Below header

ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ଆସିଲା ସଙ୍ଗୀନ ଅଭିଯୋଗ, ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ କର୍ମଚାରୀଙ୍କ ନାଁରେ ପୋକ୍‌ସୋ ଆକ୍ଟରେ ମାମଲା

କେନ୍ୟୁଜ୍(ବ୍ୟୁରୋ): ଜଣେ ପୋଲିସ କର୍ମଚାରୀ, ତାଙ୍କର ଦୁଇ ସହଯୋଗୀ ଓ ଦୁଇଜଣ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଆସିଛି ଅଭିଯୋଗ। ଅଗଷ୍ଟ ୩୦ ତାରିଖରେ ଭୁବନେଶ୍ୱର ମହିଳା ଥାନାରେ ଜଣେ ମହିଳା ତାଙ୍କର ନାବାଳିକା ଝିଅଙ୍କୁ ନେଇ ଅଭିଯୋଗ ଆଣିଥିଲେ। ନାବଳିକା ମା’ଙ୍କ ଅଭିଯୋଗ ଅନୁଯାୟୀ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ପୋଲିସ କର୍ମଚାରୀ ଓ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ।

ମହିଳାଙ୍କ ବୟାନ ଅନୁସାରେ ବିଭିନ୍ନ ଧାରା ଓ ପୋକ୍ସୋ ଆକ୍ଟରେ ଥାନାରେ ମାମଲା ରୁଜୁ ହୋଇଥିଲା। ସିଆରପିସିର ୧୬୧ ଧାରାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ଏହା ପରେ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.