‘ସାଥ୍‌ ନିଭାନା ସାଥିୟାଁ ୨’ର ପ୍ରୋମୋ ରିଲିଜ୍‌, ‘ରସୋଡ଼େ ମେ କୌନ୍‌ ଥା’ ଭିଡିଓ ପରେ ଦ୍ୱିତୀୟ ସିଜନ୍‌ ଆରମ୍ଭ ପାଇଁ ନିଷ୍ପତ୍ତି

ସାଥ୍‌ ନିଭାନା ସାଥିୟାଁର କୋକିଲାବେନ୍‌ ଓ ଗୋପୀ ବୋହୂଙ୍କ ‘ରସୋଡ଼େ ମେ କୌନ୍‌ ଥା’ ଭିଡିଓ ଭାଇରାଲ ହେବା ପରେ ଏବେ ଶୋ’ ନିର୍ମାତା ସିଜନ୍‌ ୨ ପାଇଁ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି। ସିରିୟଲର ପ୍ରଯୋଜକ ରଶ୍ମି ଶର୍ମା ଏନେଇ ସୂଚନା ଦେଇ କହିଛନ୍ତି ସାଥ୍‌ ନିଭାନା ସାଥିୟାଁ ୨ ର ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିକଟରେ ଶୋ’ର ପ୍ରୋମୋ ରିଲିଜ୍‌ ହୋଇଛି। ଏଥିରେ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜଙ୍କୁ ଗୋପୀ ବୋହୂ ଭୂମିକାରେ ଦେଖିବାକୁ ମିଳିଛି।

ଦେଖନ୍ତୁ ପ୍ରୋମୋ:

Video Courtesy: starplus

ସାଥ୍‌ ନିଭାନା ସାଥିୟାଁ ସିଜନ୍‌ ୨ର ପ୍ରୋମୋର ଆରମ୍ଭ ରୋଷେଇ ଘରୁ ହୋଇଛି। ଭିଡିଓରେ ଗୋପୀ ବୋହୂ କହୁଛନ୍ତି ବୋଧେ ରୋଷେଇ ଘରେ ଗହନା କୁକୁରକୁ ଗ୍ୟାସ୍‌ ବସାଇଛି। ଏ ଗହନା ମୋତେ ବେଳେବେଳେ ଆଶ୍ଚର୍ଯ୍ୟ କରିଦିଏ। ଆଉ କେବେ କେବେ ବିସ୍ମୟ। ଆପଣମାନେ ଭାବୁଛନ୍ତି ନା ଏ ଗହନା କିଏ? ଜାଣିଯିବେ ଖୁବ୍‌ଶୀଘ୍ର’।

sid

ଶୋ’ର ଏହି ପ୍ରୋମୋକୁ ଲୋକମାନେ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି। ତେବେ ସିଜନ୍‌ ୨ର ମେଲ ଲିଡ୍‌ ଭୂମିକାରେ କିଏ ଅଭିନୟ କରିବେ ସେ ନେଇ ଏବେ ଯାଏଁ କୌଣସି ସୂଚନା ମିଳିନାହିଁ। ତେବେ କୁହାଯାଉଛି ଯେ ବିଗ୍‌ବସ୍‌ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳା ମେଲ ଲିଡ୍‌ରେ ଅଭିନୟ କରିପାରନ୍ତି। ମାତ୍ର ଶୋ’ ନିର୍ମାତାଙ୍କ ତରଫରୁ ଏନେଇ ସ୍ପଷ୍ଟୀକରଣ ମିଳିପାରିନାହିଁ।

Leave A Reply

Your email address will not be published.