OTV ବିରୋଧରେ ଜମି ହଡପ ଅଭିଯୋଗ ମାମଲାର ତଦନ୍ତ ଆରମ୍ଭ: ସାରୁଅ ଗାଁରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ବେଗୁନା ତହସିଲଦାର ଓ ରାଜସ୍ୱ ନିରୀକ୍ଷକ

ଖୋର୍ଦ୍ଧା : OTV ବିରୋଧରେ ଜମି ହଡପ ଅଭିଯୋଗ ମାମଲାର ତଦନ୍ତ ଆରମ୍ଭ । ଖୋର୍ଦ୍ଧା ସାରୁଅ ଗାଁରେ ପହଞ୍ଚିଲେ ଖୋର୍ଦ୍ଧା ଉପଜିଲ୍ଲାପାଳ, ବେଗୁନା ତହସିଲଦାର ଓ ରାଜସ୍ୱ ନିରୀକ୍ଷକ । ନକ୍ସା ମଗାଇ ଜମିର ମାପଚୁପ ଆରମ୍ଭ କରିଛନ୍ତି । ଓଟିଭି ସଂସ୍ଥା ସ୍ଥାନୀୟ ଲୋକଙ୍କ ଜମି ଜବର ଦଖଲ କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ସାରୁଅ ମୌଜାର ୩ ଗାଁର ଲୋକେ ।
ଓଟିଭି ସଂସ୍ଥା ସ୍ଥାନୀୟ ଲୋକଙ୍କ ଜମି ଜବର ଦଖଲ କରିଛି । ପାଚେରୀ ବୁଲେଇ ମଝିରେ ଥିବା ଜମିକୁ ହଡପ କରିନେଇଛି । ପ୍ରତିବାଦ କଲେ ଓଟିଭିର ମାଲିକାଣୀ ଜଗି ମଙ୍ଗତ ପଣ୍ଡାଙ୍କ ଗୁଣ୍ଡାମାନେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଥିଲେ ।