ସାଥ୍ ନିଭାନା ସାଥିୟାଁର କୋକିଲାବେନ୍ ଓ ଗୋପୀ ବୋହୂଙ୍କ ‘ରସୋଡ଼େ ମେ କୌନ୍ ଥା’ ଭିଡିଓ ଭାଇରାଲ ହେବା ପରେ ଏବେ ଶୋ’ ନିର୍ମାତା ସିଜନ୍ ୨ ପାଇଁ ପୂରା ଦମ୍ରେ ଲାଗିପଡ଼ିଛନ୍ତି। ସିରିୟଲର ପ୍ରଯୋଜକ ରଶ୍ମି ଶର୍ମା ଏନେଇ ସୂଚନା ଦେଇ କହିଛନ୍ତି ସାଥ୍ ନିଭାନା ସାଥିୟାଁ ୨ ର ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିକଟରେ ଶୋ’ର ପ୍ରୋମୋ ରିଲିଜ୍ ହୋଇଛି। ଏଥିରେ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜଙ୍କୁ ଗୋପୀ ବୋହୂ ଭୂମିକାରେ ଦେଖିବାକୁ ମିଳିଛି।
ସାଥ୍ ନିଭାନା ସାଥିୟାଁ ସିଜନ୍ ୨ର ପ୍ରୋମୋର ଆରମ୍ଭ ରୋଷେଇ ଘରୁ ହୋଇଛି। ଭିଡିଓରେ ଗୋପୀ ବୋହୂ କହୁଛନ୍ତି ବୋଧେ ରୋଷେଇ ଘରେ ଗହନା କୁକୁରକୁ ଗ୍ୟାସ୍ ବସାଇଛି। ଏ ଗହନା ମୋତେ ବେଳେବେଳେ ଆଶ୍ଚର୍ଯ୍ୟ କରିଦିଏ। ଆଉ କେବେ କେବେ ବିସ୍ମୟ। ଆପଣମାନେ ଭାବୁଛନ୍ତି ନା ଏ ଗହନା କିଏ? ଜାଣିଯିବେ ଖୁବ୍ଶୀଘ୍ର’।
ଶୋ’ର ଏହି ପ୍ରୋମୋକୁ ଲୋକମାନେ ଖୁବ୍ ପସନ୍ଦ କରୁଥିବା ଦେଖାଯାଇଛି। ତେବେ ସିଜନ୍ ୨ର ମେଲ ଲିଡ୍ ଭୂମିକାରେ କିଏ ଅଭିନୟ କରିବେ ସେ ନେଇ ଏବେ ଯାଏଁ କୌଣସି ସୂଚନା ମିଳିନାହିଁ। ତେବେ କୁହାଯାଉଛି ଯେ ବିଗ୍ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳା ମେଲ ଲିଡ୍ରେ ଅଭିନୟ କରିପାରନ୍ତି। ମାତ୍ର ଶୋ’ ନିର୍ମାତାଙ୍କ ତରଫରୁ ଏନେଇ ସ୍ପଷ୍ଟୀକରଣ ମିଳିପାରିନାହିଁ।
କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…
ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…
କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…
ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ଭୁବନେଶ୍ବର ତମାଣ୍ଡୋରେ…
ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…