ସୁପ୍ରିମକୋର୍ଟରେ ମହମ୍ମଦ ମୋକିମଙ୍କ ମାମଲା, ଆସନ୍ତାକାଲି ହେବ ଶୁଣାଣି

ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ମାମଲାରେ ଆଜି ଆସିବାର ଥିଲା ସୁପ୍ରିମ ରାୟ ।  ଖଣ୍ଡପୀଠର ଜଣେ ବିଚାରପତି ଏହି ମାମଲା ଶୁଣାଣି ପାଇଁ ଅନିଚ୍ଛା ପ୍ରକାଶ କରିବାରୁ ଏହା  ସ୍ଥଗିତ ରହିଛି ।  ସୁପ୍ରିମକୋର୍ଟରେ ମହମ୍ମଦ ମୋକିମଙ୍କ ମାମଲା।  

କଟକ : ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ମାମଲାରେ ଆଜି ଆସିବାର ଥିଲା ସୁପ୍ରିମ ରାୟ ।  ଖଣ୍ଡପୀଠର ଜଣେ ବିଚାରପତି ଏହି ମାମଲା ଶୁଣାଣି ପାଇଁ ଅନିଚ୍ଛା ପ୍ରକାଶ କରିବାରୁ ଏହା  ସ୍ଥଗିତ ରହିଛି ।  ସୁପ୍ରିମକୋର୍ଟରେ ମହମ୍ମଦ ମୋକିମଙ୍କ ମାମଲା।  ତେଣୁ ଆସନ୍ତାକାଲି ଏହାର ଶୁଣାଣି ହେବ ।  ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସହିତ ଅନ୍ୟ ଜଣେ ବିଚାରପତି କରିବେ ଶୁଣାଣି ।  ଜଷ୍ଟିସ ପମିଦିଗନ୍ତମ ଶ୍ରୀନରସୀମା ଶୁଣାଣି ପାଇଁ ମନାକଲେ ।  ମୋକିମଙ୍କ ଆଇନଜୀବୀ ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ଥିବାରୁ ମନାକଲେ ସୁପ୍ରିମକୋର୍ଟ ବିଚାରପତି।

ଓଆରଏଚଡିସି ମାମଲାରେ ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହମ୍ମଦ ମୋକିମ । ଏକ ମାସର ଅନ୍ତରୀଣ ସୁରକ୍ଷା ମାଗିଥିଲେ କଂଗ୍ରେସ ନେତା ମହମ୍ମଦ ମୋକିମ । ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ । ଓଆରଏଚଡିସି ଦୁର୍ନୀତି ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଗତ ୧୦ ତାରିଖରେ ଭିଜିଲାନ୍ସ କୋର୍ଟ ରାୟକୁ କାଏମ ରଖିଥିଲେ ହାଇକୋର୍ଟ । ତେବେ ଏହାପରେ ମୋକିମ୍ ସୁପ୍ରିମ କୋର୍ଟ ଯାଇଛନ୍ତି ।

ପୂର୍ବରୁ ବିଜେପି ନେତା ଦିଲ୍ଲୀପ ରାୟଙ୍କ କ୍ଷେତ୍ରରେ ଦିଲ୍ଲୀ ହାଇକୋର୍ଟ ଆଶ୍ବସ୍ତି ଦେଇଥିଲେ । ୨୦୨୦ରେ କୋଇଲା ଦୁର୍ନୀତି ମାମଲାରେ ଟ୍ରାଏଲ କୋର୍ଟ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଫଳରେ ନିର୍ବାଚନ ଲଢିବା ନେଇ ବାଟ ବନ୍ଦ ରହିଥିଲା । ପରେ ଦିଲ୍ଲୀପ ଦୋଷୀ ସାବ୍ୟସ୍ତ ନେଇ ଥିବା ରାୟ ଉପରେ ସ୍ଥଗିତାଦେଶ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଟ୍ରାଏଲ କୋର୍ଟଙ୍କ ରାୟକୁ ସ୍ଥଗିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ । ଆଉ ଦିଲ୍ଲୀପ ରାୟ ନିର୍ବାଚନ ଲଢିବା ପଥ ପରିସ୍କାର ହୋଇଥିଲା । କିନ୍ତୁ ଏହି ଆଦେଶ ଅର୍ଥ ସେ ଦୋଷମୁକ୍ତ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.