Below header

ଭାଇଜାନଙ୍କୁ ବଡ଼ ଝଟକା, ପ୍ରାଣ ହରାଇଲେ ଭଣଜା ଅବଦୁଲ୍ଲା ଖାନ, ଏହି ରୋଗରେ ଥିଲେ ପୀଡିତ

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଭଣଜା ଅବଦୁଲ୍ଲା ଖାନ ଗତକାଲି ବିଳମ୍ବିତ ରାତିରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ ଅବଦୁଲ୍ଲାଙ୍କ ଫୁସଫୁସରେ ସଂକ୍ରମଣ ହେତୁ ତାଙ୍କୁ ଦୁଇଦିନ ପୂର୍ବରୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବଦୁଲ୍ଲାଙ୍କ ମୃତ୍ୟୁ ଖବର ନିଜେ ସଲମାନ ଟ୍ୱିଟ଼ ଜରିଆରେ ଜଣାଇଛନ୍ତି । ସେ ଅବଦୁଲ୍ଲାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଲେଖିଛନ୍ତି ‘ସବୁବେଳେ ତୁମକୁ ଭଲ ପାଉଥିବି..’ ।

ମୃତ୍ୟୁ ଖବର ଶୁଣିବା ପରେ ସଲମାନଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ସୂଚନା ଅନୁଯାୟୀ ଅବଦୁଲ୍ଲା ଜଣେ ପ୍ରସିଦ୍ଧ ବଡି ବିଲଡର ଥିଲେ ଏବଂ ସଲମାନଙ୍କ ସହିତ ତାଙ୍କର ବହୁତ୍ ଭଲ ସମ୍ପର୍କ ଥିଲା । ସଲମାନ ଖାନଙ୍କ ସବୁଠାରୁ ଅନ୍ତରଙ୍ଗ ମଧ୍ୟରେ ଜଣେ ଥିଲେ ଅବଦୁଲ୍ଲା ଖାନ ଏବଂ ସଲମାନ ଓ ଅବଦୁଲ୍ଲା ଏକା ସହିତ ବଡ଼ି ବିଲଡିଂ ଟ୍ରେନିଂ ନେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.