ମନୋରଂଜନ

ପୁଣିଥରେ ଫେରୁଛି ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’, ଟ୍ୱିଟ଼ କରି ଜଣାଇଲେ ଗଙ୍ଗାଧର

କରୋନା ଭାଇରସ୍ ଯୋଗୁଁ ବିଶ୍ୱବ୍ୟାପୀ ଅନେକ ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ତେବେ ଭାରତରେ ମଧ୍ଯ ଲକ୍ ଡାଉନ୍ ଚାଲିଥିବା ବେଳେ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି ସରକାର । ତେବେ ଏହା ମଧ୍ୟରେ ସୋସିଆଲ ମିଡିଆରେ ଦୂରଦର୍ଶନର ପୁରୁଣା ସିରିଏଲ୍ ଗୁଡିକୁ ପୁଣିଥରେ ଟେଲିକାଷ୍ଟ କରାଯିବା ପାଇଁ ଦାବି କରାଯାଇଥିଲା । ଯାହାପରେ ରାମାୟଣ ଓ ମହାଭାରତର ପୁନଃ ପ୍ରସାରଣ ଆରମ୍ଭ ହୋଇଯାଇଛି କିନ୍ତୁ ଏହାପରେ ମଧ୍ଯ ଲୋକମାନେ ‘ଶକ୍ତିମାନ’ କୁ ପୁଣିଥରେ ଟେଲିକାଷ୍ଟ କରାଇବା ପାଇଁ ଦାବି କରି ଆସୁଛନ୍ତି ।


ସୂଚନା ଅନୁଯାୟୀ ନିକଟରେ ଶକ୍ତିମାନ ଅର୍ଥାତ୍ ମୁକେଶ୍ ଖାନ୍ନା ଏକ ଟ୍ୱିଟ଼ ଜରିଆରେ ଲୋକମାନଙ୍କୁ ଜଣାଇଛନ୍ତି ଯେ ଲୋକପ୍ରିୟ ଧାରାବାହିକ ଶକ୍ତିମାନ ପୁଣିଥରେ ଟେଲିଭିଜନ୍ ପରଦାକୁ ଫେରୁଛି । ତେବେ ଏହାପରେ ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ନିଜର ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି ।

 

 

KNews Bureau

Recent Posts

ଶୁଆକୁ ନେଇ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବନବିଭାଗ ଘରେ ଚଢ଼ାଉ କରି ନେଇଗଲେ

କଟକ: ଖୁଆଇ ନଦେଲେ ଖାଉ ନଥିଲେ । ପିଆଇ ନ ଦେଲେ ପିଉ ନଥିଲେ । ଏ ଘରେ ମୋ…

9 mins ago

Xରେ ବଡ ପରିବର୍ତ୍ତନ, ଏବେ ପୋଷ୍ଟରେ ଆସୁଥିବା ଲାଇକ୍ ରହିବ ପ୍ରାଇଭେଟ୍

ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ X କିଣିବା ଦିନରୁ ସେଥିରେ ଅନେକ ପରିବର୍ତ୍ତନ କରିଛନ୍ତି ।…

11 mins ago

ପୁଣି ବିବାଦରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା, ଠକେଇ ମାମଲାରେ କୋର୍ଟରୁ ମିଳିଛି ନୋଟିସ୍‌

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଏବଂ ସ୍ୱାମୀ ରାଜ କୁନ୍ଦ୍ରା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଶିଳ୍ପା…

20 mins ago

ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କଲେ ବରିଷ୍ଠ ନେତା

ବିଜେଡି ସୁପ୍ରିମୋଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବରିଷ୍ଠ ନେତା । ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦଳର…

21 mins ago

ବିଳମ୍ବିତ ରାତିରେ ଲୁଟ, ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର(କେନ୍ୟୁଜ): ଲୁଟ୍‌ କରିବା ପାଇଁ ଲୁଟେରାଙ୍କ ଚାଲାକି ବଢ଼ିଚାଲିଛି । ଦିନ ବେଳେ ଚୋରି କରିବା ସ୍ଥାନକୁ ଟାର୍ଗେଟ କରୁୁଛନ୍ତି…

39 mins ago

ଡାକ ବିଭାଗ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦୁର୍ନୀତି ମାମଲା: ରାଜ୍ୟରେ ୬୭ଟି ସ୍ଥାନରେ ସିବିଆଇ ରେଡ୍‌

ଭୁବନେଶ୍ୱର (କେନ୍ୟୁଜ): ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ମାମଲାରେ ସିବିଆଇର ବଡ଼ ଧରଣର ତଦନ୍ତ…

2 hours ago