ମନୋରଂଜନ

ଅଟୋଇମ୍ୟୁନ୍ କଣ୍ଡିସନ୍ ସମସ୍ୟାରେ ପୀଡିତ ଅଭିନେତ୍ରୀ ସାମନ୍ଥା, ହସପିଟାଲରୁ ସେୟାର କଲେ ଫଟୋ

ଗମ୍ଭୀର ରୋଗରେ ପୀଡିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ଅନେକ ଦିନରୁ ସୋସିଆଲ ମିଡିଆରୁ ଦୂରେଇ ରହୁଥିବା ସାମନ୍ଥା ଏବେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସାମନ୍ଥା ହସପିଟାଲରେ ବସିଥିବା ନଜର ଆସିଛନ୍ତି। ସାମନ୍ଥା ରୁଥ ପ୍ରଭୁ ଦୀର୍ଘ ଦିନ ଧରି ନିଜର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି। ସାମନ୍ଥା ସୋସିଆଲ୍ ମିଡିଆ ଏବଂ ଇଭେଣ୍ଟରୁ ଦୂରେଇ ରହିଛନ୍ତି। ହେଲେ କିଛି ଦିନ ପୂର୍ବରୁ ଖବର ଆସିଥିଲା କି ସାମନ୍ଥାଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ଅଛି । ସାମନ୍ଥା କୌଣସି ଏକ ଗମ୍ଭୀର ରୋଗରେ ପୀଡିତ ରହିଛନ୍ତି। କିନ୍ତୁ ତାଙ୍କ ମ୍ୟାନେଜର ଏହି ସବୁ ଖବରକୁ ମିଛ ବା ଗୁଜବ କହିଥିଲେ। ହେଲେ ଏବେ ଅଭିନେତ୍ରୀ ନିଜେ ଅସୁସ୍ଥ ଥିବା ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଏହି କଷ୍ଟ ସମୟରେ ସେ କିପରି ନିଜକୁ ନିୟନ୍ତ୍ରଣ କରୁଛନ୍ତି ତାହା ବିଷୟରେ ମଧ୍ୟ ଜଣାଇଛନ୍ତି।

ନିକଟରେ ସାମନ୍ଥା ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି କି ସେ ହସ୍ପିଟାଲ୍ରେ ବସିଥିବା ବେଳେ ତାଙ୍କ ହାତରେ ଡ୍ରିପ୍ ଲାଗିଛି। ଲଭ ପୋଜ ଦେଇ ଟିଭି ସାମ୍ନାରେ ବସିଛନ୍ତି ଆଉ ଟିଭିରେ ଯଶୋଦା ଫିଲ୍ମର ଟ୍ରେଲର ଚାଲୁଛି। ଫଟୋ ସେୟାର କରି ସାମନ୍ଥା ଲେଖିଛନ୍ତି, ‘ଯଶୋଦା ଟ୍ରେଲରକୁ ନେଇ ଯାହା ପ୍ରତିକ୍ରିୟା ମିଳିଛି ତାହା ବେଶ୍‌ ହୃଦୟସ୍ପର୍ଶୀ । ଏହା ଆପଣମାନଙ୍କ ସହିତ ମୋର ପ୍ରେମ ଏବଂ ସଂଯୋଗ ହିଁ ମୋତେ ଆଜି ସେଲିବ୍ରିଟି ଷ୍ଟାର କରିଛି। କିଛି ମାସ ପୂର୍ବରୁ ମୋତେ ମାୟୋସିଟିସ୍ ନାମକ ଏକ ଅଟୋଇମ୍ୟୁନ୍ କଣ୍ଡିସନ୍ ଡାଏଗ୍ନୋସ୍ ହୋଇଥିଲା । ଏନେଇ ସାମନ୍ଥା ଆହୁରି ଲେଖିଛନ୍ତି କି ‘ମୁଁ ଭାବିଲି ଏହା ଶୀଘ୍ର ଭଲ ହୋଇଯିବ ଏବଂ ପରେ ଏହାକୁ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ହେଲେ ସମୟ ଅଧିକ ହୋଇଗଲାଣି। ତେଣୁ ଆପଣ ମାନଙ୍କ ସହିତ ସେୟାର କରୁଛି। ଡାକ୍ତରମାନେ ବିଶ୍ୱାସ କରୁଛନ୍ତି ଯେ ମୁଁ ଶୀଘ୍ର ସୁସ୍ଥ ହୋଇଯିବି।

ସାମନ୍ଥାଙ୍କ ଏହି ପୋଷ୍ଟରେ ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ତାଙ୍କୁ ବହୁତ ସାହସ ଦେଉଛନ୍ତି। କିଆରା ଆଡଭାନୀ, ଜାହ୍ନବୀ କପୁର, ହାନସିକା ମୋଟୱାନି, ସାନ୍ୟା ମଲହୋତ୍ରା, ଅଖିଲ ଆକ୍କିନେନି ମଧ୍ୟ ସାମନ୍ଥାଙ୍କୁ ସାହସ ଦେଇଛନ୍ତି।

ତେବେ ସାମନ୍ଥା ଖୁବଶୀଘ୍ର ଫିଲ୍ମ ‘ଯଶୋଦା’ରେ ନଜର ଆସିବେ। ଏହି ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇଛି। ଏହାକୁ ୟୁଜର୍ସ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଫିଲ୍ମ ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭାଷାରେ ୧୧ ନଭେମ୍ବରକୁ ରିଲିଜ ହେବ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago