ମନୋରଂଜନ

ସୁସ୍ଥ ଅଛନ୍ତି ତ ଭାଇଜାନ୍‌ ! ଭିଡିଓ ଭାଇରଲ

ବଲିଉଡ ଅଭିନେତା ସଲମାନ ଖାନ୍‌ ଅପକମିଂ ଫିଲ୍ମ ‘ଟାଇଗର ୩’ କୁ ନେଇ ଚର୍ଚ୍ଚାରେ । ଏବେ ସଲମାନଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରଲ ହେଉଛି । ଯେଉଁଥିରେ ସେ ଅସୁସ୍ଥ ଥିବାର ଜଣାପଡୁଛି, ସେଥିପାଇଁ ଫ୍ୟାନ୍ସ ଭାଇଜାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇଛନ୍ତି । ତେବେ ଫ୍ୟାନ୍ସ ତାଙ୍କ ଫିଲ୍ମ ‘ଟାଇଗର ୩’ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି କିଛି ଦିନ ପୂର୍ବରୁ ହିଁ ‘ଟାଇଗରର ମ୍ୟାସେଜ୍‌’ ମଧ୍ୟ ଜାରି କରାଯାଇଥିଲା, ଯାହା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି ।

ସଲମାନଙ୍କ ଭାଇରଲ ଭିଡିଓରେ ସେ ଡ୍ୟାନ୍ସ ଫ୍ଲୋରରେ ଧମାକା କରୁଥିବାର ନଜର ଆସିଛନ୍ତି । ସେ ବ୍ଲାକ୍‌ ଟି ସଟ୍‌ ଓ ବ୍ଲାକ୍‌ ମ୍ୟାଚିଗିଂ ଟ୍ରାଉଜର ସହ ସିଲ୍‌ଭର ଜ୍ୟାକେଟ ପିନ୍ଧି ଫିଲ୍ମ ‘ଦବଙ୍ଗ’ର ଗୀତ ‘ହମ୍‌କା ପିନି ହେ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଏହି ଭିଡିଓ ଦେଖିବା ପରେ ତାଙ୍କ ଫ୍ୟାନ୍ସ ଚିନ୍ତିତ ହୋଇଯାଇଛନ୍ତି । ତେବେ ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି ଯେ ‘ଆକ୍ଟର ଅନ୍‌ଫିଟ୍‌ ଏବଂ ଥକି ହୋଇଥିବା ଭଳି ଲାଗୁଛନ୍ତି’ । ଅନ୍ୟ ଜଣେ ଲେଖିଛନ୍ତି, ଯେ ‘ ତାଙ୍କୁ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଉଚିତ’ ।

ସେହି ପରି ଆଉ ଜଣେ ଲେଖିଛନ୍ତି, ‘ଫିଲ୍ମ ‘ଟାଇଗର ୩’ ସରିବା ପରେ ବ୍ରେକ୍‌ ନେଇ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ପୁଣି ଏପରି ଫେରିବା ଠିକ୍‌ ନୁହେଁ’ । ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି, ଯେ ‘ଭାଇ ଥକି ଯାଇଛନ୍ତି ଏବଂ ଡ୍ୟାନ୍ସ କରୁଛନ୍ତି’ ।

ସଲମାନ ଖାନ୍‌ଙ୍କ ଷ୍ଟାର ଫିଲ୍ମ ‘ଟଇଗର ୩’ କୁ ଏବେ ଠାରୁ ହିଁ ଲୋକମାନେ ବହୁତ ଭଲ ପାଇବା ଦେଉଛନ୍ତି । ତେବେ ଫିଲ୍ମର ପୋଷ୍ଟର ଓ ମେସେଜ ଫ୍ୟାନ୍ସଙ୍କ ସାମ୍ନାକୁ ଆସିସାରିଛି । ଏବେ ଫ୍ୟାନ୍ସ ଫିଲ୍ମର ଟ୍ରେଲର ଦେଖିବା ପାଇଁ କ୍ରେଜି ନଜର ଆସୁଛନ୍ତି । ଏହି ଫିଲ୍ମ ଜରିଆରେ ସଲମାନ ଓ କ୍ୟାଟ୍ରିନା ପୁଣି ଥରେ ବଡ ପରଦାରେ ନଜର ଆସିବେ । ଏହି ଫିଲ୍ମରେ ଅଭିନେତା ଇମ୍ରାନ୍‌ ହାସମି ମଧ୍ୟ ନଜର ଆସିବେ । ମନିଷ ଶର୍ମା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି । ତେବେ ଫିଲ୍ମଟି ଦୀପାବଳିରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

55 seconds ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

4 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

8 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

21 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

37 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago