ସୁସ୍ଥ ଅଛନ୍ତି ତ ଭାଇଜାନ୍ ! ଭିଡିଓ ଭାଇରଲ
ସଲମାନଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରଲ ହେଉଛି । ଯେଉଁଥିରେ ସେ ଅସୁସ୍ଥ ଥିବାର ଜଣାପଡୁଛି, ସେଥିପାଇଁ ଫ୍ୟାନ୍ସ ଭାଇଜାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇଛନ୍ତି ।
ବଲିଉଡ ଅଭିନେତା ସଲମାନ ଖାନ୍ ଅପକମିଂ ଫିଲ୍ମ ‘ଟାଇଗର ୩’ କୁ ନେଇ ଚର୍ଚ୍ଚାରେ । ଏବେ ସଲମାନଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରଲ ହେଉଛି । ଯେଉଁଥିରେ ସେ ଅସୁସ୍ଥ ଥିବାର ଜଣାପଡୁଛି, ସେଥିପାଇଁ ଫ୍ୟାନ୍ସ ଭାଇଜାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇଛନ୍ତି । ତେବେ ଫ୍ୟାନ୍ସ ତାଙ୍କ ଫିଲ୍ମ ‘ଟାଇଗର ୩’ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି କିଛି ଦିନ ପୂର୍ବରୁ ହିଁ ‘ଟାଇଗରର ମ୍ୟାସେଜ୍’ ମଧ୍ୟ ଜାରି କରାଯାଇଥିଲା, ଯାହା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି ।
ସଲମାନଙ୍କ ଭାଇରଲ ଭିଡିଓରେ ସେ ଡ୍ୟାନ୍ସ ଫ୍ଲୋରରେ ଧମାକା କରୁଥିବାର ନଜର ଆସିଛନ୍ତି । ସେ ବ୍ଲାକ୍ ଟି ସଟ୍ ଓ ବ୍ଲାକ୍ ମ୍ୟାଚିଗିଂ ଟ୍ରାଉଜର ସହ ସିଲ୍ଭର ଜ୍ୟାକେଟ ପିନ୍ଧି ଫିଲ୍ମ ‘ଦବଙ୍ଗ’ର ଗୀତ ‘ହମ୍କା ପିନି ହେ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
ଏହି ଭିଡିଓ ଦେଖିବା ପରେ ତାଙ୍କ ଫ୍ୟାନ୍ସ ଚିନ୍ତିତ ହୋଇଯାଇଛନ୍ତି । ତେବେ ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି ଯେ ‘ଆକ୍ଟର ଅନ୍ଫିଟ୍ ଏବଂ ଥକି ହୋଇଥିବା ଭଳି ଲାଗୁଛନ୍ତି’ । ଅନ୍ୟ ଜଣେ ଲେଖିଛନ୍ତି, ଯେ ‘ ତାଙ୍କୁ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଉଚିତ’ ।
ସେହି ପରି ଆଉ ଜଣେ ଲେଖିଛନ୍ତି, ‘ଫିଲ୍ମ ‘ଟାଇଗର ୩’ ସରିବା ପରେ ବ୍ରେକ୍ ନେଇ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ପୁଣି ଏପରି ଫେରିବା ଠିକ୍ ନୁହେଁ’ । ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି, ଯେ ‘ଭାଇ ଥକି ଯାଇଛନ୍ତି ଏବଂ ଡ୍ୟାନ୍ସ କରୁଛନ୍ତି’ ।
Last Night Salman Bhai Performance In Delhi#SalmanKhan #Tiger3 #SKFCDelhi pic.twitter.com/sek24y6PGJ
— Salman Khan FC Delhi (@SkfcDelhi) October 1, 2023
ସଲମାନ ଖାନ୍ଙ୍କ ଷ୍ଟାର ଫିଲ୍ମ ‘ଟଇଗର ୩’ କୁ ଏବେ ଠାରୁ ହିଁ ଲୋକମାନେ ବହୁତ ଭଲ ପାଇବା ଦେଉଛନ୍ତି । ତେବେ ଫିଲ୍ମର ପୋଷ୍ଟର ଓ ମେସେଜ ଫ୍ୟାନ୍ସଙ୍କ ସାମ୍ନାକୁ ଆସିସାରିଛି । ଏବେ ଫ୍ୟାନ୍ସ ଫିଲ୍ମର ଟ୍ରେଲର ଦେଖିବା ପାଇଁ କ୍ରେଜି ନଜର ଆସୁଛନ୍ତି । ଏହି ଫିଲ୍ମ ଜରିଆରେ ସଲମାନ ଓ କ୍ୟାଟ୍ରିନା ପୁଣି ଥରେ ବଡ ପରଦାରେ ନଜର ଆସିବେ । ଏହି ଫିଲ୍ମରେ ଅଭିନେତା ଇମ୍ରାନ୍ ହାସମି ମଧ୍ୟ ନଜର ଆସିବେ । ମନିଷ ଶର୍ମା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି । ତେବେ ଫିଲ୍ମଟି ଦୀପାବଳିରେ ସିନେମା ହଲ୍ରେ ରିଲିଜ୍ ହେବାକୁ ଯାଉଛି ।