ଡ୍ରଗ୍ସ କେସ୍ରେ ଫସିଥିବା ଝିଅ ସାରାଙ୍କୁ ସାହାଯ୍ୟ କରିବାକୁ ଚାହୁଁନାହାନ୍ତି ସୈଫ୍, ପୂର୍ବ ପତ୍ନୀ ଅମ୍ରିତା ଆଣିଲେ ଗୁରୁତର ଅଭିଯୋଗ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଏବେ ଫୁଲଦମ୍ରେ ତଦନ୍ତ କରୁଛି। ତଦନ୍ତ ବେଳେ ପ୍ରଥମେ ଏହି ମାମଲାରେ ରିୟାଙ୍କ ନାଁ ଆସିଥିଲା। ରିୟା ଧରାପଡ଼ିବା ପରେ ଗୋଟିଗୋଟି କରି ସମସ୍ତ ଗୁମର ଖୋଲି ଦେଇଥିଲେ। ରିୟା ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ରକୁଲପ୍ରୀତ ସିଂହ, ଶ୍ରଦ୍ଧା କପୁର ପ୍ରମୁଖ ଅଭିନେତ୍ରରୀଙ୍କ ନାଁ ନେଇଥିଲେ। ଏହି ଅଭିନେତ୍ରୀମାନେ ଏନ୍ସିବିର ଦ୍ୱାରସ୍ଥ ମଧ୍ୟ ହୋଇ ସାରିଲେଣି।
ତେବେ ପଟୌଦି ଖାନ୍ଦାନ୍ର ଝିଅ ସାରା ଅଲ୍ଲୀ ଖାନ୍ଙ୍କ ନାଁ ଉଠିବା ପରେ ଏବେ ସୈଫ ଅଲ୍ଲୀ ଖାନ୍ ଓ ତାଙ୍କ ପୂର୍ବତନ ପତ୍ନୀ ଅମ୍ରିତା ସିଂହଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ଝିଅକୁ ବଞ୍ଚାଇବା ପାଇଁ ସୈଫ୍ କିଛି କରୁନଥିବାରୁ ଅମ୍ରିତା ତାଙ୍କୁ ଦି ପଦ ଶୁଣାଇ ଦେଇଛନ୍ତି। ଅମ୍ରିତା କହିଛନ୍ତି ‘ଯିଏ ସାରାଙ୍କ କ୍ୟାରିୟରକୁ ସମ୍ଭାଳୁଛନ୍ତି ସେ ତାଙ୍କ ଝିଅର ବିବାଦ ପାଇଁ ସମ୍ପୂର୍ଣ୍ଣ ଦାୟୀ’। ସେ କହିଛନ୍ତି ସେ ସାରାଙ୍କୁ ଏହି ପରିସ୍ଥିତିରୁ ବାହାରିବାରେ ସାହାଯ୍ୟ କରିପାରିବେ ନାହିଁ।
ସୂଚନାଯୋଗ୍ୟ ଯେ କେଦାରନାଥ ସୁଟିଂ ବେଳେ ସମସ୍ୟା ହେବାରୁ ସୈଫ୍ ସାରାଙ୍କୁ ସାହାଯ୍ୟ କରିଥିଲେ ଓ ଝିଅକୁ ୨୦୧୮ରେ ରୋହି ସେଟ୍ଟୀଙ୍କ ବ୍ଲକବଷ୍ଟର ଫିଲ୍ମ ସିମ୍ବାରେ ରଣବୀର ସିଂହଙ୍କ ବିପକ୍ଷରେ ହିରୋଇନ୍ କରିଥିଲେ। ଏହା ବ୍ୟତୀତ ଶୁଣିବାକୁ ମିଳୁଛି ଯେ ୨୦୦୪ରୁ ୨୦୧୧ ପର୍ଯ୍ୟନ୍ତ ସେନ୍ସର ବୋର୍ଡର ଚେୟାରମ୍ୟାନ୍ ଥିବା ଶର୍ମିଲା ଟାଗୋରୀ ନିଜ ନାତୁଣୀକୁ ଏହି ଜାଲରୁ ବାହାର କରିବାକୁ ଚେଷ୍ଟା ଚଳାଇଛନ୍ତି।