ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ପ୍ରକୋପ, ଆସନ୍ତା ଏପ୍ରିଲରୁ ଜୁନ୍‌ ଅସମ୍ଭାଳ ହେବ ତାତି

ଭୁବନେଶ୍ବର: ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ପ୍ରକୋପ। ତେବେ ଆସନ୍ତା ଏପ୍ରିଲରୁ ଜୁନ୍‌ ମଧ୍ୟରେ ଅସମ୍ଭାଳ ତାତି ହେବ । ଏହି ମାସ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିାଯାଇଛି। ମିଳିଥିବା ସୂଚନା ଅନୁସାରେ ଭାରତର ପୂର୍ବାଞ୍ଚଳ, ଉତ୍ତର ପଶ୍ଚିମ ରାଜ୍ୟ ସମେତ ପଶ୍ଚିମ ଭାରତ ଉପଦ୍ୱୀପ ଅଞ୍ଚଳରେ ଗ୍ରାଷ୍ମକାଳୀନ ତାପମାତ୍ରା ସ୍ୱାଭାବିକଠାରୁ ୦.୫ ଡିଗ୍ରୀରୁ ୧ଡିଗ୍ରୀ ସେଲ୍‌ସିୟ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଓଡ଼ିଶା ସମେତ ପଞ୍ଜାବ, ହରିୟାଣା, ଛତିଶଗଡ଼, ଝାରଖଣ୍ଡ ଓ କେରଳ ଆଦି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ବିଶେଷକରି ଉପକୂଳ ଓଡ଼ିଶାରେ ଆଜିଠୁ ତାପମାତ୍ରା ଆହୁରି ବଢିପାରେ ବୋଲି ଆକଳନ କରାଯାଇଛି। ଗତ କିଛି ଦିନ ଧରି ମାଲକାନଗିରିରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.