କାନାଡାକୁ ଆଉ ଏକ ଝଟ୍‌କା, ୪୧ କୂଟନୀତିଜ୍ଞଙ୍କୁ କାନାଡା ଫେରାଇ ନେବାକୁ ଭାରତ ଦେଲା ନିର୍ଦ୍ଦେଶ

ଭାରତ-କାନାଡା ତିକ୍ତତା ଦିନକୁ ଦିନ ଉଗ୍ର ହେଉଛି। ଏହାରି ଭିତରେ ଭାରତ କାନାଡାକୁ ନିଜର କୂଟନୈତିକ କର୍ମଚାରୀଙ୍କୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛି। କାନାଡୀୟ ଅଧିକାରୀଙ୍କୁ ଭାରତ କହିିଛି ଯେ କାନାଡାର ୪୧ କୂଟନୀତିଜ୍ଞଙ୍କୁ ତୁରନ୍ତ ଭାରତରୁ ଫେରାଇ ନିଆଯାଉ।

ଭାରତ-କାନାଡା ତିକ୍ତତା ଦିନକୁ ଦିନ ଉଗ୍ର ହେଉଛି। ଏହାରି ଭିତରେ ଭାରତ କାନାଡାକୁ ନିଜର କୂଟନୈତିକ କର୍ମଚାରୀଙ୍କୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛି। କାନାଡୀୟ ଅଧିକାରୀଙ୍କୁ ଭାରତ କହିିଛି ଯେ କାନାଡାର ୪୧ କୂଟନୀତିଜ୍ଞଙ୍କୁ ତୁରନ୍ତ ଭାରତରୁ ଫେରାଇ ନିଆଯାଉ। ଅକ୍ଟୋବର ୧୦ ସୁଦ୍ଧା କୂଟନୀତିଜ୍ଞମାନଙ୍କୁ ଫେରାଇ ନେବାକୁ ଭାରତ ଓଟାବାକୁ ନିର୍ଦ୍ଦେଶ ଦେଇଛି।

ରିପୋର୍ଟ ମୁତାବକ, ଭାରତ ସରକାର ଏ ସମ୍ବନ୍ଧରେ କୌଣସି ବୟାନ ଏ ପର୍ଯ୍ୟନ୍ତ ଜାରି କରି ନାହାନ୍ତି। କାନାଡାର ୬୨ କୂଟନୀତିଜ୍ଞ ଭାରତରେ ଅଛନ୍ତି। ଭାରତ କହିଛି ଯେ ସେମାନଙ୍କ ମଧ୍ୟରୁ ୪୧ ଜଣଙ୍କୁ କାନାଡା ଫେରାଇ ନିଆଯାଉ।

ସୂଚନାଥାଉ କି, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜ୍ଜରଙ୍କ ହତ୍ୟା ଘଟଣାରେ କାନାଡା ଭାରତକୁ ଦୋଷାରୋପ କରିଥିଲା। ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ କାନାଡା ସରକାର। ଏହାପରେ ଭାରତ ମଧ୍ୟ କାନାଡାର ଜଣେ ବରିଷ୍ଠ ଡିପ୍ଲୋମାଟ୍‌ଙ୍କୁ ୫ ଦିନ ମଧ୍ୟରେ କାନାଡା ଫେରିଯିବାକୁ ଆଦେଶ ଦେଇଥିଲା।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶର ସଂସଦ ‘ହାଉସ ଅଫ୍ କମନ୍ସ’ରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା କଥା କହିଥିଲେ। ତେବେ ସବୁଠୁ ବଡ଼ କଥା ହେଲା, ଜଷ୍ଟିନ୍‌ ଟ୍ରୁଡୋ ବାରମ୍ବାର ଅଭିଯୋଗ ଲଗାଇବା ସତ୍ତ୍ୱେ ଗୋଟିଏ ବି ପ୍ରମାଣ ଦେଖାଇନାହାନ୍ତି। ଏ ସବୁ ଭିତରେ ଆମେରିକାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ କାନାଡା ସରକାର ଆତଙ୍କବାଦୀ, ଉଗ୍ରବାଦୀ ଓ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି। ତେଣୁ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.