ଶବାନା ଆଜମୀ –ଜାବେଦ ଅଖତାର କାର୍ଯ୍ୟକ୍ରମ କଲେ ରଦ୍ଦ,ପାକିସ୍ତାନ କହିଲା…

ମୁମ୍ବାଇ : ପାକିସ୍ତାନର ପୁଳୱାମା ଆତଙ୍କୀ ହମାଲାରେ ୪୪ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣ ଭାରତୀୟଙ୍କ ମନକୁ ଗଭୀର ଆଘାତ ପହଞ୍ଚାଇବା ସହ ସମସ୍ତଙ୍କ ମନରେ ଜାତ କରିଛି କ୍ରୋଧ। ଖାଲି ସାଧାରଣ ଜନତା ନୁହଁ ଏହା ଭାରତୀୟ ଖେଳାଳୀ ଏବଂ କଳାକାରଙ୍କ ମଧ୍ୟରେ ମଧ୍ୟ କଡ଼ା ନିନ୍ଦାର କାରଣ ପାଲଟିଛି। ଏନେଇ ଅଭିନେତ୍ରୀ ଶବାନା ଆଜମୀ ଏବଂ ତାଙ୍କ ସ୍ବାମୀ ତଥା ଲେଖକ ଜାବେଦ ଅଖତାର ନିଜର କରାଚୀ ଯାତ୍ରାକୁ ରଦ୍ଦ କରିଛନ୍ତି।
କଥା କଣ କି, ଶବାନା ଆଜମୀ ଏବଂ ଜାବେଦ ଅଖତାର, କରାଚୀରେ ଶବାନାଙ୍କ ପିତାଙ୍କ ଶାୟର କେଫି ଆଜମୀଙ୍କର ଶତାବ୍ଦୀ ସମାରୋହରେ ସାମିଲ ହେବାକୁ ଯାଉଥିଲେ। ଏବେ ଆକ୍ରମଣ ପାଇଁ ଏହି ଯାତ୍ରାକୁ ରଦ୍ଦ କରିଥିବାରୁ ପାକିସ୍ତାନ ଆର୍ଟ୍ସ କାଉସିଲ୍ ଅଫ୍ ପାକିସ୍ତାନ ଦୁହିଁଙ୍କର ଖୁବ୍ ନିନ୍ଦା କରିଛି।
ରବିବାର ଦିନ କାଉସିଲର ଅଧକ୍ଷ ଅହମଦ ଶାହ ଲେଖିଥିଲେ, “ ଶବାନା ଯେଉଁ ଭାବେ ପାକିସ୍ତାନ ଉପରେ ଆକ୍ରମଣ କଲେ ତାହା ସମସ୍ତ ସୀମା ପାର କରିଦେଲା। ଏହା ଜଣେ ସଭ୍ୟ ବ୍ୟକ୍ତିଙ୍କ ପାଇଁ ଉଚିତ ନୁହଁ। ମତେ ତାଙ୍କ ପାଇଁ ଦୁଃଖ ଲାଗୁଛି କି ସେ ଏବେ ସମସ୍ତ ଆଶା ହରାଇଛନ୍ତି। “
“ମୁଁ ତାଙ୍କ ବିଷୟରେ ବ୍ୟକ୍ତିଗତ ଭାବେ ଆଲୋଚନା କରିବାକୁ ଚାହୁଁନାହିଁ। କିନ୍ତୁ ପୁଲୱାମା ଆକ୍ରମଣ ପରେ ସେ ଯେଉଁ ଭାବେ ପ୍ରତିକ୍ରିୟା ରଖିଛନ୍ତି ତାହା ଖୁବ୍ ନିରାଶଜନକ।“ କାଉସିଂଲ ୨୩-୨୪ ଫେବ୍ରୁଆରୀକୁ କେଫି ଆଜମୀଙ୍କ ଜନ୍ମତିଥି ପାଳନ କରୁଛି। ଏନେଇ ଦେଶବିଦେଶର ବିଭିନ୍ନ ପ୍ରସିଦ୍ଧ ସାହିତିକ ଏବଂ କବି ଆମନ୍ତ୍ରିତ ରହିଛନ୍ତି।
ନିଶ୍ଚିତ ପଢ଼ନ୍ତୁ: ସହିଦଙ୍କ ସମ୍ନାନରେ ବିରାଟ କୋହଲି ନେଲେ ଏହି ବଡ଼ ନିଷ୍ପତ୍ତି , ଜାଣନ୍ତୁ କଣ
ଆପଣଙ୍କୁ ଜଣାଇବାକୁ ଚାହିଁବୁ , ପୁଲୱାମାରେ ହୋଇଥିବା ଆତ୍ମଘାତି ଆକ୍ରମଣ ପରେ ଅନେକ କଳାକାର ଟ୍ବିଟ ଯୋଗେ ବିଭିନ୍ନ କାର୍ୟକ୍ରମକୁ ରଦ୍ଦ କରିଥିବାର ସୂଚନା ଜାରି କରିଥିଲେ। ଏଥିମଧ୍ୟରେ ଶବାନା ମଧ୍ୟ ଲେଖିଥିଲେ, ଏହି ବର୍ଷ ପ୍ରଥମଥର ମତେ ମୋର ବିଶ୍ବାସ ଦୁର୍ବଳ ହେଉଥିବା ନଜର ଆସୁଛି। ଏନେଇ ମୁଁ ସଂସ୍କ୍ରୁତିକ ଆଦାନପ୍ରଦାନକୁ ଅଟକାଇବାକୁ ଚାହୁଁଛି।