Image Credit: yimg
ଦୀର୍ଘ ଦିନ ପରେ ଟିଭି ରିଆଲିଟି ଶୋ’ ସୁପର ଡ୍ୟାନ୍ସ ୪କୁ ଫେରିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସେ ସୁଟିଂ ସେଟ୍କୁ ଫେରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଯୋଗ୍ୟ ଯେ ସ୍ୱାମୀ ରାଜ୍ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହେବା ପରେ ଶିଳ୍ପା କିଛି ଦିନ ପାଇଁ ଶୋ’ କରିନଥିଲେ। କିନ୍ତୁ ଏବେ ପୁଣିଥରେ ସେ ସୁଟିଂ ସେଟ୍କୁ ଫେରିଥିବା ଦେଖାଯାଇଛି।
ଇନ୍ଷ୍ଟାଗ୍ରାମ୍ରେ ଶିଳ୍ପାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଶିଳ୍ପା ନିଜ ଭ୍ୟାନିଟି ଭ୍ୟାନ୍ରୁ ଓହ୍ଲାଇ ସେଟ୍କୁ ଯାଉଥିବା ଦେଖାଯାଇଛି। ଶିଳ୍ପା ଏକ ନୀଳ ଓ ଲାଲ୍ ରଙ୍ଗର ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି। ଶିଳ୍ପାଙ୍କ କମ୍ବ୍ୟାକ୍ ଦେଖି ଫ୍ୟାନ୍ମାନେ ଖୁସି ହୋଇଥିବା ଦେଖାଯାଇଛି।
ଅନ୍ୟପଟେ ଶିଳ୍ପାଙ୍କ କମ୍ବ୍ୟାକ୍ ନେଇ ସୋନି ଟିଭି ପକ୍ଷରୁ କୌଣସି ସୂଚନା ମିଳିନାହିଁ। ତେବେ କୁହାଯାଉଛି ଯେ ସୋନି ଟିଭି ଓ ଶୋ’ ପ୍ରସାରଣ କରୁଥିବା ସଂସ୍ଥା ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଶିଳ୍ପା ଶୋ’ଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ଆଗକୁ ବି ଶିଳ୍ପା ଶୋ’ରେ କାମ ଜାରି ରଖିବେ ବୋଲି ଜଣାଯାଇଛି।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…