ରାତି ଅଧରେ ଘରେ ପଶି ୬୫ ବର୍ଷୀୟା ବୃଦ୍ଧାଙ୍କୁ କଲେ ଗଣ ଦୁଷ୍କର୍ମ

ନୃଶଂସତାର ସବୁ ସୀମା ପାର କଲେ ଯୁବକ। ୬୫ ବର୍ଷୀୟା ବୃଦ୍ଧାଙ୍କୁ କଲେ ଗଣ ଦୁଷ୍କର୍ମ। ରାତି ଅଧରେ ଘରେ ପଶି ବୃଦ୍ଧାଙ୍କୁ ମାଡି ବସିଲେ । ଆଉ ଜଣକ ପରେ ଜଣେ ଦୁଷ୍କର୍ମ କରିଚାଲିଲେ । ଯୁବକଙ୍କ ବୟସ ଖୁବ କମ, ହେଲେ ସମ୍ମାନ ଜଣାଇବା ତ ଛାଡ ମଣିଷ ପଣିଆ ବି ଭୁଲିଗଲେ । ଅତି ନୃଶଂସତାର ସହ ଗାଁର ଯୁବକ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଚାଲିଲେ । ଏମିତିକି ମାରପିଟ ସହ ବୃଦ୍ଧାଙ୍କୁ ମାରିବାକୁ ମଧ୍ୟ ଯୋଜନା କରିଥିଲେ।

ଏପରି ଲୋମହର୍ଷଣକାରୀ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଛି।। ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି । ବୃଦ୍ଧାଙ୍କ ଘର କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡ଼ୁମେରଚୁଆଁ ଅଞ୍ଚଳରେ ଜଣା ପଡିଛି । ଅଭିଯୋଗ ଅନୁଯାୟୀ ଗତ ଗୁରୁବାର ରାତିରେ ଗାଁ’ର ୩ ଜଣ ଯୁବକ ଉକ୍ତ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ସହ ମାଡ଼ ମାରିଛନ୍ତି । ଏ ନେଇ ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନାରେ ଏକ ଏତଲା ଦେଇଛନ୍ତି । ସେହି ତିନି ଜଣ ଯୁବକ ହେଉଛନ୍ତି ପରମେଶ୍ୱର ସୁନା, ଦୁଆରୁ କଟା, ହୀରାକୁଞ୍ଜ ମାଝି ।

ସୂଚନା ମୁତାବକ, ସେପଟେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଏବେ ସେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ରାତି ଶୋଇବା ସମୟରେ ଏହି ଘଟଣା ଘଟିଥିବା ବେଳେ ତାଙ୍କ ଗାଁର ଯୁବକମାନେ ଏଥିରେ ସାମିଲ ଥିବା ଜଣାପଡ଼ିଛି । ବୃଦ୍ଧାଙ୍କ ପୁଅ ଏତଲାକୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି କଣ୍ଟାବାଞ୍ଜି ପୋଲିସ । ଦୁଷ୍କର୍ମ ଅଭିଯୋଗ ଅନୁଯାୟୀ ଘଟଣାରେ ସମ୍ପୃକ୍ତ ଥିବା ଗାଁ’ର ୩ ଜଣ ଯୁବକଙ୍କୁ ଅଟକ ରଖି ପଚାର ଉଚାର କରୁଛି ପୋଲିସ । ଅନ୍ୟପଟେ ବୃଦ୍ଧାଙ୍କ ପରିବାର ଲୋକେ ଦୁଷ୍କର୍ମକାରୀ ଯୁବକ ମାନଙ୍କୁ ଫାଶୀ ଦିଆଯିବାକୁ ଦାବି କରିଛନ୍ତି । ଘଟଣାର ସତ୍ୟତା ଜଣା ପଡିବା ପରେ ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.