ମନୋରଂଜନ

ଶିଳ୍ପାଙ୍କ ଓଟିଟି ଡେବ୍ୟୁ, ରୋହିତଙ୍କ ‘ଇଣ୍ଡିଆନ ପୋଲିସ ଫୋର୍ସ’ରେ କରିବେ ଜବରଦସ୍ତ ଆକ୍ସନ

ବଲିଉଡରେ ଆକ୍ସନ ଫିଲ୍ମ ପାଇଁ ବେଶ୍‌ ଜଣାଶୁଣା ରୋହିତ ସେଟ୍ଟୀ। ରୋହିତଙ୍କ ୱେବ୍ ସିରିଜ ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ରେ ଦମଦାର ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଶିଳ୍ପାଙ୍କୁ ୱେବ୍ ସିରିଜକୁ ସ୍ୱାଗତ କରି ରୋହିତ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ସିରିଜ ଜରିଆରେ ଶିଳ୍ପା ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରୁଛନ୍ତି।

ରୋହିତ ପୋଷ୍ଟ ସେୟାର କରି ଶିଳ୍ପାଙ୍କ ଲୁକ୍‌ ସେୟାର କରି କହିଛନ୍ତି, ସ୍କ୍ଵାର୍ଡକୁ ଆପଣଙ୍କୁ ସ୍ୱାଗତ ! ଗେଟ୍‌ ରେଡି ଫର ଗନ୍‌ ବ୍ୟାଟେଲ୍ସ, ହ୍ୟାଣ୍ଡ ଟୁହ୍ୟାଣ୍ଡ କମ୍ବାଟ୍‌, ହାଇ ସ୍ପିଡ ଚେଜ୍‌ ଆଣ୍ଡ୍‌ ୟେଶ ଫ୍ଲାଇଂ କାରସ୍‌। ଇଣ୍ଡିଆନ ପୋଲିସ ଫୋର୍ସ।

ରୋହିତ ସେଟ୍ଟୀଙ୍କ ଏହି ୱେବ୍ ସିରିଜରେ ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଶିଳ୍ପାଙ୍କ ପୂର୍ବରୁ ସିଦ୍ଧାର୍ଥଙ୍କ ଲୁକ୍‌ ସେୟାର କରିଥିଲେ ରୋହିତ। ରୋହିତଙ୍କ ପ୍ରଥମ ପୋଷ୍ଟରରେ ସିଦ୍ଧାର୍ଥ ପୋଲିସ ଅବତାରରେ ନଜର ଆସିଥିଲେ। ସିଦ୍ଧାର୍ଥଙ୍କ ଭଳି ଶିଳ୍ପା ମଧ୍ୟ ପୋଲିସ ଅଫିସର ଭାବେ ଆକ୍ସନ କରୁଥିବାର ନଜର ଆସିବେ।

ରୋହିତ ସେଟ୍ଟୀ ମଧ୍ୟ ଏହି ଫିଲ୍ମ ଜରିଆରେ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବଡ ପରଦାରେ ଧମାଲ୍‌ କରିବା ପରେ ଓଟିଟି ପ୍ଲାଟଫର୍ମରେ ଧମାଲ୍‌ କରିବେ। ସେହିପରି ଶିଳ୍ପା ମଧ୍ୟ ଓଟିଟି ଡେବ୍ୟୁ କରୁଛନ୍ତି। ଯାହା ପାଇଁ ଫ୍ୟାନ୍ସ ବେଶି ଉତ୍ସାହିତ ରହିଛନ୍ତି।

ରୋହିତଙ୍କ ଅଧିକାଂଶ ଫିଲ୍ମ ପୋଲିସ ଫୋର୍ସ ଉପରେ ଆଧାରିତ। ଏହି ୱେବ୍ ସିରିଜ ମଧ୍ୟ ପୋଲିସ ଫୋର୍ସ ଉପରେ ଆଧାରିତ। ଏହି ୱେବ୍ ସିରିଜରେ ଶିଳ୍ପା ଦମଦାର ପୋଲିସ ଅଫିସର ଭୂମିକାରେ ନଜର ଆସିବେ। ଏହି ୱେବ୍ ସିରିଜ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ। ସିରିଜର ସୁଟିଂ ଆରମ୍ଭ ହୋଇଯାଇଛି। ଫ୍ୟାନ୍ସ ଏବେ ରିଲିଜ ଡେଟ୍‌ ଏବଂ ଟ୍ରେଲର ଅପେକ୍ଷାରେ ରହିଛନ୍ତି।

ସୂଚନାଯୋଗ୍ୟ, ଶିଳ୍ପା ସେଟ୍ଟୀ ନିକଟରେ ରିଆଲଟି ଶୋ ‘ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ଜଜ୍‌ ଭାବେ ନଜର ଆସିଥିଲେ। ଏହି ଶୋରେ ତାଙ୍କ ସହିତ ବାଦଶାହ, ମନୋଜ ମଣ୍ଟିସର, କିରନ ଖେର ମଧ୍ୟ ଜଜ୍‌ ଭାବେ ରହିଥିଲେ। ଏହି ଶୋକୁ ଦିବ୍ୟାଂଶ ଓ ମନୁରାଜ ଜିତିଥିଲେ। ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟକୁ ଦିବ୍ୟାଂଶ ଏବଂ ମନୁରାଜଙ୍କ ଦୁହେଁ ଅଲଗା ଅଲଗା ଆସିଥିଲେ କିନ୍ତୁ ଧୀରେ ଧୀରେ ଦୁହେଁ ଏକାଠି କାମ ଆରମ୍ଭ କରିଥିଲେ । ଫାଇନାଲରେ ଦିବ୍ୟାଂଶ-ମନୁରାଜ ବିଏସ୍ ରେଡ୍ଡି, ୱାରିଅର୍ ସ୍କ୍ଵାଡ୍, ବମ୍ ଫାୟାର୍ କ୍ରୁ ଭଳି ଅନେକ ପ୍ରତିଭାବାନ ପ୍ରତିଯୋଗୀକୁ ପଛରେ ପକାଇଥିଲେ । ବିଜେତା ମନୁରାଜ ହରିପ୍ରସାଦ ଚୌରସିଆଙ୍କ ଗୁରୁକୁଳରେ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରୁଥିଲେ। ମାତ୍ର ୧୨ ବର୍ଷ ବୟସରେ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ।

Swagatika

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

11 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

20 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

29 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

45 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago