Below header

ଘରକୁ ଫେରୁ ଫେରୁ ମଝି ରାସ୍ତାରେ ଟଳିପଡିଲେ ବ୍ୟକ୍ତି, ଶବ ପାଖରେ କାନ୍ଦୁଛନ୍ତି ସ୍ତ୍ରୀ ପିଲା.. ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ

କରୋନା ଭାଇରସର ଏହି ସଂଘର୍ଷରେ ବିଶ୍ୱବ୍ୟାପୀ ଲକ୍ ଡାଉନ୍ ଚାଲିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଏବଂ ଖଟିଖିଆ । ଆୟ ଶେଷ ହୋଇଯିବା ପରେ ଲୋକମାନେ ଏବେ ନିଜ ନିଜ ଘରକୁ ଫେରିଯିବାକୁ ବାହାରିଛନ୍ତି । ଏପରି ମହାମାରୀ ସମୟରେ ମଧ୍ୟ ଏମାନେ ଘରମୁଁହା ହୋଇ ନିଜ ଜୀବନ ବାଜିରେ ଲଗାଉଛନ୍ତି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ବାସ କରୁଥିବା ୩୨ ବର୍ଷୀୟ ବିନୋଦ ତିୱାରୀ ନାମକ ଜଣେ ବ୍ୟକ୍ତି ଦିଲ୍ଲୀରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ । ଦେଶବ୍ୟାପୀ ଲକ୍ ଡାଉନରେ ତାଙ୍କ ଚାକିରୀ ଯିବା ପରେ ନିଜ ପତ୍ନୀ ଓ ପିଲାଙ୍କୁ ଧରି ସେ ନିଜ ସ୍କୁଟରରେ ଘରକୁ ବାହାରି ପଡିଥିଲେ । ତେବେ ଘରକୁ ଯାଉଥିବା ସମୟରେ ଅଧା ରାସ୍ତାରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଗଲା ଏବଂ ଅଚାନକ ସେହିଠାରେ ସେ ନିଜର ସ୍କୁଟର ରଖିଦେଇ ରାସ୍ତା ଉପରେ ପଡିଗଲେ ।

ତେବେ ଅନ୍ୟ ଏକ ସ୍କୁଟରରେ ବିନୋଦଙ୍କ ଭାଇ ମଧ୍ୟ ତାଙ୍କ ସଙ୍ଗେ ସଙ୍ଗେ ଯାଉଥିଲେ । ଭାଇଙ୍କର ଏପରି ଅବସ୍ଥା ଦେଖି ତୁରନ୍ତ ସେ ଏକ ଆମ୍ବୁଲାନ୍ସ ଡକାଇଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିବାରେ ଏକଘଣ୍ଟା ବିଳମ୍ବ କରିଦେଲା । ଆମ୍ବୁଲାନ୍ସ ଆସି ପହଁଞ୍ଚିବା ବେଳକୁ ରାସ୍ତା ଉପରେ ହିଁ ବିନୋଦ ପ୍ରାଣ ତ୍ୟାଗ କରିଦେଇଥିଲେ ଏବଂ ବିନୋଦଙ୍କ ଶବ ପାଖରେ ବସି ତାଙ୍କ ପତ୍ନୀ ଓ ପିଲା ମୁଣ୍ଡ ବାଡ଼େଇ କାନ୍ଦିବାରେ ଲାଗିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବିନୋଦଙ୍କ ଶବକୁ ପୁଣିଥରେ ସିଦ୍ଧାର୍ଥନଗର୍ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ ବିନୋଦ ଗତ କିଛିଦିନ ଧରି ମୁଖ କର୍କଟ ରୋଗରେ ପୀଡିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.