ପୁଣିଥରେ ଫେରୁଛି ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’, ଟ୍ୱିଟ଼ କରି ଜଣାଇଲେ ଗଙ୍ଗାଧର

କରୋନା ଭାଇରସ୍ ଯୋଗୁଁ ବିଶ୍ୱବ୍ୟାପୀ ଅନେକ ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ତେବେ ଭାରତରେ ମଧ୍ଯ ଲକ୍ ଡାଉନ୍ ଚାଲିଥିବା ବେଳେ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି ସରକାର । ତେବେ ଏହା ମଧ୍ୟରେ ସୋସିଆଲ ମିଡିଆରେ ଦୂରଦର୍ଶନର ପୁରୁଣା ସିରିଏଲ୍ ଗୁଡିକୁ ପୁଣିଥରେ ଟେଲିକାଷ୍ଟ କରାଯିବା ପାଇଁ ଦାବି କରାଯାଇଥିଲା । ଯାହାପରେ ରାମାୟଣ ଓ ମହାଭାରତର ପୁନଃ ପ୍ରସାରଣ ଆରମ୍ଭ ହୋଇଯାଇଛି କିନ୍ତୁ ଏହାପରେ ମଧ୍ଯ ଲୋକମାନେ ‘ଶକ୍ତିମାନ’ କୁ ପୁଣିଥରେ ଟେଲିକାଷ୍ଟ କରାଇବା ପାଇଁ ଦାବି କରି ଆସୁଛନ୍ତି ।

ସୂଚନା ଅନୁଯାୟୀ ନିକଟରେ ଶକ୍ତିମାନ ଅର୍ଥାତ୍ ମୁକେଶ୍ ଖାନ୍ନା ଏକ ଟ୍ୱିଟ଼ ଜରିଆରେ ଲୋକମାନଙ୍କୁ ଜଣାଇଛନ୍ତି ଯେ ଲୋକପ୍ରିୟ ଧାରାବାହିକ ଶକ୍ତିମାନ ପୁଣିଥରେ ଟେଲିଭିଜନ୍ ପରଦାକୁ ଫେରୁଛି । ତେବେ ଏହାପରେ ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ନିଜର ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.