ରାଜ୍ୟ

କାନ୍ଦିଲେ ଦୌଡରାଣୀ ଦୂତୀ ଚାନ୍ଦ,କହିଲେ ନ୍ୟାୟ ନ ମିଳିଲେ ଓଡ଼ିଶା ଛାଡିବି

କେନ୍ୟୁଜ୍(ବ୍ୟୁରୋ):କାନ୍ଦି ପକାଇଲେ ଦୌଡରାଣୀ। କହିଲେ ନ୍ୟାୟ ନ ମିଳିଲେ ଓଡ଼ିଶା ଛାଡିବି। ଭାରତକୁ ଅଲମ୍ପିକ୍ସରେ ୨-୨ ଥର ପ୍ରତିନିଧିତ୍ୱ କରିଥିବା ଦୌଡ ରାଣୀ ଦୂତୀ ଚାନ୍ଦ ଆଜି ଛଳ ଛଳ ଆଖିରେ ନ୍ୟାୟ ମାଗିଛନ୍ତି । କହିଛନ୍ତି ପିଲାଟି ବେଳୁ ବହୁ ସଂଘର୍ଷ ଓ ପରିଶ୍ରମ କରି ଅଲିମ୍ପିଆନ ହୋଇପାରିଛି। ଭାରତରେ ୩୭ ବର୍ଷ ପରେ ଜଣେ ଧାବିକା ଭାବେ ସେ ଅଲମ୍ପିକ୍ସରେ ଅଂଶ ଗ୍ରହଣ କରିପାରିଛନ୍ତି । କିନ୍ତୁ ସେ ଯେତେବେଳେ ଅଲମ୍ପିକ୍ସରେ ବିଶ୍ୱସ୍ତରୀୟ ଆଥଲେଟ୍‌ଙ୍କ ସହ ପ୍ରତିଯୋଗିତା କରୁଥିଲେ, ସେ ସମୟରେ ଦୁଇ ଜଣ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ନକରାତ୍ମକ ଟିପଣୀ ଦେଉଥିଲେ ।

ଜଣେ ୱେବ୍ ଚ୍ୟାନେଲ ଏଡିଟର ସୁଧାଂଶୁ ଶେଖର ରାଉତ ଏବଂ ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନଙ୍କ ନାଁ ନେଇଛନ୍ତି ଦୂତୀ ଚାନ୍ଦ। ଦୂତୀ କହିଛନ୍ତି ‘‘ଜୁଲାଇ ୩୧ରେ ଶହେ ମିଟର ଦୌଡ ଶେଷ ହେବା ପରେ ଅଗଷ୍ଟ ୨ ତାରିଖରେ ମୋର ଦୁଇ ଶହ ମିଟର ଦୌଡ ପାଇଁ ପ୍ରସ୍ତୁତ ହୋଉଥିବା ବେଳେ ଜୁଲାଇ ୩୧ରୁ ସେମାନେ ସାମାଜିକ ଗଣମାଧ୍ୟମରେ ଲେଖିବା ଆରମ୍ଭ କଲେ ଓ ମନ୍ତବ୍ୟ ଦେଲେ’’।

ଏହା ସହ ଦୂତୀ କହିଛନ୍ତି  ‘‘ମୋ କୋଚ୍‌ ସହ ଯେଉଁମାନେ ତାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କୁ ମଧ୍ୟ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା। ନିଜ ଦେଶର ଖେଳପ୍ରେମୀ ସର୍ବଦା ଖେଳାଳିଙ୍କୁ ଉତ୍ସାହିତ କରନ୍ତି। କିନ୍ତୁ ଦୁଃଖର ବିଷୟ ନକରାତ୍ମକ ମନ୍ତବ୍ୟ ଦେଇ ମୋତେ ନିରୁତ୍ସାହିତ କରୁଛନ୍ତି । ଯଦି ବାରମ୍ବାର ଏହି ଭଳି ମୋତେ ମାନସିକ ଭାବେ ନିର୍ଯ୍ୟାତନା ଦିଆଯାଏ ତେବେ କେମିତି ମୁଁ ଆଗାମୀ କ୍ୟାରିଅର ପ୍ରତି ଫୋକସ କରିବି ? ’’ । ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦୂତୀ ଦାବି କରିଛନ୍ତି  ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

22 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

29 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

36 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

44 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

46 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

54 mins ago