ଜିକା ଭାଇରସ୍ ଓ ଏହାର ଲକ୍ଷଣ କ’ଣ ? ଏହି ଭାଇରସ୍ରୁ ଜାଣନ୍ତୁ କିପରିି ବଞ୍ଚିବେ
ବର୍ତ୍ତମାନ ଦେଶରେ କରୋନା ଭାଇରସ୍ ଏବଂ ଡେଙ୍ଗୁ କେସ୍ ଅଧିକ ସାମ୍ନାକୁ ଆସୁଛି । ଏହି ସବୁ ସମସ୍ୟା ମଧ୍ୟରେ ଏବେ ଏକ ନୂଆ ଜିକା ଭାଇରସ୍ ର କେସ୍ ବଢିବା ପାଇଁ ଲାଗିଛି । ପ୍ରାୟତଃ ମୁମ୍ବାଇରୁ ଜିକା ଭାଇରସ୍ କେସ୍ ସାମ୍ନାକୁ ଆସୁଛି । ଏହା ଡେଙ୍ଗୁ ଭଳି ଏକ ଜିକା ଭାଇରସ୍ ଯାହା ମଶା କାମୁଡିବା ଦ୍ୱାରା ବ୍ୟକ୍ତିକୁ ହୋଇଥାଏ ।

ବର୍ତ୍ତମାନ ଦେଶରେ କରୋନା ଭାଇରସ୍ ଏବଂ ଡେଙ୍ଗୁ କେସ୍ ଅଧିକ ସାମ୍ନାକୁ ଆସୁଛି । ଏହି ସବୁ ସମସ୍ୟା ମଧ୍ୟରେ ଏବେ ଏକ ନୂଆ ଜିକା ଭାଇରସ୍ ମୁମ୍ବାଇରେ ବଢିବାକୁ ଲାଗିଛି , ଏହା ସହ ସେଠାରୁ ପ୍ରାୟତଃ ଅଧିକ କେସ୍ ସାମ୍ନାକୁ ଆସିଛି । ଏହା ଡେଙ୍ଗୁ ଭଳି ଏକ ଭାଇରସ୍ ଯାହା ମଶା କାମୁଡିବା ଦ୍ୱାରା ବ୍ୟକ୍ତିକୁ ହୋଇଥାଏ । ଯେଉଁମାନଙ୍କୁ ଜିକା ଭାଇରସ୍ ହୋଇଥାଏ ପ୍ରଥମେ ଅଧିକ ଜ୍ୱର ହୁଏ । ତାହା ପରେ ଶରୀର ଓ ମୁଣ୍ଡ ବିନ୍ଧା ହେବାକୁ ଲାଗିଥାଏ । କିଛି ଜିକା ଭାଇରସ୍ କେସ୍ ଏପରି ହୋଇଥାଏ ଯେ, ବ୍ୟକ୍ତିର ସ୍ନାୟୁ ପ୍ରଣାଳୀରେ କ୍ଷତି କରିଥାଏ ।
ଜିକା ଭାଇରସ୍ ଲକ୍ଷଣ :
ତେବେ ପ୍ରଥମେ ଜିକା ଭାଇରସ୍ର ଲକ୍ଷଣ ଶରୀରରେ କମ୍ ହୋଇଥାଏ । ଯେପରି ଶରୀରରେ ଜିକା ଭାଇରସ୍ ସଂକ୍ରମଣ ବଢିବାକୁ ଲାଗିଥାଏ । ସେହିପରି ଏହାର ଲକ୍ଷଣ ଅଧିକ ଗମ୍ଭୀର ହୋଇଥାଏ । ଯେପରି ଜ୍ୱର, କୁଣ୍ଡେଇ ହେବା,ଆଣ୍ଠୁରେ କଷ୍ଟ ହେବା, ମାଂସପେଶୀରେ କଷ୍ଟ ହେବା, ମୁଣ୍ଡ ବିନ୍ଧା ଓ ଥକାପଣ, ବାନ୍ତି,ଥଣ୍ଡା ଲାଗିବା,ଭୋକ କମ୍ ଲାଗିବା ଭଳି ଅନେକ ଲକ୍ଷଣ ଶରୀରରେ ଦେଖା ଦେଇଥାଏ ।
ଜିକା ଭାଇରସ୍ ଏଡିସ୍ ମଶା କାମୁଡିବା ଦ୍ୱାରା ହୋଇଥାଏ । ଏଡିସ୍ ମଶା ପାଣିରେ ଜନ୍ମ ହୋଇଥାନ୍ତି । ପ୍ରଥମେ ଜିକା ଭାଇରସ୍ର ଲକ୍ଷଣ ଶରୀରରେ କମ୍ ଜଣାପଡିଥାଏ, ହେଲେ ପ୍ରାୟ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । କେବେ କେବେ ଲୋକଙ୍କୁ ସଂକ୍ରମିତ ହେବାର ସପ୍ତାହେ ପରେ ଜଣା ପଡିଥାଏ । ବ୍ୟକ୍ତିକୁ ଜିକା ଭାଇରସ୍ ହୋଇଛି କି ନାହିଁ ବ୍ଲଡ୍ ଓ ୟୁରିନ୍ ଟେଷ୍ଟ କରିବା ପରେ ଜଣାପଡେ । ଯାହା ଦ୍ୱାରା ଜିକା ଭାଇରସ୍ ହୋଇଥାଏ ବୋଲି ଜଣା ପଡିଥାଏ ।
ଜିକା ଭାଇରସ୍ରୁ କିପରି ବଞ୍ଚିବେ :
– ଜିକା ଭାଇରସ୍ରୁ ବଞ୍ଚିବା ପାଇଁ ପ୍ରଥମେ ମଶା କାମୁଡିବାରୁ ବଞ୍ଚିବାକୁ ହୋଇଥାଏ ।
– ଘର ସଫା ରଖିବା ଯାହାଦ୍ୱାରା ଘରର ଆଖପାଖରେ ମଶା ଜନ୍ମ ହେବେ ନାହିଁ ।
– ଏହି ସମସ୍ୟାରେ ଫୁଲ ବସ୍ତ୍ର ପିନ୍ଧିବା ସହ ମଶା ଦାନି ଲଗାଇ ଶୋଇବା ଉଚିତ୍ ।
– ଏହା ସହ ରୋଗପ୍ରତିରୋଧକ ଶକ୍ତି ବଢେଇବା ।
– ଶରୀରକୁ ହାଇଡ୍ରେଟ୍ ରଖିବା ଏବଂ ଜୁସ୍ ଓ ନଡିଆ ପାଣି ପିଇବା ଜରୁରୀ ହୋଇଥାଏ ।