ମନୋରଂଜନ

ଆର୍ଯ୍ୟନଙ୍କୁ ଜେଲରୁ ଘରକୁ ନେଇଥିଲେ ଶାହରୁଖଙ୍କ ବଡିଗାର୍ଡ ରବି, ତାଙ୍କ ବିଷୟରେ କିଛି ଜାଣନ୍ତୁ

ପ୍ରାୟ ୨୭ ଦିନ ପୋଲିସ ହେପାଜତରେ ରହିବା ପରେ ଆଜି ଜେଲରୁ ମୁକୁଳିଛନ୍ତି ଆର୍ଯ୍ୟନ ଖାନ । ଜେଲରୁ ତାଙ୍କୁ ଆଣିବାକୁ କିଏ ଯିବେ ? ମନ୍ନତରେ ତାଙ୍କ ସ୍ୱାଗତ କେମିତି ହେବ ସେନେଇ ଦୁଇଦିନ ହେବ ଚର୍ଚ୍ଚା ବେଶ ଜୋର ଧରିଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ଶାହରୁଖ ଖାନଙ୍କ ବଡ଼ିଗାର୍ଡ଼ ରବି, ଆର୍ଯ୍ୟନଙ୍କୁ ଘରକୁ ନେବା ପାଇଁ ମୁମ୍ବାଇର ଆର୍ଥୟୁର ରୋଡ ଜେଲରେ ପହଂଚିଥିଲେ । ଆପଣ ହୁଏତ ଜାଣିନଥିବେ ରବି ହେଉଛନ୍ତି ବଲିଉଡ ବାଦଶାହ ତଥା ସୁପରଷ୍ଟାର ଶାହରୁଖ ଖାନଙ୍କ ବ୍ୟକ୍ତିଗତ ବଡ଼ିଗାର୍ଡ଼ | ପ୍ରତି ମୁହୂର୍ତ୍ତରେ ସେ ଶାହରୁଖଙ୍କ ସହିତ ଛାଇ ଭଳି ରୁହନ୍ତି । ଆଜି ଆର୍ଯ୍ୟନଙ୍କୁ ଆଣିବାକୁ ଯିବା ପରେ ତାଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋରଧରିଛି । କିଏ ଏହି ରବି ? ଖାନ ପରିବାରରେ ତାଙ୍କର ଏତେ ଖାତିର କାହିଁକି ? ଏସବୁକୁ ନେଇ ଲୋକେ ଟାହିଟାପୁରା ହେଉଛନ୍ତି । ଆଉ ସେଥିପାଇଁ ହିଁ ରବିଙ୍କ ବାବଦରେ କିଛି ଏମିତି ଅଜଣା କଥା ଅଛି ଯାହା ବିଷୟରେ ଆମେ କହିବାକୁ ଯାଉଛୁ ।

ଦିନର ପ୍ରତିମୁହୂର୍ତ୍ତରେ ଛାଇ ଟିଏ ପରି ଶାହରୁଖଙ୍କ ସହିତ ରହୁଥିବା ବେଳେ ତାଙ୍କୁ କେମିତି ଅଧିକରୁ ଅଧିକ ସୁରକ୍ଷିତ ରଖିବେ ସେନେଇ ଅବଗତ ଥାନ୍ତି । ପ୍ରାୟ ଦଶ ବର୍ଷ ହେବ ସେ ଏହି ଦାୟିତ୍ୱରେ ଅଛନ୍ତି । ଫିଲ୍ମ ଜଗତର କିଛି ଉଚ୍ଚ ଦରମା ପ୍ରାପ୍ତ ବଡିଗାର୍ଡ ତାଲିକାରେ ରବିଙ୍କ ନାଁ ରହିଛି । ତାଙ୍କ ବିଷୟରେ ଆଉ ଏକ କଥା ଶୁଣି ଆପଣ ଚକିତ ହୋଇଯିବେ । ବାର୍ଷିକ ୨.୭ କୋଟି ଟଙ୍କା ଦରମା ନିଅନ୍ତି ରବି । କ୍ୟାମେରା ସାମ୍ନାକୁ ଆସିବାକୁ ସେତେଟା ପସନ୍ଦ କରନ୍ତି ନାହିଁ । ଅବଶ୍ୟ ଶାହରୁଖଙ୍କ ସହିତ ତାଙ୍କର କିଛି ଫଟୋ ଅନେକବାର ଭାଇରାଲ ହୋଇଛି । ୨୦୧୪ ମସିହାରେ ତାଙ୍କୁ ନେଇ ଏକ ଖବର ପ୍ରକାଶ ପାଇଥିଲା । ସେସମୟରେ ମରାଠୀ ଅଭିନେତ୍ରୀ ସରାଭିଙ୍କୁ ଏକ ପ୍ରୋଗ୍ରାମ ଚାଲିଥିବା ବେଳେ ଵ୍ୟାକଷ୍ଟେଜ ଯିବାକୁ ଦେଇନଥିଲେ ରବି । ଏମିତି ବି କଥା ଉଠିଥିଲାକି ରବି ତାଙ୍କୁ ଧକ୍କା ଦେଇଥିଲେ ଆଉ ସେ ତଳେ ପଡିଯାଇଥିଲେ । କିନ୍ତୁ ସେସମୟରେ ପୋଲିସ ତାଙ୍କୁ କେବଳ ତାଗିଦ କରି ଛାଡି ଦେଇଥିଲେ ତାଙ୍କ ବିରୋଧରେ କୌଣସି ଏଫଆଇଆର ଦରଜ ହୋଇନଥିଲା ।

ମୁମ୍ବାଇରୁ ଗୋଆ ଯାଉଥିବା କୄଜରେ ଚାଲିଥିବା ରେଭ ପାର୍ଟିରେ ଡ୍ରଗ୍ସ ମିଳିବା ଘଟଣାକୁ ନେଇ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା । ନାର୍କଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ପକ୍ଷରୁ ହିଁ ଏହି ଚଢ଼ାଉ କରାଯାଇଥିଲା । ପଚରା ଉଚୁରା କରାଯିବା ପରେ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା । କିଛି ଦିନ ପରେ ତାଙ୍କୁ ଆର୍ଥୟୁର ରୋଡ ଜେଲକୁ ପଠାଯାଇଥିବା ବେଳେ ଗୁରୁବାର ତାଙ୍କୁ ଜାମିନ ମିଳିବା ପରେ ଜୁନିୟର ଖାଁଙ୍କୁ ଆଜି ଛଡ଼ାଯାଇଛି ।

 

KNews Bureau

Recent Posts

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

7 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

29 mins ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

39 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

44 mins ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

47 mins ago

ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍‌): ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥ ଖଳା l ତିନି…

54 mins ago