Categories: ସ୍ପେଶାଲ

ଜାଣନ୍ତୁ ଶ୍ରାବଣ ମାସର ଶେଷ ସୋମବାରରେ ଭଗବାନ ଶଙ୍କରଙ୍କୁ ପ୍ରସନ୍ନ କରିବେ କିପରି

ଆଜି ଶ୍ରାବଣ ମାସର ଶେଷ ସୋମବାର। ଏହାପରେ ୧୫ ଅଗଷ୍ଟରେ ପୂର୍ଣ୍ଣିମା ପଡିବା ପରେ ଶ୍ରାବଣ ମାସ ଶେଷ ହୋଇଯିବ। ଏହି ମାସର ଶେଷ ସୋମବାର ଦିନ ପ୍ରଦୋଷ ବ୍ରତର ମଧ୍ୟ ସଂଯୋଗ ରହିଥାଏ। ଏହି ଦିନ ଭଗବାନ ଶଙ୍କରଙ୍କୁ ପୂଜା କରାଯାଇଥାଏ। ଏହି ବ୍ରତ ପ୍ରତ୍ୟେକ ମାସର ତ୍ରୟୋଦଶୀ ତିଥି ଦିନ ପାଳନ କରାଯାଇଥାଏ। ଶ୍ରାବଣ ମାସର ଶେଷ ସୋମବାର ଦିନ ପ୍ରଦୋଷ ବ୍ରତ ପଡ଼ିବା ଏକ ଶୁଭ ସଂଯୋଗ। ଏହି ଦିନ ଭଗବାନ ଶିବଙ୍କ ପୂଜା କରିବା ଦ୍ବାରା ବିଶେଷ ଲାଭ ପ୍ରାପ୍ତ ହୋଇଥାଏ। ଯଦି ଆପଣ ରୁଦ୍ରାଭିଷେକ କରିବା ପାଇଁ ଭାବୁଥାନ୍ତି ତେବେ ଶ୍ରାବଣ ମାସର ଶେଷ ସୋମବାର ଏହି କାର୍ଯ୍ୟ ପାଇଁ ଶୁଭ ହୋଇଥାଏ। ତେବେ ଜାଣନ୍ତୁ ଶ୍ରାବଣ ମାସର ୪ର୍ଥ ସୋମବାର ଦିନ କିପରି କରିବେ ଭଗବାନ ଶିବଙ୍କ ପୂଜା।

ଉଲ୍ଲେଖ ଅନୁଯାୟୀ ଶିବଙ୍କ ପୂଜାରେ ବିଶେଷ ନିୟମ ନଥାଏ। ସ୍କନ୍ଦ ପୁରାଣ ଅନୁଯାୟୀ ସୋମବାର ବ୍ରତ କରୁଥିବା ବ୍ୟକ୍ତି ଦିନରେ ଗୋଟିଏ ଥର ହିଁ ଭୋଜନ କରିବା ଉଚିତ। ଭୋଳାନାଥଙ୍କ ସହ ମାତା ପାର୍ବତୀଙ୍କ ପୂଜା କରନ୍ତୁ। ଏହି ଦିନ କୌଣସି ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତୁ। ଭଗବାନଙ୍କୁ କ୍ଷୀର, ଜଳ, କନ୍ଦ ମୂଳ ଆଦି ଅର୍ପଣ କରନ୍ତୁ। ଏହି ଦିନ ଭଗବାନଙ୍କୁ ପୂଜା କରିବା ସମୟରେ ଶିବ ମନ୍ତ୍ର ଜପ କରନ୍ତୁ। ରୁଦ୍ରାକ୍ଷ ମାଳାରେ ମନ୍ତ୍ର ଜପ କରିବା ଦ୍ବାରା ଏହା ବେଶୀ ଫଳପ୍ରଦ ହୋଇଥାଏ। ପ୍ରସାଦ ଆକାରରେ ଭଗବାନଙ୍କୁ ଫଳ କିମ୍ବା ମିଠା ଭୋଗ ଲଗାନ୍ତୁ। ଏହାବ୍ୟତୀତ ଉପବାସ କରିଥିବା ବ୍ୟକ୍ତି ଏହି ଦିନ ତଳେ ଶୋଇବା ଉଚିତ।

ଏହାସହ ପଢନ୍ତୁ: କାଉଡ଼ିଆଙ୍କ ପାଇଁ ଗୁପ୍ତେଶ୍ୱର ରାସ୍ତାରେ ସାହାରା ପାଲଟିଛି ଶ୍ୟାମଙ୍କ ସ୍ମୃତିର ଡିବିରି ବତୀ

ଭଗବାନ ଶିବଙ୍କ ପୂଜା କରିବା ସମୟରେ ହଳଦୀ, ତୁଳସୀ ଏବଂ କେତକୀ ଫୁଲ ଅର୍ପଣ ନକରିବା ଉପରେ ବିଶେଷ ଧ୍ୟାନ ଦେବେ। କାରଣ ଶିବଙ୍କ ପୂଜାରେ ଏହି ସବୁ ଜିନିଷ ବ୍ୟବହାର କରିବା ବର୍ଜନ। ଏହି ଦିନ ମଧ୍ୟ ଲୁଣ ବ୍ୟବହାର କରନ୍ତୁ ନାହିଁ। ରାତିରେ ମିଠା ଭୋଜନ କରନ୍ତୁ। ଶ୍ରାବଣ ମାସର ୪ର୍ଥ ସୋମବାର ଦିନ ଧଳା ଜିନିଷ ଦାନ ଦେଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

KNews Bureau

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

40 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

41 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

48 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

53 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago