ମନୋରଂଜନ

ସିଦ୍ଧାର୍ଥଙ୍କ ଖବର ଶୁଣି ଭାଙ୍ଗି ପଡିଛନ୍ତି ଶେହନାଜ, ବିଗିଡି ଯାଇଛି ସ୍ୱାସ୍ଥ୍ୟବସ୍ଥା

ବଲିଉଡ ତଥା ଟେଲିଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମାତ୍ର ୪୦ ବର୍ଷ ବୟସରେ ମୃତ୍ୟୁ ବଲିଉଡ ସମେତ ଟେଲିଜଗତକୁ ହତବାକ କରିଦେଇଛି । ମିଳିଥିବା ଖବର ଅନୁଯାୟୀ ହୃଦଘାତ କାରଣରୁ ମୁମ୍ବାଇର କୂପର ହସ୍ପିଟାଲରେ ସିଦ୍ଧାର୍ଥଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲ କତ୍ତୃପକ୍ଷଙ୍କ ଅନୁଯାୟୀ ତାଙ୍କୁ ହସ୍ପିଟାଲକୁ ଅଣାଯିବା ପୂର୍ବରୁ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟପକ୍ଷରେ ସିଦ୍ଧାର୍ଥଙ୍କ ଏପରି ଅକାଳ ମୃତ୍ୟୁର ଦୁଃଖଦ ଖବର ଶୁଣି ତାଙ୍କ ବନ୍ଧୁ ଶେହନାଜ ଗିଲ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ଖବର ପାଇବା ପରେ ପରେ ତତକ୍ଷଣାତ ସୁଟିଙ୍ଗ ଛାଡି ଦେଇଥିଲେ ଶେହନାଜ । ସେ ଏତେ ଭାଙ୍ଗି ପଡ଼ିଥିଲେଯେ ତାଙ୍କ ପାଟିରୁ କଥା ବାହାରି ନଥିଲା । ସମ୍ପୂର୍ଣ୍ଣ ହତବାକ ହୋଇଯାଇଥିଲେ ଶେହନାଜ । ସୂତ୍ରରୁ ଜଣାପଡିଛିଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି ।

ମିଡ଼ିଆକୁ ପ୍ରତିକ୍ରିୟା ଦେବା ସମୟରେ ଶେହନାଜଙ୍କ ପିତା ସନ୍ତୋଷ ସିଂହ କହିଛନ୍ତିକି, ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସେତେଟା ଭଲ ନାହିଁ । ସିଦ୍ଧାର୍ଥଙ୍କ ଖବର ତାଙ୍କୁ ବି ଖୁବ ଆଘାତ ଦେଇଛି । ଆହୁରି ମଧ୍ୟ କହିଛନ୍ତିକି ସେ ନିଜକୁ ବିଶ୍ୱାସ କରିପାରୁନାହାନ୍ତିଯେ ହଟାତ ଏମିତି ଏକ ଘଟଣା କେମିତି ଘଟିଗଲା । ଶେହନାଜଙ୍କ ଅବସ୍ଥା ଭଲ ନଥିବାରୁ ତାଙ୍କ ଭାଇ ଶହବାଜ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି । ବଲିଉଡ ଜଗତରୁ ଆରମ୍ଭ କରି ଟିଭି ଜଗତ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଏମିତି ଏକ ଦୁଃଖଦ ଖବର ଶୁଣି ମ୍ରିୟମାଣ ହୋଇପଡିଛନ୍ତି । ବିଗ ବସ-୧୩ରେ ବିଜେତା ହୋଇଥିବା ସିଦ୍ଧାର୍ଥ ଲୋକପ୍ରିୟ ଟିଭି ସିରିଏଲ ବାଳିକା ବଧୂରେ ଲମ୍ବା ସମୟ ଧରି ଅଭିନୟ କରିଛନ୍ତି ।

ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ସିଦ୍ଧାର୍ଥ ବାବୁଲ କା ଆଂଗନ ଛୁଟେ ନା, ଜାନେ ପହଚାନନେ ସେ…..ୟେ ଅଜନବି, ଲଭ ୟୁ ଜିନ୍ଡେଗି ପରି ସିରିଏଲରେ ନିଜ ଅଭିନୟର ଯାଦୁ ଦେଖେଇ ସାରିଛନ୍ତି । ବିଗବସ ବ୍ୟତୀତ ଝଲକ ଦିଖ ଲା ଯା, ଫିୟର ଫ୍ୟାକ୍ଟର- ଖତୋରୋଂ କେ ଖିଲାଡୀ-୭ ପରି ରିୟାଲିଟି ଶୋ’ ଗୁଡିକରେ ବି ଅଂଶଗ୍ରହଣ କରିଥିଲେ । ୨୦୧୪ରେ କରଣ ଜୋହରଙ୍କ ହମ୍ପଟି ଶର୍ମା କି ଦୁଲହନୀୟା ଜରିଆରେ ବଲିଉଡରେ ଏଣ୍ଟ୍ରି କାଇଥିଲେ ।

 

 

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

17 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

25 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

32 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

40 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

42 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

50 mins ago