଲା ସେ ଜଣେ ଅଭିନେତ୍ରୀ ହେବାର । ଏବେ ସେ ଜଣେ ଟିଭି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ।
ରୁବିନା ‘ଛୋଟି ବୋହୂ’ ସିରିଏଲ ରୁ ଟିଭି ଦୁନିଆରେ ପାଦ ଦେଇଥିଲେ :
ରୁବିନା ଦିଲାଏକ ଛୋଟ ପରଦାରେ ସିରିଏଲ ‘ଛୋଟି ବୋହୂ’ ଜରିଆରେ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ । ଏହି ସୋ ରେ ତାଙ୍କୁ ଫ୍ୟାନ୍ସ ବହୁତ କରିଥିଲେ । ଏହା ପରେ ସେ ଅନେକ ସୋ କରିଥିଲେ । ଯେପରି ‘ଶାସ ବିନା ଶସୁରାଲ’, ‘ପୂର୍ଣ୍ଣବିବାହ’, ‘ଦେବୋ କେ ଦେବ ମହାଦେବ’, ‘ତୁ ଆସିକି’ ଓ ‘ଶକ୍ତି ଅସ୍ତିତ୍ୱ କେ ଏହେସାସ୍ କି’ ଭଳି ସୋ ରେ କାମ କରିଛନ୍ତି । ରୁବିନାଙ୍କୁ ତାଙ୍କ ସମସ୍ତ ସୋରେ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏତିକି ନୁହେଁ ବରଂ ସେ ‘ଅର୍ଦ୍ଧ’ ରୁ ବଲିଉଡ ରେ ମଧ୍ୟ ଡେବ୍ୟୁ କରିଛନ୍ତି । ଏହା ସହ ରୁବିନା ବିଗ୍ ବସ୍ ୧୪ରେ ମଧ୍ୟ ନଜର ଆସିଥିଲେ । ରୁବିନା ବିଗ୍ ବସ୍ ସିଜିନ୍ ୧୪ରେ ବିଜେତା ମଧ୍ୟ ହୋଇଥିଲେ ।
ରୁବିନାଙ୍କ ଲଭ୍ ଲାଇଫ :
ସିରିଏଲ ‘ଛୋଟି ବୋହୂ’ ରେ ରୁବିନା ଦିଲାଏକ ତାଙ୍କ କୋ-ଷ୍ଟାର ଅଭିନାଶ ସଚଦେବଙ୍କୁ ଡେଟ୍ କରିଥିଲେ । ସେହି ସୋ ଜରିଆରେ ଏହି ଦୁଇ କପଲ୍ ଅନେକ ବର୍ଷ ଧରି ଏକା ସହିତ ରହିଥିଲେ । ହେଲେ ସୋ ସରିବା ମାତ୍ରେ ଦୁଇ ଜଣ ଅଲଗା ହୋଇଯାଇଥିଲେ । ଅଭିନାଶ ସଚଦେବଙ୍କ ପରେ ରୁବିନାଙ୍କ ଲାଇଫରେ ଅଭିନବ ଶୁକ୍ଲାଙ୍କ ଏଣ୍ଟ୍ରି ହୋଇଥିଲା । ରୁବିନା ଓ ଅଭିନବ କିଛି ଦିନ ଡେଟ୍ କରିବା ପରେ ୨୦୧୮ ରେ ବିବାହ କରିଥିଲେ ।
ରୁବିନା ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ :
ରୁବିନା ଦିଲାଏକ ଏବେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ସେ କିଛି ଦିନ ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଥିଲେ । ସେହି ଫଟୋରେ ସେ ନୂଆ ବୋହୂ ରୂପରେ ନଜର ଆସିଥିଲେ । ରୁବିନା ପଞ୍ଜାବୀ ଫିଲ୍ମ ‘ଚାଲ ଭାଜ ଚଲିଏ’ରେ ନଜର ଆସିବା ପାଇଁ ଯାଉଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀଙ୍କ ଅପୋଜିଟ୍ ସିଙ୍ଗର ଏବଂ ଅଭିନେତା ଇନ୍ଦର ଚହଲ ନଜର ଆସିବେ । ରୁବିନାଙ୍କ ଫ୍ୟାନ୍ସ ତାଙ୍କର ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହିତ ସହ ଅପେକ୍ଷା କରିଛନ୍ତି ।