Categories: ମନୋରଂଜନ

ଶବାନା ଆଜମୀ –ଜାବେଦ ଅଖତାର କାର୍ଯ୍ୟକ୍ରମ କଲେ ରଦ୍ଦ,ପାକିସ୍ତାନ କହିଲା…

ମୁମ୍ବାଇ : ପାକିସ୍ତାନର ପୁଳୱାମା ଆତଙ୍କୀ ହମାଲାରେ ୪୪ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣ ଭାରତୀୟଙ୍କ ମନକୁ ଗଭୀର ଆଘାତ ପହଞ୍ଚାଇବା ସହ ସମସ୍ତଙ୍କ ମନରେ ଜାତ କରିଛି କ୍ରୋଧ। ଖାଲି ସାଧାରଣ ଜନତା ନୁହଁ ଏହା ଭାରତୀୟ ଖେଳାଳୀ ଏବଂ କଳାକାରଙ୍କ ମଧ୍ୟରେ ମଧ୍ୟ କଡ଼ା ନିନ୍ଦାର କାରଣ ପାଲଟିଛି। ଏନେଇ ଅଭିନେତ୍ରୀ ଶବାନା ଆଜମୀ ଏବଂ ତାଙ୍କ ସ୍ବାମୀ ତଥା ଲେଖକ ଜାବେଦ ଅଖତାର ନିଜର କରାଚୀ ଯାତ୍ରାକୁ ରଦ୍ଦ କରିଛନ୍ତି।

କଥା କଣ କି, ଶବାନା ଆଜମୀ ଏବଂ ଜାବେଦ ଅଖତାର, କରାଚୀରେ ଶବାନାଙ୍କ ପିତାଙ୍କ ଶାୟର କେଫି ଆଜମୀଙ୍କର ଶତାବ୍ଦୀ ସମାରୋହରେ ସାମିଲ ହେବାକୁ ଯାଉଥିଲେ। ଏବେ ଆକ୍ରମଣ ପାଇଁ ଏହି ଯାତ୍ରାକୁ ରଦ୍ଦ କରିଥିବାରୁ ପାକିସ୍ତାନ ଆର୍ଟ୍ସ କାଉସିଲ୍ ଅଫ୍ ପାକିସ୍ତାନ ଦୁହିଁଙ୍କର ଖୁବ୍ ନିନ୍ଦା କରିଛି।

ରବିବାର ଦିନ କାଉସିଲର ଅଧକ୍ଷ ଅହମଦ ଶାହ ଲେଖିଥିଲେ, “ ଶବାନା ଯେଉଁ ଭାବେ ପାକିସ୍ତାନ ଉପରେ ଆକ୍ରମଣ କଲେ ତାହା ସମସ୍ତ ସୀମା ପାର କରିଦେଲା। ଏହା ଜଣେ ସଭ୍ୟ ବ୍ୟକ୍ତିଙ୍କ ପାଇଁ ଉଚିତ ନୁହଁ। ମତେ ତାଙ୍କ ପାଇଁ ଦୁଃଖ ଲାଗୁଛି କି ସେ ଏବେ ସମସ୍ତ ଆଶା ହରାଇଛନ୍ତି। “

“ମୁଁ ତାଙ୍କ ବିଷୟରେ ବ୍ୟକ୍ତିଗତ ଭାବେ ଆଲୋଚନା କରିବାକୁ ଚାହୁଁନାହିଁ। କିନ୍ତୁ ପୁଲୱାମା ଆକ୍ରମଣ ପରେ ସେ ଯେଉଁ ଭାବେ ପ୍ରତିକ୍ରିୟା ରଖିଛନ୍ତି ତାହା ଖୁବ୍ ନିରାଶଜନକ।“ କାଉସିଂଲ ୨୩-୨୪ ଫେବ୍ରୁଆରୀକୁ କେଫି ଆଜମୀଙ୍କ ଜନ୍ମତିଥି ପାଳନ କରୁଛି। ଏନେଇ ଦେଶବିଦେଶର ବିଭିନ୍ନ ପ୍ରସିଦ୍ଧ ସାହିତିକ ଏବଂ କବି ଆମନ୍ତ୍ରିତ ରହିଛନ୍ତି।

ନିଶ୍ଚିତ ପଢ଼ନ୍ତୁ: ସହିଦଙ୍କ ସମ୍ନାନରେ ବିରାଟ କୋହଲି ନେଲେ ଏହି ବଡ଼ ନିଷ୍ପତ୍ତି , ଜାଣନ୍ତୁ କଣ

ଆପଣଙ୍କୁ ଜଣାଇବାକୁ ଚାହିଁବୁ , ପୁଲୱାମାରେ ହୋଇଥିବା ଆତ୍ମଘାତି ଆକ୍ରମଣ ପରେ ଅନେକ କଳାକାର ଟ୍ବିଟ ଯୋଗେ ବିଭିନ୍ନ କାର‌୍ୟକ୍ରମକୁ ରଦ୍ଦ କରିଥିବାର ସୂଚନା ଜାରି କରିଥିଲେ। ଏଥିମଧ୍ୟରେ ଶବାନା ମଧ୍ୟ ଲେଖିଥିଲେ, ଏହି ବର୍ଷ ପ୍ରଥମଥର ମତେ ମୋର ବିଶ୍ବାସ ଦୁର୍ବଳ ହେଉଥିବା ନଜର ଆସୁଛି। ଏନେଇ ମୁଁ ସଂସ୍କ୍ରୁତିକ ଆଦାନପ୍ରଦାନକୁ ଅଟକାଇବାକୁ ଚାହୁଁଛି।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

12 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

22 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

33 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago