Below header

ଲକଡାଉନରେ ଘରେ ବସି ଆଉ ହେବେନି ବୋର, ମାଗଣାରେ ଦେଖିପାରିବେ ସୋନି, ଜିଟିଭି ଏବଂ କଲର୍ସର ଏହି ଚ୍ୟାନେଲ

କାରୋନା ଭାଇରସ କାରଣରୁ ପୁରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ସବୁ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି। ଲକଡାଉନ ପାଇଁ ଲୋକେ ଘରେ କଏଦୀ ଭଳି ରହୁଛନ୍ତି। ଏମିତିରେ ଲୋକେ ବୋର ନହେବା ପାଇଁ ଇଣ୍ଡିଆନ ବ୍ରଡକାଷ୍ଟିଂ ବ ଆଇବିଏଫ DTH ଏବଂ କେବୁଲ ନେଟୱାର୍କର କିଛି ବଛା ବଛା ଚ୍ୟାଲେନକୁ ଦୁଇ ମାସ ମାଗଣାରେ ଦେଖାଇବାକୁ ଆଦେଶ ଦେଇଛି। ଏହିରେ ସୋନି ପଲ, କଲର୍ସ ରିସ୍ତେ ଅନମୋଲ ଚ୍ୟାନେଲ ସାମିଲ ରହିଛି।

traiଆଇବିଏଫ ଜଣାଇଛି ଯେ ଲକଡାଉନ ସମୟରେ ୟୁଜର୍ସ ସୋନି ନେଟୱର୍କର ସୋନି ପଲ, ଜିଟିଭିର ଜି ଅନମୋଲ ଏବଂ କଲରର କଲର୍ସ ରିସ୍ତେ ଚ୍ୟାନେଲ ଦୁଇ ମାସ ପାଇଁ ମାଗଣାରେ ଦେଖିପାରିବେ। ଏହା ମଧ୍ୟ କୁହାଯାଇଛି ଯେ ରହି ପଦକ୍ଷେପ ଲୋକମାନଙ୍କୁ ଧ୍ୟାନରେ ରଖି କରାଯାଇଛି।

traiସେହିପରି ଟାଟା ସ୍କାଏର ଫିଟନେସ ଚ୍ୟାନେଲ ମଧ୍ୟ ଗ୍ରାହକଙ୍କ ପାଇଁ ମାଗଣାରେ ଉପଲବ୍ଧ ରହିଛି। ଏହି ଚ୍ୟାନେଲ ୧୧୦ ନମ୍ବରରେ ଆସୁଛି। ଏହି ଚ୍ୟାନେଲକୁ ମୋବାଇଲ ଆପରେ ଲାଇଭ ଟିଭିରେ ର ଭିଡିଓ ଜରିଆରେ ସହଜରେ ଦେଖିପାରିବେ। ଫ୍ରିରେ ଦେବା ପୂର୍ବରୁ କମ୍ପାନୀ ଗ୍ରାହକଙ୍କ ଠାରୁ ଏହି ଚ୍ୟାନେଲ ପାଇଁ ଦୁଇ ଟଙ୍କା ପ୍ରତିଦିନ ନଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.