Below header

ଶିକ୍ଷକ ଦିବସ ଅବସରରେ ୪୭ ଜଣ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜାତୀୟ ଶିକ୍ଷକ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ବିଭିନ୍ନ ପ୍ରାନ୍ତର ୪୭ ଜଣ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି । କରୋନା ସଂକ୍ରମଣ ଭୟରେ ଏହି ପୁରସ୍କାର ବିତରଣ ଉତ୍ସବ ଅନଲାଇନ ମାଧ୍ୟମରେ ହିଁ ପ୍ରଦାନ କରାଯାଇଛି । ଶିକ୍ଷକ ଦିବସ ଅବସରରେ ପ୍ରଥମ ଥର ପାଇଁ ଶିକ୍ଷକ ମାନଙ୍କୁ ଭରଚୁଆଲ ମାଧ୍ୟମରେ “ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର” ପ୍ରଦାନ କରାଯାଇଛି । ଏହା ସହ ଭାରତର ପୂର୍ବ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକୃଷ୍ଣଙ୍କୁ ତାଙ୍କ

ଜନ୍ମ ଦିବସରେ ଶ୍ରାଦ୍ଧଞ୍ଜଳି ପ୍ରଦାନ କରିଥିବା ନେଇ ରାଷ୍ଟ୍ରପତି ଭାବନର ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦିଆଯାଇଛି । ୨ ଟି ସ୍ୱତନ୍ତ୍ର ବିଭାଗରେ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜଣାଯାଇଛି । ଏହି ବିଶେଷ ଅବସରରେ କେନ୍ଦ୍ର ମାନବ ସଂସାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଷ୍ହାଙ୍କ ବି ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.