Categories: ମନୋରଂଜନ

ଟିଭି ଅଭିନେତ୍ରୀ ଶ୍ଵେତା ତିଓ୍ଵାରୀଙ୍କ ସ୍ୱାମୀ ଅଭିନବ ଗିରଫ, ଝିଅକୁ ଅଶ୍ଳୀଳ ଫଟୋ ଏବଂ ମାରପିଟ କରୁଥିବା ଅଭିଯୋଗ

ଜଣାଶୁଣା ଟିଭି ଅଭିନେତ୍ରୀ ଶ୍ଵେତା ତିଓ୍ଵାରୀଙ୍କ ସ୍ୱାମୀ ଅଭିନବ କୋହଲୀଙ୍କୁ ପୋଲିସ ଗିରଫ କରିଛି। ନିଜେ ଶ୍ଵେତା ହିଁ ସ୍ୱାମୀ ଅଭିନବଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଏହି ଅଭିଯୋଗ ଅନୁଯାୟୀ ପୋଲିସ ଶ୍ଵେତାଙ୍କ ସ୍ୱାମୀ ଅଭିନବଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଟିଭି ଅଭିନେତ୍ରୀ ଶ୍ଵେତା ଙ୍କ ସ୍ୱାମୀ ଅଭିନବ କୋହଲି (୩୮) ପ୍ରତିଦିନ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରନ୍ତି। ଘରକୁ ଫେରିବା ପରେ ଅଭିନବ ଝିଅ ପଲକକୁ ମାରପିଟ କରିବା ସହ ମୋବାଇଲରେ ମଡେଲ ମାନଙ୍କ ଅଶ୍ଳୀଳ ଫଟୋ ମଧ୍ୟ ଦେଖାନ୍ତି। କେବଳ ଏତିକି ନୁହେଁ ଝିଅଙ୍କୁ ଅସଭ୍ୟ ଭାଷାରେ ଗାଳି ମଧ୍ୟ ଦିଅନ୍ତି। ଏସବୁରେ ବିରକ୍ତି ହୋଇ ଶ୍ଵେତା ଶେଷରେ ତାଙ୍କ ବିରୋଧରେ ସମତା ନଗର ଥାନାରେ ଏତଲା ଦେଇଛନ୍ତି। ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିନବଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଛି। ପୋଲିସ ଏହି ଘଟଣାରେ ଅଭିନବ କୋହଲିଙ୍କ ଉପରେ ଧାରା ୩୫୪ ଏ, ୩୨୩, ୫୦୪ ଏବଂ ୫୦୯ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଧାରା ଲଗାଇଛି। ପୋଲିସ ନିଜର ତଦନ୍ତ ଚଳାଇଥିବା ବେଳେ ଅଭିନବ କିନ୍ତୁ ଏସବୁକୁ ମାନିବାକୁ ଅରାଜି ହୋଇଛନ୍ତି।

ଏହାସହ ପଢ଼ନ୍ତୁ ; ଅନୁଷ୍କାଙ୍କ ପଶୁପ୍ରୀତି, ପଶୁ କ୍ରୁରତା ନିୟମରେ ପରିବର୍ତ୍ତନ କରିବାକୁ ଦାବି

ଗତ ବର୍ଷେ ହେବ ଶ୍ଵେତା ଏବଂ ଅଭିନବ ମିଡିଆରୁ ଦୂରେଇ ରହିଛନ୍ତି। ସୂଚନାନୁଯାୟୀ, ପୂର୍ବରୁ ଶ୍ଵେତା ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ। ସେଠାରେ ଘରୋଇ ହିଂସାର ଶିକାର ହୋଇ ରାଜାଙ୍କୁ ଛାଡପତ୍ର ଦେଇଥିଲେ ଶ୍ଵେତା । ରାଜା ଏବଂ ଶ୍ଵେତାଙ୍କ କନ୍ୟା ହେଉଛନ୍ତି ପଲକ। ପରେ ଶ୍ଵେତା ଅଭିନବଙ୍କୁ ୨୦୧୩ରେ ବିବାହ କରିଥିଲେ। ତା’ ପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ୨୦୧୬ରେ ହୋଇଥିଲା।

Swagatika

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

9 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

25 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

38 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

47 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

51 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago