ଋତୁସ୍ରାବ ବନ୍ଦ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେବା ଉଚିତ୍, ନଚେତ୍ ହୋଇପାରେ ଏଭଳି ଗମ୍ଭୀର ରୋଗ
୪୫ ରୁ ୫୦ ବର୍ଷରେ ମହିଳାମାନଙ୍କ ପିରିୟଡ୍ସ ବନ୍ଦ ହୋଇଯାଏ । ଏହାପରେ ମହିଳାଙ୍କ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ, ଏହି କାରଣରୁ ମହିଳାମାନଙ୍କୁ ହାର୍ଟ ସମ୍ବନ୍ଧୀୟ ରୋଗ ସହ ଆହୁରି ଅନେକ ଗମ୍ଭୀର ରୋଗ ହେବାର ବିପଦ ବଢି ଯାଏ । ଜାଣନ୍ତୁ ଡାକ୍ତରଙ୍କ ମତ ।

ବର୍ତ୍ତମାନର ଖରାପ ଲାଇଫ୍ ଷ୍ଟାଇଲ ଯୋଗୁଁ ମହିଳାମାନଙ୍କ ଶରୀରରେ ଅନେକ ପ୍ରକାରର ରୋଗ ଦେଖିବା ପାଇଁ ମିଳୁଛି । ତେଣୁ ଏହା ଏକ ଚିନ୍ତାର ବିଷୟ ହୋଇଛି, ସେହିପରି ବୟସ ବଢିବା ସହ ଏଭଳି ବିପଦ ଆହୁରି ଅଧିକ ବଢ଼ୁଛି । ୪୫ ରୁ ୫୦ ବର୍ଷ ମହିଳାମାନଙ୍କର ଋତୁସ୍ରାବ ବନ୍ଦ ହେବାର ସମୟ ହୋଇଥାଏ । ସେହି ସମୟରେ ମହିଳାମାନଙ୍କୁ ହାର୍ଟ ଡିଜିଜ୍ ଓ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଥାଏ । ଅନ୍ୟପଟେ ଶାରୀରିକ ଓ ମାନସିକ ରୋଗ ମଧ୍ୟ ହୋଇପାରେ । ସେଥିପାଇଁ ପିରିୟଡ୍ସ ବନ୍ଦ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍ । ଡାକ୍ତରଙ୍କ କହିବା ମୁତାବକ, ୪୫ ରୁ ୫୦ ବର୍ଷରେ ଏଭଳି ଗମ୍ଭୀର ରୋଗ ହୋଇପାରେ । ଯାହା ଠିକ୍ ସମୟରେ ଜଣା ନ ପଡିବା ଦ୍ୱାରା ଜୀବନ ମଧ୍ୟ ଯାଇପାରେ ।
ଆଶା ଆୟୁର୍ବେଦ ଡାକ୍ତର ଚଞ୍ଚଲ ଶର୍ମା ଏହି ବିଷୟରେ କହିଛନ୍ତି ଯେ, ଋତୁସ୍ରାବ ବନ୍ଦ ହେବା ପରେ ହୃଦୟ ସମ୍ବନ୍ଧୀୟ ରୋଗ ସମେତ ସୁଗାର, ଆସ୍ଥମା, ଅଷ୍ଟିଓପୋରୋସିସ୍ (ହାଡ ସମ୍ବନ୍ଧୀୟ ସମସ୍ୟା), ବ୍ରେଷ୍ଟ କ୍ୟାନ୍ସର ଭଳି ଗମ୍ଭୀର ରୋଗ ହୋଇପାରେ ।
ଡାକ୍ତର ଶର୍ମାଙ୍କ କହିବା ମୁତାବକ, ମାନସିକ ଅସ୍ଥିରତା ଏବଂ ସାମାଜିକ ଚାପ କାରଣରୁ ମହିଳାଙ୍କ ଭିତରେ ହରମୋନ ବଦଳି ଥାଏ । ଏହି କାରଣରୁ ରୋଗ ହେବାର ବିପଦ ବଢିଯାଏ । ମହିଳାମାନଙ୍କର ଶାରୀରକ ସ୍ୱାସ୍ଥ୍ୟ ବ୍ୟତୀତ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବା ଜରୁରୀ ହୋଇଥାଏ । ଏହା ବ୍ୟତୀତ ଡିପ୍ରେସନ୍ ଭଳି ମେଣ୍ଟାଲ ଡିଜିଜ୍ ମଧ୍ୟ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ ।
ଏହି ସବୁ ରୋଗରୁ ବଞ୍ଚିବା ପାଇଁ ମହିଳାମାନଙ୍କୁ ହେଲ୍ଦି ଫୁଡ୍ ଖାଇବା ଜରୁରୀ । ଯେପରି ଫଳ, ପରିବା, ଡ୍ରାଏ ଫ୍ରୁଟ୍ସ ଭଳି ଖାଦ୍ୟ ଖାଇବା ଉଚିତ୍ । ଏହା ଦ୍ୱାରା ଶରୀରରେ କ୍ୟାଲସିୟମର ଅଭାବ ପୁରା ହେବ । ଏଥିପାଇଁ ମହିଳାମାନେ ନିୟମିତ ଭାବେ ଚେକ୍ଅପ୍ କରିବା ସହିତ ହେଲ୍ଦି ଲାଇଫ୍ ଷ୍ଟାଇଲ ସାମିଲ କରିବା ଉଚିତ୍ । ଏଥିସହ ପ୍ରତିଦିନ ନିୟମିତ ଭାବେ ବ୍ୟାୟାମ ଓ ଯୋଗ କରିବା ଆବଶ୍ୟକ । ଏହା ଦ୍ୱାରା କେବଳ ଆପଣ ଶାରୀରିକ ନୁହେଁ ବରଂ ମାନସିକ ରୋଗ ଭଳି ବିପଦରୁ ବଞ୍ଚିପାରିବେ ।