ମନୋରଂଜନ

ଶାହାରୁଖ ଖାନ୍‌ଙ୍କୁ ସନ୍‌ଷ୍ଟ୍ରୋକ୍‌, ହସପିଟାଲରେ ଭର୍ତ୍ତିି ହେଲେ ବଲିଉଡ୍‌ ବାଦଶାହ

ଅହମଦବାଦ : ବଲିଉଡ୍‌ ସୁପର ଷ୍ଟାର ଶାହାରୁଖ ଖାନ୍‌ ହସପିଟାଲରେ ଭର୍ତ୍ତି । ଅଚାନକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଅହମଦାବାଦର ଏକ ହସପିଟାଲକୁ ନିଆଯାଇଛି । ଅତିରିକ୍ତ ଗରମ ଯୋଗୁଁ ସେ ଅଂଶୁଘାତର ଶିକାର ହୋଇ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି ।

ଅହମଦାବାଦରେ ଆଜି ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଥିଲା । ସେଥିରେ କିଙ୍ଗ ଖାନ୍‌ ଅସୁସ୍ଥ ହୋଇ ପଡ଼ିଥିଲେ । ଗତକାଲି ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ଥିଲା । ଶାହାରୁଖଙ୍କ ଦଳ କୋଲକାତା ୮ ଓ୍ଵିକେଟ୍‌୍‌ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ମ୍ୟାଚ୍‌ ଶେଷ ହେବା ପରେ ଶାହାରୁଖ ନିଜ ଝିଅ ସୁହାନା ଏବଂ ସାନପୁଅ ଆବରାମ ସହ ବିଳମ୍ବିତ ରାତି ଯାଏ ପଡ଼ିଆରେ ବୁଲି ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ଏହା ସହିତ ଦର୍ଶକଙ୍କୁ ଫ୍ଲାଇଂ କିସ୍‌ ଦେଇ ନିଜର ନିଆରା ଷ୍ଟାଇଲରେ ପୋଜ୍‌ ଦେଇଥିଲେ । ଦର୍ଶକ ମଧ୍ୟ କରତାଳି ଦେଇଥିଲେ ।

ତେବେ ଆଜି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତାଙ୍କ ଦେହରେ ଜଳୀୟ ଅଂଶ କମି ଯାଇଛି । ତେବେ ଚିକିତ୍ସା ପରେ ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି । ତାଙ୍କ ପାଇଁ ହସପିଟାଲ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତାଙ୍କ ବନ୍ଧୁ ତଥା ଫ୍ରାଞ୍ଚାଇଜ୍‌ ପାର୍ଟନର ଅଭିନେତ୍ରୀ ଜୁହି ଚାଓ୍ଵଲା ତାଙ୍କୁ ହସପିଟାଲରେ ଦେଖିବାକୁ ଯାଇଥିଲେ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago