ଏକଦମ୍ ମାଛ ତରକାରୀ ପରି ଟେଷ୍ଟ ଆଜି ହିଁ ଘରେ ବନାନ୍ତୁ କଞ୍ଚା କଦଳୀର ତରକାରୀ

ଆବଶ୍ୟକୀୟ ସମାଗ୍ରୀ

  • କଞ୍ଚା କଦଳୀ ୪ ଟି
  • ବେସନ ୨ ଚାମଚ
  • ଅଦା ରସୁଣ ପେଷ୍ଟ ୨ ଚାମଚ
  • ପିଆଜ ୧ ଟି
  • ଟମାଟୋ ୨ ଟି
  • ସୋରିଷ ବଟା ୧ ଚାମଚ
  • ହଳଦୀ ଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଧନିଆ ଗୁଣ୍ଡ
  • ତେଲ
  • ଧନିଆପତ୍ର
  • ସ୍ଵାଦ ଅନୁସାରେ ଲୁଣ

କଦଳୀ ତରକାରୀ | Kadali Tarkari Odia | Kancha Kadali ...

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଦଳୀକୁ ଚୋପା ଛଡ଼ାଇ ଧୋଇ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ । ତାପରେ ସେଥିରେ ଦୁଇ ଚାମଚ ବେସନ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଧନିଆଗୁଣ୍ଡ, ଲୁଣ ଓ ଅଳ୍ପ ତେଲ ଦେଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏବେ ଏକ ପ୍ୟାନରେ କିଛି ତେଲ ଗରମ୍ କରି ସେଥିରେ କଦଳୀକୁ ପକାଇ ଭଲଭାବେ ଭାଜି ଦିଅନ୍ତୁ । ବର୍ତ୍ତମାନ ଆଉ ଏକ କଡ଼େଇରେ ତେଲ ଗରମ୍ କରି ସେଥିରେ ପିଆଜ ପେଷ୍ଟ ଓ ଅଦା ରସୁଣ ପେଷ୍ଟ ପକାଇ ଭାଜନ୍ତୁ । ତାପରେ ସେଥିରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଓ ଲୁଣ ପକାଇ ଭଲଭାବେ କସନ୍ତୁ । ଭଲଭାବେ କଷି ହୋଇଗଲା ପରେ ସେଥିରେ ଟମାଟୋକୁ ପେଷ୍ଟ କରି ପକାଇ ଦିଅନ୍ତୁ ବର୍ତ୍ତମାନ୍ ଏଥିରେ ସୋରିସ ବଟା ପକାଇ ଦିଅନ୍ତୁ । ଅଳ୍ପ ସମୟ କଷି ସେଥିରେ ପାଣି ଦେଇ ଦିଅନ୍ତୁ । ତରକାରୀ ଫୁଟି ଆସିଲେ ସେଥିରେ ଫ୍ରାଏ କରି ରଖିଥିବା କଦଳୀକୁ ପକାଇ ଦିଅନ୍ତୁ । ଶେଷରେ ସେଥିରେ ଧନିଆପତ୍ର ପକାଇ ଓହ୍ଲାଇ ଦିଅନ୍ତୁ । ଏହାକୁ ଆପଣ ଗରମ୍ ଗରମ୍ ଭାତ ଓ ରୁଟି ସହିତ ଖାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.