ମନୋରଂଜନ

ଡ୍ରଗ୍ସ କେସ୍‌ରେ ଫସିଥିବା ଝିଅ ସାରାଙ୍କୁ ସାହାଯ୍ୟ କରିବାକୁ ଚାହୁଁନାହାନ୍ତି ସୈଫ୍‌, ପୂର୍ବ ପତ୍ନୀ ଅମ୍ରିତା ଆଣିଲେ ଗୁରୁତର ଅଭିଯୋଗ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଏବେ ଫୁଲଦମ୍‌ରେ ତଦନ୍ତ କରୁଛି। ତଦନ୍ତ ବେଳେ ପ୍ରଥମେ ଏହି ମାମଲାରେ ରିୟାଙ୍କ ନାଁ ଆସିଥିଲା। ରିୟା ଧରାପଡ଼ିବା ପରେ ଗୋଟିଗୋଟି କରି ସମସ୍ତ ଗୁମର ଖୋଲି ଦେଇଥିଲେ। ରିୟା ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ରକୁଲପ୍ରୀତ ସିଂହ, ଶ୍ରଦ୍ଧା କପୁର ପ୍ରମୁଖ ଅଭିନେତ୍ରରୀଙ୍କ ନାଁ ନେଇଥିଲେ। ଏହି ଅଭିନେତ୍ରୀମାନେ ଏନ୍‌ସିବିର ଦ୍ୱାରସ୍ଥ ମଧ୍ୟ ହୋଇ ସାରିଲେଣି।

ତେବେ ପଟୌଦି ଖାନ୍‌ଦାନ୍‌ର ଝିଅ ସାରା ଅଲ୍ଲୀ ଖାନ୍‌ଙ୍କ ନାଁ ଉଠିବା ପରେ ଏବେ ସୈଫ ଅଲ୍ଲୀ ଖାନ୍‌ ଓ ତାଙ୍କ ପୂର୍ବତନ ପତ୍ନୀ ଅମ୍ରିତା ସିଂହଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ଝିଅକୁ ବଞ୍ଚାଇବା ପାଇଁ ସୈଫ୍‌ କିଛି କରୁନଥିବାରୁ ଅମ୍ରିତା ତାଙ୍କୁ ଦି ପଦ ଶୁଣାଇ ଦେଇଛନ୍ତି। ଅମ୍ରିତା କହିଛନ୍ତି ‘ଯିଏ ସାରାଙ୍କ କ୍ୟାରିୟରକୁ ସମ୍ଭାଳୁଛନ୍ତି ସେ ତାଙ୍କ ଝିଅର ବିବାଦ ପାଇଁ ସମ୍ପୂର୍ଣ୍ଣ ଦାୟୀ’। ସେ କହିଛନ୍ତି ସେ ସାରାଙ୍କୁ ଏହି ପରିସ୍ଥିତିରୁ ବାହାରିବାରେ ସାହାଯ୍ୟ କରିପାରିବେ ନାହିଁ।

ସୂଚନାଯୋଗ୍ୟ ଯେ କେଦାରନାଥ ସୁଟିଂ ବେଳେ ସମସ୍ୟା ହେବାରୁ ସୈଫ୍‌ ସାରାଙ୍କୁ ସାହାଯ୍ୟ କରିଥିଲେ ଓ ଝିଅକୁ ୨୦୧୮ରେ ରୋହି ସେଟ୍ଟୀଙ୍କ ବ୍ଲକବଷ୍ଟର ଫିଲ୍ମ ସିମ୍ବାରେ ରଣବୀର ସିଂହଙ୍କ ବିପକ୍ଷରେ ହିରୋଇନ୍‌ କରିଥିଲେ। ଏହା ବ୍ୟତୀତ ଶୁଣିବାକୁ ମିଳୁଛି ଯେ ୨୦୦୪ରୁ ୨୦୧୧ ପର୍ଯ୍ୟନ୍ତ ସେନ୍‌ସର ବୋର୍ଡର ଚେୟାରମ୍ୟାନ୍‌ ଥିବା ଶର୍ମିଲା ଟାଗୋରୀ ନିଜ ନାତୁଣୀକୁ ଏହି ଜାଲରୁ ବାହାର କରିବାକୁ ଚେଷ୍ଟା ଚଳାଇଛନ୍ତି।

WCW 11

Recent Posts

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

14 mins ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

1 hour ago

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

3 hours ago

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

3 hours ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

4 hours ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

4 hours ago