Below header

ବ୍ରିଟେନ୍‌ର ୨୦୦ ବର୍ଷ ପୁରୁଣା ଗଛକୁ କାଟି ଦିଆଗଲା; ସୋସିଆଲ ମିଡିଆରେ ଚର୍ଚ୍ଚା

ବ୍ରିଟେନରେ ଏକ ୨୦୦ ବର୍ଷ ପୁରୁଣା ଗଛକୁ କାଟି ଦିଆଯାଇଛି। ଏହି ଗଛର ନାମ ସିକାମୋର ଗ୍ୟାପ୍ । ଗଛଟିକୁ କାଟି ଦିଆଯିବାରୁ ବ୍ରିଟେନ୍‌ରେ ଉତ୍ତେଜନା ଦେଖାଦେଇଛି। ଏହି ମାମଲାରେ ୧୬ ବର୍ଷର ଜଣେ ନାବାଳକଙ୍କୁ ଗିରଫ କରାଯାଇଛି।

ବ୍ରିଟେନରେ ଏକ ୨୦୦ ବର୍ଷ ପୁରୁଣା ଗଛକୁ କାଟି ଦିଆଯାଇଛି। ଏହି ଗଛର ନାମ ସିକାମୋର ଗ୍ୟାପ୍ । ଗଛଟିକୁ କାଟି ଦିଆଯିବାରୁ ବ୍ରିଟେନ୍‌ରେ ଉତ୍ତେଜନା ଦେଖାଦେଇଛି। ଏହି ମାମଲାରେ ୧୬ ବର୍ଷର ଜଣେ ନାବାଳକଙ୍କୁ ଗିରଫ କରାଯାଇଛି।

ଏହି ଗଛ ୟୁନେସ୍କୋର ଓ୍ଵାର୍ଲ୍ଡ ହେରିଟେଜ୍ ସାଇଟ୍ ହାଡ୍ରିଆନ୍ ଓ୍ଵାଲ୍ ପାଖରେ ଥିଲା, ଯାହାକୁ ରୋମାନ ଶାସକ ହାଡ୍ରିଆନ୍‌ଙ୍କ ନାମରେ ରଖାଯାଇଥିଲା । ଏହି ଗଛର ପ୍ରକୃତ ବୟସ କାହାକୁ ଜଣା ନାହିଁ । ହେଲେ ଅନୁମାନ କରାଯାଉଛି, ଏହି ଗଛ ୨୦୦ ରୁ ୩୦୦ ବର୍ଷ ପୁରୁଣା।

ତେବେ ପ୍ରଶ୍ନ ଉଠୁଛି, ଏହି ଗଛରେ ଏମିତି କ’ଣ ଅଛି ଯେ ଏହାକୁ କାଟିବା ଯୋଗୁ ବ୍ରିଟେନ୍‌ରେ ହଙ୍ଗାମା ହେଲା। ଘଟଣାଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

ଏହି ଗଛକୁ ୧୯୯୧ରେ କେଭିନ୍ କଷ୍ଟନର୍ଙ୍କ ଫିଲ୍ମ ‘ରବିନ୍ ହୁଡ୍’ରେ ଦେଖିବାକୁ ମିଳିଥିଲା । ଏଥିପାଇଁ ଏହା ରବିନ୍ ହୁଡ୍ ଗଛ ନାମରେ ମଧ୍ୟ ଜଣାଯାଇଥାଏ। ଏହାସହ ଗଛଟି ବହୁ ବର୍ଷ ପୁରୁଣା ହେତୁ ଏହି ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀ ବୋଲି କୁହାଯାଏ । ସୂଚନା ମୁତାବକ, ନର୍ଥମ୍ବରଲାଣ୍ଡ ନ୍ୟାସନାଲ ପାର୍କ ଓ ନ୍ୟାସନାଲ ଟ୍ରଷ୍ଟ ବିଗତ ବହୁ ବର୍ଷ ଧରି ଏହି ଗଛର ଦେଖାଶୁଣା କରି ଆସୁଥିଲେ। ତେବେ ୨୦୧୬ରେ ଏହାକୁ ‘ଇଂଲିଶ୍‌ ଟ୍ରି ଅଫ୍ ଦ ଇୟର’ ଘୋଷଣା କରାଯାଇଥିଲା ।

କିଛି ସୂଚନା ଅନୁସାରେ, ଏହି ଗଛ ସେଠାରେ ରାତିରେ ଆସିଥିବା ତୋଫାନ ଯୋଗୁ ଭାଙ୍ଗି ଯାଇଛି । ହେଲେ ନର୍ଥମ୍ବରଲାଣ୍ଡ ନ୍ୟାସନାଲ ପାର୍କ ଅଥୋରିଟି ଗୁରୁବାର ଦାବି କରିଛନ୍ତି ଯେ ଏହି ଗଛକୁ ଜାଣିଶୁଣି କାଟି ଦିଆଯାଇଛି। ବ୍ରିଟେନର ଏହି ଗଛ ସାରା ବିଶ୍ୱରେ ଖ୍ୟାତ। ତେଣୁ ଏହାକୁ କାଟିବା ଅପରାଧରେ ଜଣଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.