ଟିଭିର ସଂସ୍କାରୀ ବୋହୂଙ୍କ ଉପରେ ଥରେ ପକାନ୍ତୁ ନଜର, ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନରେ ଖୁବ୍‌ ପସନ୍ଦ କରନ୍ତି ବୋଲଡ୍‌ ପୋଷାକ

ଟିଭି ଇଣ୍ଡଷ୍ଟ୍ରୀର ଅନେକ ଅଭିନେତ୍ରୀ ଛୋଟ ପରଦାରେ ସଂସ୍କାରୀ ବୋହୂ ଭୂମିକାରେ ଦମଦାର ଅଭିନୟ କରନ୍ତି। ଏହି ଚରିତ୍ରକୁ ସେମାନେ ବହୁତ ସଂସ୍କାରୀ ଭାବରେ ଦର୍ଶକଙ୍କ ସାମ୍ନାକୁ ଆସି ନିଜ ଅଭିନୟ ଜାଦୁରେ ମତୁଆଲା କରନ୍ତି। ଛୋଟ ପରଦାରେ ଛଅ ମିଟର ଲମ୍ବା ଶାଢ଼ି ଏବଂ ପରମ୍ପରାଗତ ପୋଷାକରେ ନଜର ଆସୁଥିବା ଏହି ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନରେ କିନ୍ତୁ ବହୁତ ବୋଲ୍‌ଡ। ପ୍ରାୟତଃ ଏମାନଙ୍କୁ ଛୋଟ ଡ୍ରେସ ସର୍ଟସ, ମୋନୋକାନୀ, ବିକନୀ ଭଳି ଡ୍ରେସରେ ଫଟୋ ଶୁଟ୍‌ କରାଇଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ଆଦର୍ଶ ବୋହୂଙ୍କର ରିୟଲ ଲାଇଫ ଗ୍ଲାମର୍ସ ଫଟୋରେ।

ହିନା ଖାନ୍‌

hina‘ୟେ ରିସ୍ତା କ୍ୟା କେହଲାତା ହେ’ରେ ଆଦର୍ଶ ବୋହୂ ଭୂମିକାରେ ନଜର ଆସନ୍ତି ହିନା ଖାନ୍‌। ହିନା ଖାନ୍‌ ପ୍ରଥମ ଥର ଯେତେବେଳେ ନିଜ ବ୍ୟକ୍ତିଗତ ଜୀବନରେ ବୋଲ୍ଡ ଆଉ ହଟ୍‌ ଲୁକ ଦେଇଥିଲେ ସେତେବେଳେ ବି ଫ୍ୟାନ୍ସ ମଧ୍ୟ ଫଟୋ ଦେଖି ଆଶ୍ଚଯ୍ୟର୍ ହୋଇଯାଇଥିଲେ। ହିନା ଖାନ୍‌ ଟିଭି ସିରିୟଲକୁ ଛାଡି ବଡ ପରଦାରେ ମଧ୍ୟ ନିଜର ଜଲଓ୍ଵା ଦେଖାଇସାରିଛନ୍ତି।

ଦେବୋଲିନା ଭଟ୍ଟାଚାର୍ଯ୍ୟ

gopi‘ସାଥ ନିଭାନା ସାଥିୟା’ର ଚର୍ଚ୍ଚିତ ବୋହୂ ଗୋପି ବୋହୁ ଘରେ ଘରେ ପରିଚିତ। ପରଦା ଉପରେ ସାଧାସିଧା ଆଚରଣ କରୁଥିବା ଦେବୋଲିନାଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ସେହିପରି ତାଙ୍କର ଶାଢ଼ି ଏବଂ ଗହଣାକୁ ବହୁତ ପସନ୍ଦ କରୁଥିଲେ ଝିଅମାନେ। କିନ୍ତୁ ପରଦା ଉପରେ ଓଜନିଆ ଗହଣାରେ ଲଦି ହୋଇଥିବା ଗୋପି ବୋହୂ ଅସଳ ଜୀବନରେ ବୋଲ୍ଡ ପୋଷାକକୁ ବହୁତ ପସନ୍ଦ କରନ୍ତି। ସେ ଅନେକ ଥର ଗ୍ଲାମରସ ଲୁକରେ ଫ୍ୟାନ୍ସଙ୍କ ସାମ୍ନାକୁ ଆସି ଝଟକା ଦେଇଛନ୍ତି।

ଟୀନା ଦତ୍ତା

tinaସେହିପରି ସିରିୟଲ ‘ଉତରନ’ର ଇଚ୍ଛା ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଥିବା ଟୀନା ଦତ୍ତା ମଧ୍ୟ ବୋଲ୍ଡ ଲୁକରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି। କିନ୍ତୁ ଫ୍ୟାନ୍ସଙ୍କୁ ତାଙ୍କର ବୋଲ୍ଡନେସ୍‌ ଲୁକ ହଜମ ହେଲାନାହିଁ ତେଣୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ। ସେହିପରି କିଛି ଲୋକଙ୍କୁ ଟୀନାଙ୍କ ଏହି ଲୁକ୍‌ ବହୁତ ପସନ୍ଦ ଆସିଥିଲା। ଇଏ କିନ୍ତୁ ଅସଲ ଜୀବନରେ ବୋଲଡ୍‌ ଲୁକକୁ ବହୁତ ଭଲ ପାଆନ୍ତି।

ସୁରଭି ଜ୍ୟୋତି

surbhiସୁରଭି ଜ୍ୟୋତି ନାଗିନ୍‌ ସିରିୟଲରେ ନିଜର ଅଭିନୟର ଜାଦୁରେ ଦର୍ଶକଙ୍କ ହୃଦୟରେ ଘରେ କରିଛନ୍ତି। ନାଗିନ୍‌ ଚରିତ୍ରରେ ଗ୍ଲାମରସ୍‌ ଲୁକରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ସୁରଭି ଗ୍ଲାମରସ୍‌ ଫଟୋଶୁଟ କରିବାକୁ ଆଦ ବି ହଚପଚ୍‌ ହୁଅନ୍ତିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.